ଭଗବାନ ଶ୍ରୀକୃଷ୍ଣ କାହିଁକି ଅଭିମନ୍ୟୁଙ୍କୁ ରକ୍ଷା କରିନଥିଲେ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଚନ୍ଦ୍ରମାଙ୍କର ପୁତ୍ର ଥିଲେ ବର୍ଚ୍ଚା। ମହାଭାରତ ଯୁଦ୍ଧରେ ତାଙ୍କ ପୁତ୍ର ଲଢିବା ପାଇଁ ଚନ୍ଦ୍ରମାଙ୍କର ଇଛା ନଥିଲା, କିନ୍ତୁ ସେ ବିବଶ ହୋଇ ନିଜର ପୁତ୍ରଙ୍କୁ ମହାଭାରତ ଯୁଦ୍ଧରେ ସାମିଲ ହେବା ପାଇଁ ପଠାଇଥିଲେ। ଚନ୍ଦ୍ରଙ୍କୁ କାହିଁକି ଏହି କଥାକୁ ନେଇ ବିବଶ ହେବାକୁ ପଡ଼ିଥିଲା, କିଏ ତାଙ୍କୁ ବିବଶ କରାଇଥିଲେ ଏବଂ ତାଙ୍କ ପୁତ୍ର କିଭଳି ମହାଭାରତ ଯୁଦ୍ଧ ଲଢିଥିଲେ। ଏହି ସମସ୍ତ  ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ। ଏହା ସହିତ ଏହି ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ କାହିଁକି ଅଭିମନ୍ୟୁଙ୍କୁ ରକ୍ଷା କରିନଥିଲେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।

Abhimanyu-1ଦ୍ବାପର ଯୁଗରେ ଭଗବାନ ବିଷ୍ଣୁ ଶତ୍ରୁର ବିନାଶ କରିବା ପାଇଁ କୃଷ୍ଣ ରୂପରେ ଅବତାର ଧାରଣ କରିଥିଲେ। ସେହି ସମୟରେ ଭଗବାନ ବ୍ରହ୍ମା ସମସ୍ତ ଦେବତାଙ୍କୁ ଶ୍ରୀକୃଷ୍ଣଙ୍କୁ ସହଯୋଗ କରିବା ପାଇଁ ପୃଥିବୀରେ ଅବତାର ଧାରଣ କରନ୍ତୁ ବା ନିଜର ପୁତ୍ରମାନଙ୍କୁ ଜନ୍ମ ଦେବା ପାଇଁ ଆଦେଶ ଦେଇଥିଲେ। ସେତେବେଳେ ଚନ୍ଦ୍ରମାଙ୍କ ପୁତ୍ର ବର୍ଚ୍ଚାଙ୍କୁ ମଧ୍ୟ ପୃଥିବୀରେ ଜନ୍ମ ନେବାର ଅଧିକାର ପ୍ରାପ୍ତ ହୋଇଥିଲା। ସେହି ସମୟରେ ଚନ୍ଦ୍ରମା ବ୍ରହ୍ମାଙ୍କର ଏହି ଆଦେଶକୁ ମାନିବା ପାଇଁ ବିରୋଧ କରିଥିଲେ।

mahabharatଧର୍ମର ରକ୍ଷା କରିବା ସମସ୍ତ ଦେବତାଙ୍କର କେବଳ କର୍ତ୍ତବ୍ୟ ନୁହେଁ ଧର୍ମ ବୋଲି କହି ସମସ୍ତ ଦେବୀ-ଦେବତାମାନେ ଚନ୍ଦ୍ରମାଙ୍କୁ ବୁଝାଇଥିଲେ। ଏହି କାରଣରୁ ସେ କିମ୍ବା ତାଙ୍କ ପୁତ୍ର କିଭଳି ଏହି କର୍ତ୍ତବ୍ୟରୁ ବିମୁଖ ହୋଇପାରିବେ। ଦେବତାଙ୍କର ଏହି କଥା ଶୁଣିବା ପରେ ଚନ୍ଦ୍ରମା ବିବଶ ହୋଇପଡ଼ିଥିଲେ, କିନ୍ତୁ ସେ ଦେବତାମାନଙ୍କ ପାଖରେ ଏକ ସର୍ତ ରଖିଥିଲେ। ସେ ସର୍ତଟି ହେଉଛି ତାଙ୍କ ପୁତ୍ର ଅଧିକା ସମୟ ପର‌୍ୟ୍ୟନ୍ତ ପୃଥିବୀ ପୃଷ୍ଠରେ ରହିବେ ନାହିଁ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମିତ୍ର ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ରୂପରେ ଜନ୍ମ ଗ୍ରହଣ କରିଥିଲେ। ଅଭିମନ୍ୟୁ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅନୁପସ୍ଥିତିରେ ଏକା ନିଜେ ନିଜର ପରାକ୍ରମ ପ୍ରଦର୍ଶନ କରି ବିରଗତି ପ୍ରାପ୍ତ କରିଥିଲେ। ଯାହା ଦ୍ବାରା ତିନି ଲୋକରେ ତାଙ୍କ ପରାକ୍ରମର ଚର୍ଚ୍ଚା ହୋଇଥିଲା।

lord krishnaଚନ୍ଦ୍ରମାଙ୍କ ପୁତ୍ର କୁରୁ ମନ୍ତ୍ରର ଉତ୍ତରାଧିକାରୀ ହେବା ପାଇଁ ସେ ଦେବତା ମାନଙ୍କ ପାଖରେ ସର୍ତ ରଖିଥିଲେ। ଚନ୍ଦ୍ରମାଙ୍କର ଏହି ସର୍ତ କାରଣରୁ ସମସ୍ତ ଦେବତାମାନେ ବିବଶ ହୋଇପଡ଼ିଥିଲେ। ଏହାପରେ ଚନ୍ଦ୍ରମାଙ୍କ ପୁତ୍ର ବର୍ଚ୍ଚା ମହାରଥୀ ଅଭିମନ୍ୟୁଙ୍କ ରୂପରେ ଜନ୍ମ ଗ୍ରହଣ କରିଥିଲେ। ଶେଷରେ ଦ୍ରୋଣାଚାର୍ଯ୍ୟଙ୍କ ଦ୍ବାରା ରଚନା କରାଯାଇଥିବା ଚକ୍ରବ୍ୟୁହରେ ନିଜର ପରାକ୍ରମ ପ୍ରଦର୍ଶନ କରି ଅଳ୍ପ ବୟସରେ ବୀରଗତି ପ୍ରାପ୍ତ କରିଥିଲେ। ପୌରାଣିକ ତଥ୍ୟ ଅନୁଯାୟୀ ଏହି କାରଣରୁ ଭଗବାନ ଶ୍ରୀକୃଷ୍ଣ ଅଭିମନ୍ୟୁଙ୍କୁ ରକ୍ଷା କରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.