ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା ନକରିବା ପଛରେ ରହିଛି ଏହି ବଡ଼ କାରଣ
ଯେତେବେଳେ ବି ଏହି ସୃଷ୍ଟିରେ ଅଧର୍ମ ବଢିବାକୁ ଲାଗେ ସେତେବେଳେ ଭଗବାନ କୌଣସି ନା କୌଣସି ଅବତାର ନେଇ ଧର୍ମର ରକ୍ଷା କରନ୍ତି। କିଛି ଏମିତି ହିଁ ହୋଇଥିଲା ଦ୍ଵାପର ଯୁଗରେ। ଯେତେବେଳେ ପୃଥିବୀରେ ପାପର ମାତ୍ରା ବଢିବାକୁ ଲାଗିଲା ସେହି ସମୟରେ ଭଗବାନ ବିଷ୍ଣୁ ଶ୍ରୀ କୃଷ୍ଣଙ୍କର ଅବତାର ନେଇଥିଲେ।
ମହାଭାରତର କାହାଣୀ ସହିତ ଆପଣ ସମସ୍ତେ ପରିଚିତ। ତଥାପି ଏହା ସହିତ ଜଡିତ ଏମିତି ବହୁତ କଥା ଅଛି ଯାହାକୁ ଆପଣମାନେ ଜାଣି ନାହାନ୍ତି କିମ୍ବା ସେହି ରହସ୍ୟକୁ ଆପଣ କେବେ ବି ବୁଝି ପାରି ନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ବହୁତ ଶକ୍ତିଶାଳୀ ହେବା ସତ୍ତ୍ୱେ ମଧ୍ୟ କାହିଁକି ଶ୍ରୀ କୃଷ୍ଣ ଭଉଣୀ ସୁଭଦ୍ରା ଏବଂ ମହାରଥୀ ଅର୍ଜୁନଙ୍କର ପୁତ୍ର ଅଭିମନ୍ୟୁଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ନାହିଁ। ଏହା ପଛରେ ଥିବା ରହସ୍ୟକୁ ଆମେ ସଂକ୍ଷେପରେ ଆପଣମାନଙ୍କୁ କହିବାକୁ ଯାଉଛୁ ।
ଧର୍ମର ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କ ସାହାର୍ଯ୍ୟ ନିମନ୍ତେ ଅନ୍ୟ ସମସ୍ତ ଦେବା ଦେବୀଙ୍କୁ ବି ବ୍ରହ୍ମାଙ୍କର ଆଦେଶ ଥିଲା କି ସେମାନେ ନିଜେ କିମ୍ବା ତାଙ୍କର ପୁତ୍ରମାନେ ଏହି ପୃଥିବୀରେ ଅବତାର ନିଅନ୍ତୁ ଏବଂ ଭଗବାନ କୃଷ୍ଣଙ୍କୁ ଧର୍ମ ରକ୍ଷାରେ ସାହାଯ୍ୟ କରନ୍ତୁ। ଏହି ଆଦେଶକୁ ଯେତେବେଳେ ଚନ୍ଦ୍ରମା ଶୁଣିଲେ କି ତାଙ୍କର ପୁତ୍ରକୁ ବି ପୃଥିବୀରେ ଜନ୍ମ ନେବାର ଆଦେଶ ମିଳିଛି ତେବେ ସେ ବ୍ରହ୍ମାଙ୍କର ଆଦେଶକୁ ମାନିବାକୁ ମନା କରିଦେଲେ । କାରଣ ଚନ୍ଦ୍ରମାଙ୍କର ଇଚ୍ଛା ନଥିଲା କି ତାଙ୍କ ପୁତ୍ର ବର୍ଚା ପୃଥିବୀରେ ଜନ୍ମ ନେଇ ମହାଭାରତର ଯୁଦ୍ଧ ଲଢୁ। କିନ୍ତୁ ଏହା ପରେ ସମସ୍ତ ଦେବା ଦେବୀଙ୍କର କହିବା ପରେ ତାଙ୍କର ପୁତ୍ର ଅଭିମନ୍ୟୁ ରୂପରେ ଜନ୍ମ ଗ୍ରହଣ କଲେ।
ତେବେ ନିଜ ପୁତ୍ରକୁ ପୃଥିବୀ ପୃଷ୍ଠରେ ପଠାଇବା ସମୟରେ ଚନ୍ଦ୍ରମା ସମସ୍ତ ଦେବା ଦେବୀଙ୍କ ସହ ଏହି ସର୍ତ୍ତ ରଖିଲେ କି “ମୋର ପ୍ରିୟ ପୁତ୍ରକୁ ମୁଁ ପଠାଇବାକୁ ଚାହୁଁନାହିଁ ” କିନ୍ତୁ ଏହି କାମରେ ପଛକୁ ଫେରିବା ବି ଉଚିତ ନୁହେଁ। ସେଥିପାଇଁ ବର୍ଚା ମନୁଷ୍ୟ ରୂପରେ ଜନ୍ମ ନେବ, ପରନ୍ତୁ ସେ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ । ମୋର ପୁତ୍ର ଅର୍ଜୁନଙ୍କର ପୁତ୍ର ହେବ ଏବଂ ନାରାୟଣଙ୍କର ଅନୁପସ୍ଥିତିରେ ମୋର ପୁତ୍ର ଚକ୍ରବ୍ୟୁହକୁ ଭେଦ କରି ପ୍ରବେଶ କରିବ ଏବଂ ଘୋର ଯୁଦ୍ଧ କରି ବଡ ବଡ ମହାରଥୀଙ୍କୁ ଚକିତ ବି କରିଦେବ ଏବଂ ଏହା ପରେ ସନ୍ଧ୍ୟା ସମୟରେ ମୋ ସହିତ ଦେଖା କରିବା ପାଇଁ ଚାଲି ଆସିବ। ଏହା ପରେ ଦେବତାମାନେ ମଧ୍ୟ ଚନ୍ଦ୍ରମାଙ୍କ କଥାକୁ ପାଳନ କରି ସମସ୍ତ ସର୍ତ୍ତ ଗ୍ରହଣ କଲେ।
