ପିତା ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ସମ୍ପର୍କ ଖରାପ ହେବା ପଛରେ ରହିଛି ଏହି ବିଶେଷ କାରଣ, ଜାଣନ୍ତୁ

ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହିଦିନ ଉଭୟ ସୂର୍ଯ୍ୟଦେବ ଓ ଶନିଦେବଙ୍କ ପୂଜା କରାଯାଏ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ଗତ କାଲି ମକର ସଂକ୍ରାନ୍ତିରେ ଦୀର୍ଘ ୨୯ ବର୍ଷ ପରେ ସୂର୍ଯ୍ୟ ଦେବଙ୍କ ସହ ପୁତ୍ର ଶନିଦେବଙ୍କ ସାମ୍ନା ହୋଇଛି । ଆଜି ଆମେ ନ୍ୟାୟ ଦେବତା ଶନିଦେବଙ୍କୁ ନେଇ କିଛି ରୋଚକ କଥା କହିବୁ ।

ପୌରାଣିକ ମାନ୍ୟତା ଅନୁଯାୟୀ ସୂର୍ଯ୍ୟଦେବଙ୍କ ବିବାହ ସନ୍ଧ୍ୟାଙ୍କ ସହ ହୋଇଥିଲା । ବିବାହ ପରେ ସନ୍ଧ୍ୟା ଦେବୀ ନିଜ ଶ୍ୱଶୁର ଘର ମାନେ ସୂର୍ଯ୍ୟାଲୋକ ଚାଲିଯାଇଥିଲେ । କୁହାଯାଏ ଯେ ସନ୍ଧ୍ୟା ଦେବୀ ସୂର୍ଯ୍ୟଦେବଙ୍କ ତେଜକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ସେ ସୂର୍ଯ୍ୟ ଦେବଙ୍କଠୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ସମୟ ସେ ସୂର୍ଯ୍ୟ ଦେବଙ୍କସହ ସୂର୍ଯ୍ୟା ଲୋକରେ ରହିବା ପରେ ତାଙ୍କ ଗର୍ଭରୁ ମନୁ, ଯମରାଜ ଏବଂ ୟମୁନୀ ୩ଟି ସନ୍ତାନ ଜନ୍ମ ନେଇଥିଲେ ।

ଏକଦା ସନ୍ଧ୍ୟା ଦେବୀ ତାଙ୍କ ପିତାଙ୍କୁ ସୂର୍ଯ୍ୟଦେବଙ୍କ ତେଜ ସମ୍ପର୍କରେ କହିଥିଲେ । ତେଜ ସହ୍ୟ ନକରିପାରିବାରୁ ସେ ତାଙ୍କ ପିତାଙ୍କ ଘରେ ରହିବା ପାଇଁ କହିଲେ । କିନ୍ତୁ ତାଙ୍କ ପିତା ମନା କରିଦେଲେ । ଆଉ କହିଲେ ଯେ ବିବାହ ପରେ ଶ୍ୱଶୁର ଘର ହିଁ ସନ୍ଧ୍ୟାଙ୍କ ନିଜ ଘର । ଏହାପରେ ଦେବୀ ନିଜ ଘରକୁ ତ ଫେରିଗଲେ । କିନ୍ତୁ ସୂର୍ଯ୍ୟ ଦେବଙ୍କଠୁ ଦୂରରେ ରହିବା ପାଇଁ ବିଚାର କଲେ ।

hanuman
pc: devbhumi kirror

କୁହାଯାଏ ଯେ ସନ୍ଧ୍ୟାଦେବୀ ଦେବୀୟ ଶକ୍ତିର ପ୍ରୟୋଗ କରି ନିଜର ଏକ ଅବିକଳ ଛବି ତିଆରି କଲେ । ତାଙ୍କୁ ସବୁ ଦାୟିତ୍ୱ ଦେବା ପରେ ନିଜେ ତପ କରିବା ପାଇଁ ଚାଲିଗଲେ । କିଛିଦିନ ପରେ ସେହି ଛବି ସମ୍ବର୍ଣ୍ଣାଙ୍କଠୁ ଶନିଦେବଙ୍କ ଜନ୍ମ ହେଲା । ତେବେ ସୂର୍ଯ୍ୟ ଦେବଙ୍କ ତେଜ ଓ ଭକ୍ତି ପାଇଁ ଶନିଦେବଙ୍କ ଶରୀର ରଙ୍ଗ ଗର୍ଭରେ କଳା ହୋଇଯାଇଥିଲା ।

ଶନିଦେବଙ୍କ ଜନ୍ମ ପରେ ସୂର୍ଯ୍ୟ ଦେବଙ୍କୁ ସନ୍ଦେହ ହେଲା ଯେ ସେ ତାଙ୍କ ପୁତ୍ର ନୁହଁନ୍ତି । ଯେବେ ତାଙ୍କ କ୍ରୋଧ ନଜର ଶନିଦେବଙ୍କ ଉପରେ ପଡ଼ିଲା ସେତେବେଳେ ସୂର୍ଯ୍ୟଦେବ ମଧ୍ୟ କଳା ପଡ଼ିଗଲେ ।ଏହାପରେ ଭଗବାନ ଶିବଙ୍କ ପାଖରେ ପହଞ୍ଚିଲେ । ଏହାପରେ ପ୍ରଭୁ ଭୋଳାନାଥ ତାଙ୍କୁ ସବୁ ସ୍ଥିତି ସମ୍ପର୍କରେ ଅବଗତ କରାଇଲେ । ଏହାପରେ ସୂର୍ଯ୍ୟଦେବ ସମ୍ବର୍ଣ୍ଣାଙ୍କୁ କ୍ଷମା ମାଗିଲେ । ଏହାପରେ କିନ୍ତୁ ଶନିଦେବଙ୍କ ସହ ତାଙ୍କ ସମ୍ପର୍କ ଭଲ ରହି ନଥିଲା । କିନ୍ତୁ ନ୍ୟାୟ ଦେବ ଶନିଦେବ ସମସ୍ତଙ୍କ ପାଇଁ ନ୍ୟାୟ ବିଚାର କରିଥାନ୍ତି । ତେଣୁ ତାଙ୍କ କୃପା ଲାଭ ପାଇଁ ଆଜି ଶନିବାର ତାଙ୍କ ପୂଜା କରନ୍ତୁ । ମନ ପସନ୍ଦର ଭୋଗ ଲଗାଇବା ସହ ନିଜ ମନସ୍କାମନା ପୂର୍ଣ୍ଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.