ଭୋଳାନାଥଙ୍କ ପ୍ରିୟ ବାହାନ ନନ୍ଦୀ। ନନ୍ଦୀକୁ ଭଗବାନ ଶିବଙ୍କ ଦ୍ୱାରପାଳ ମଧ୍ୟ କୁହାଯାଏ। ମାନ୍ୟତା ରହିଛି କି, ଭଗବାନ ଶିବଙ୍କ ପାଖକୁ ଯିବା ପୂର୍ବରୁ ନନ୍ଦୀକୁ ପ୍ରସନ୍ନ କରିବା ଜରୁରୀ ହୋଇପଡେ। ନନ୍ଦୀ ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ ଭାବେ ମଧ୍ୟ ଜଣାଶୁଣା। ଶିବ ମନ୍ଦିର ବାହାରେ ସର୍ବଦା ନନ୍ଦୀ ବିରାଜିତ ହୋଇ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା, ଏହା ପଛରେ କ’ଣ ରହସ୍ୟ ରହିଛି…
କୁହାଯାଏ କି, ଅସୁର ଏବଂ ଦେବତାଙ୍କ ମଧ୍ୟରେ ସମୁଦ୍ର ମନ୍ଥନରେ ବାହାରିଥିବା ବିଷକୁ ଶିବ ପାନ କରିଥିଲେ। ମହାଦେବ ସଂସାରକୁ ବଞ୍ଚାଇବା ପାଇଁ ଏହି ବିଷକୁ ନିଜେ ପିଇଥିଲେ। ବିଷପାନ ସମୟରେ ଶିବ କିଛି ବିଷର ବୁନ୍ଦାକୁ ଭୂମିରେ ତଳେ ପକେଇ ଦେଇଥିଲେ। ନନ୍ଦୀ ସେତେବେଳେ ଜିଭରେ ଏହାକୁ ସଫା କରିଥିଲେ। ନନ୍ଦୀଙ୍କ ଏପରି ସମର୍ପଣ ଭାବ ଦେଖି ଶିବ ପ୍ରସନ୍ନ ହୋଇଥିଲେ ଏବଂ ନନ୍ଦୀକୁ ନିଜର ସବୁଠାର ବଡ ଭକ୍ତର ଉପାଧି ଦେଇଥିଲେ।
ଭଗବାନ ଶିବ କହିଥିଲେ, ମୋର ସବୁ ଶକ୍ତି ନନ୍ଦୀ ପାଖରେ ମଧ୍ୟ ରହିଛି। ଯଦି ପାର୍ବତୀଙ୍କ ସୁରକ୍ଷା ମୁଁ କରିବି, ତେବେ ତାଙ୍କ ସୁରକ୍ଷା ମଧ୍ୟ ନନ୍ଦୀ କରିପାରିବ। ବଳଦ ବହୁତ ନୀରିହ ଏବଂ ବହୁତ କାମ ମଧ୍ୟ କରିଥାଏ। ଯେମିତି ଶିବାଙ୍କର କର୍ମଠ ଏବଂ ବହୁତ ଜଟିଳ ବୋଲି କୁହାଯାଏ। କୁହାଯାଏ, ଏଥିପାଇଁ ଶିବ ନନ୍ଦୀକୁ ହିଁ ନିଜର ବାହନ ଭାବେ ବାଛିଥିଲେ। ନନ୍ଦୀର ଭକ୍ତିର ଶକ୍ତି ଯୋଗୁଁ ଭୋଳାନାଥ ହିଁ କେବଳ ତାଙ୍କ ଉପରେ ବସି ତିନି ଲୋକ ଯାତ୍ରା କରନ୍ତି। ନନ୍ଦୀକୁ ଛାଡି କେବେ ବି ଭୋଳାନାଥ କୁଆଡେ ଯାଆନ୍ତି ନାହିଁ।
ନନ୍ଦୀକୁ ଭକ୍ତି ଏବଂ ଶକ୍ତିର ପ୍ରତୀକ ବୋଲି କୁହାଯାଏ। କୁହାଯାଏ କି ଭଗବାନ ଶିବଙ୍କୁ ସାକ୍ଷାତ କରିବାକୁ ଚାହୁଛନ୍ତି, ତେବେ ନନ୍ଦୀ ହିଁ ସର୍ବପ୍ରଥମେ ଭକ୍ତିର ପରୀକ୍ଷା ନିଏ। ଏହା ପରେ ହିଁ ଶିବ କୃପା ମାର୍ଗ ଖୋଲିଥାଏ। ଭୋଳାବାବାଙ୍କ ଦର୍ଶନ କରିବା ପୂର୍ବରୁ ନନ୍ଦୀ କାନରେ ନିଜର ମନସ୍କାମନା କହିବାର ପରମ୍ପରା ରହିଛି। ଭଗବାନ ଶିବଙ୍କ ପ୍ରତି ନନ୍ଦୀର ଭକ୍ତି ଏବଂ ସମର୍ପଣ ଯୋଗୁଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିଥାଏ। ତେଣୁ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀ ଦର୍ଶନ ପ୍ରଥମେ ତା’ପରେ ଭଗବାନ ଶିବଙ୍କ ଦର୍ଶନ କରାଯାଏ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…