ଏହା ପରେ ଅଭିମନ୍ୟୁ ଅର୍ଜୁନଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କଲେ ଏବଂ କୃଷ୍ଣଙ୍କ ଶିକ୍ଷାର ସର୍ବୋଚ୍ଚ ଗୁରୁ ହେଲେ। ଅଭିମନ୍ୟୁ ତାଙ୍କ ମାତୃ ଗର୍ଭରୁ ଚକ୍ରବ୍ୟୁହକୁ ଭାଙ୍ଗିବା ଶିଖିଲେ କିନ୍ତୁ ଚକ୍ରବ୍ୟୁହରୁ କିପରି ବାହାରକୁ ଆସିବେ ସେ ବିଷୟରେ ଜାଣିପାରିଲେ ନାହିଁ କାରଣ ଯେତେବେଳେ ଅର୍ଜୁନ ସୁଭଦ୍ରାଙ୍କୁ ଚକ୍ରବ୍ୟୁହ ଭାଙ୍ଗିବା କଥା ଶିଖାଉଥିଲେ, ସେତେବେଳେ ସୁଭଦ୍ରା ଅଧା ଶୋଇପଡିଥିଲେ।
ମହାଭାରତ ଯୁଦ୍ଧରେ ପିତାମହଭୀଷ୍ମଙ୍କ ମୃତ୍ୟୁ ପରେ କୌରଵ ସେନାରେ ଅଶାନ୍ତି ସୃଷ୍ଟି ହୋଇଥିଲା । ତେଣୁ କୌରଵମାନେ ପାଣ୍ଡବଙ୍କ ସୈନ୍ୟ ବାହିନୀକୁ ଧ୍ୱଂସ କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ସେ ଅର୍ଜୁନ ଏବଂ ତାଙ୍କ ରଥରୁ କୃଷ୍ଣଙ୍କୁ ଯୁଦ୍ଧ କ୍ଷେତ୍ରରୁ ଦୂରେଇ ଦେଇଥିଲେ ଏବଂ ଚକ୍ରବ୍ୟୁହ ସୃଷ୍ଟି କଲେ। ଯାହାକୁ ଭାଙ୍ଗିବା କେବଳ ଅର୍ଜୁନ ହିଁ ଜାଣିଥିଲେ । କିନ୍ତୁ ଏପରି ସମୟରେ ଅଭିମନ୍ୟୁ ଆଗକୁ ଆସି ତାଙ୍କ ସୈନ୍ୟବାହିନୀକୁ ବିନାଶରୁ ରକ୍ଷା କରିଥିଲେ।
ଏହାପରେ ଅଭିମନ୍ୟୁ ଚକ୍ରବ୍ୟୁହରେ ପ୍ରବେଶ କଲେ, କିନ୍ତୁ ତାଙ୍କ ସହିତ ଅନ୍ୟ କୌନସି ଯୋଦ୍ଧା ପ୍ରବେଶ କରିଲେ ନାହିଁ। ଏହି ସମୟରେ ଅଭିମନ୍ୟୁ ଏକାକୀ 6 ଟି ମହାରଥୀଙ୍କ ସହିତ ଯୁଦ୍ଧ କରିଥିଲେ। ଆହତ ହେବା ପରେ ମଧ୍ୟ ଅଭିମନ୍ୟୁ ଯୁଦ୍ଧ ଜାରି ରଖିଥିଲେ କିନ୍ତୁ ହାର ମାନିନଥିଲେ ଏବଂ ଯେତେବେଳେ ଅଭିମନ୍ୟୁଙ୍କର ହାତରୁ ଅସ୍ତ୍ର ଭାଙ୍ଗି ପଡ଼ିଲା, ସେତେବେଳେ ସେ ରଥର ଚକ ସହିତ ଯୁଦ୍ଧ କରିବା ଜାରି ରଖିଥିଲେ । ଦୀର୍ଘ ସମୟ ଧରି ଏହିପରି ଲଢେଇ କରିବାରୁ ତାଙ୍କ ଶରୀରରୁ ପ୍ରତ୍ୟେକ ବୁନ୍ଦା ରକ୍ତ ଭୂମିରେ ପଡ଼ିଗଲା ଏବଂ ଚକ୍ରବ୍ୟୁହ ଭିତରେ ହିଁ ବୀରଗତିକୁ ପ୍ରାପ୍ତ ହୋଇଗଲେ। ତାଙ୍କର ଏପରି ସାହସିକତା ହେତୁ ତାଙ୍କୁ ଯୁଦ୍ଧ କ୍ଷେତ୍ରର ସବୁଠାରୁ ସାହସୀ ଯୋଦ୍ଧା କୁହାଯାଉଥିଲା। ଚନ୍ଦ୍ରମା ସର୍ତ୍ତ ରଖିଥିଲେ ସେଥିପାଇଁ ଭଗବାନ ଶ୍ରୀ କୃଷ୍ଣ ବି ଅଭିମନ୍ୟୁଙ୍କର ନିୟତିରେ ହସ୍ତକ୍ଷେପ କରିଲେ ନାହିଁ ଏବଂ ତାଙ୍କୁ ବଞ୍ଚାଇଲେ ନାହିଁ ।