ମହାଭାରତ ଯୁଦ୍ଧ। ଏହି ଯୁଦ୍ଧ ବିଷୟରେ ଆପଣ ଅନେକ କଥା ଶୁଣିଥିବେ କିମ୍ବା କୌଣସି ବହିରୁ ପଢିଥିବେ। ତଥାପି ଆଉ କିଛି କଥା ଆପଣଙ୍କୁ ନିଶ୍ଚିତ ଭାବେ ଅଜଣା ରହିଥିବ। ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। କିନ୍ତୁ ଆଜି ମଧ୍ୟ ମହାଭାରତ ଯୁଦ୍ଧ ସହ ଜଡ଼ିତ ଅନେକ ରହସ୍ୟ ରହିଛି। କ’ଣ ଆପଣମାନେ କେବେ ଏହା ଭାବିଛନ୍ତି ଯେ ମହାଭାରତର ଯୁଦ୍ଧ କୁରୁକ୍ଷେତ୍ରରେ କାହିଁକି ହୋଇଥିଲା ? କାହିଁକି ଅନ୍ୟ କୌଣସି ସ୍ଥାନରେ ହେଲା ନାହିଁ?
ମହାଭାରତ ଯୁଦ୍ଧ ସଂସାରର ସବୁଠାରୁ ଭୟଙ୍କର ଯୁଦ୍ଧ ଥିଲା। କୌରବ ଓ ପାଣ୍ଡବଙ୍କ ଭିତରେ ହୋଇଥିବା ଏହି ଯୁଦ୍ଧରେ ଦୁଇପକ୍ଷରୁ କୋଟି କୋଟି ଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ମହାଭାରତ ଯୁଦ୍ଧ ପୂର୍ବରୁ ଏଭଳି ଭୟଙ୍କର ଯୁଦ୍ଧ କେବେ ହୋଇନଥିଲା ଓ କିମ୍ବା ହେବାର ସମ୍ଭାବନା ମଧ୍ୟ ନାହିଁ।
କୁରୁକ୍ଷେତ୍ରର ଭୂମିକୁ ମହାଭାରତ ଯୁଦ୍ଧ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ହିଁ ଚୟନ କରିଥିଲେ, କିନ୍ତୁ କୁରୁକ୍ଷେତ୍ରକୁ କାହିଁକି ଏଥିପାଇଁ ଚୟନ କରିଥିଲେ? ଏହା ପଛରେ ଏକ ଗଭୀର ରହସ୍ୟ ଲୁଚି ରହିଛି। ଶାସ୍ତ୍ର ଅନୁଯାୟୀ, ମହାଭାରତର ଯୁଦ୍ଧ ପାଇଁ ଯେତେବେଳେ ସମୟ ଧାର୍ୟ୍ୟ କରାଯାଇଥିଲା ସେତେବେଳେ ଏଥିପାଇଁ ଏଭଳି ଏକ ସ୍ଥାନର ସନ୍ଧାନ କରାଯାଉଥିଲା। ଭଗବାନ ଶ୍ରୀକୃଷ୍ଣ ଏହି ଯୁଦ୍ଧ ଜରିଆରେ ପୃଥିବୀ ଉପରେ ବଢୁଥିବା ପାପକୁ କମାଇବାକୁ ଚାହୁଁଥିଲେ ଏବଂ ଧର୍ମ ସ୍ଥାପନା କରିବା ଲକ୍ଷ୍ୟରେ ଥିଲେ ।
ଭାଇ-ଭାଇ, ଗୁରୁ-ଶିଷ୍ୟ ଓ ସମ୍ପର୍କୀୟଙ୍କ ସହିତ ଯୁଦ୍ଧ ପାଇଁ ଏଭଳି ଏକ ଭୂମି ଚୟନ କରିବାର ନିଷ୍ପତ୍ତି ନେଇଛନ୍ତି, ଯେଉଁଠି କ୍ରୋଧ ଓ ଦ୍ବେଷ ବହୁତ ପରିମାଣରେ ରହିଥାଏ । ଏହି କଥାର ଭୟ ପୂର୍ବରୁ ଶ୍ରୀକୃଷ୍ଣଙ୍କର ରହିଥିଲା । ଶ୍ରୀକୃଷ୍ଣ ଏହି କାମ ପାଇଁ ନିଜର ଦୂତଙ୍କୁ ସମସ୍ତ ଦିଗକୁ ପଠାଇଥିଲେ ଓ ତାଙ୍କୁ ସେଠିକାର ଘଟଣା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ କହିଥିଲେ।
ଦୂତମାନେ ସମସ୍ତ ଘଟଣାର ସୂଚନା ନେବା ପରେଜଣ ଜଣ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଏ ବିଷୟରେ କହିଥିଲେ। ତାଙ୍କ ଭିତରୁ ଜଣେ ଦୂତ ସମ୍ପୂର୍ଣ୍ଣ ଭିନ୍ନ କଥା କହିଥିଲେ । ସେହି ଦୂତ ଜଣକ କହିଥିଲେ, କୁରୁକ୍ଷେତ୍ରରେ ଜଣେ ବଡ ଭାଇ ନିଜର ସାନ ଭାଇକୁ ଜମିରେ ବନ୍ଧ ଭାଙ୍ଗିବା କାରଣରୁ ବର୍ଷା ପାଣି ରୋକିବା ପାଇଁ କହିଥିଲେ, କିନ୍ତୁ ସେ ଏଭଳି କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ବଡ ଭାଇ ଖୁବ୍ ରାଗି ଯାଇଥିଲେ ଓ ନିଜର ସାନ ଭାଇକୁ ଛୁରୀ ମାରି ହତ୍ୟା କଲେ । ମୃତଦେହକୁ ଘୋଷାରି ଘୋଷାରି ବନ୍ଧ ପାଖକୁ ନେଇଯାଇଥିଲା । ପୁଣି ଯେଉଁଠୁ ପାଣି ବାହାରୁଥିଲା ସେଠାରେ ପାଣି ରୋକିବା ପାଇଁ ସାନ ଭାଇର ମୃତଦେହକୁ ପକାଇ ଦେଇଥିଲା।
ଶ୍ରୀକୃଷ୍ଣ ଯେତେବେଳେ ଏହି ଘଟଣା ବିଷୟରେ ଶୁଣିଲେ, ସେ ଭାବି ନେଲେ ଯେ ଏହି ଭୂମି ଭାଇ-ଭାଇ, ଗୁରୁ-ଶିଷ୍ୟ ଏବଂ ସମ୍ପର୍କୀୟଙ୍କ ଭିତରେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ। କୁରୁକ୍ଷେତ୍ର ଭୂମିକୁ ନେଇ ଭଗବାନ ଶ୍ରୀକୃଷ୍ଣ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଯାଇଥିଲେ ଯେ, ଭାଇଙ୍କ ଭିତରେ ଯୁଦ୍ଧରେ ପରସ୍ପର ପ୍ରତି ପ୍ରେମ ସମ୍ପର୍କ ସୃଷ୍ଟି କରିବାକୁ ଦେବେନି। ଏଥିପାଇଁ ସେ ମହାଭାରତ ଯୁଦ୍ଧକୁ କୁରୁକ୍ଷେତ୍ରରେ କରିବାକୁ ନିଷ୍ପତ୍ତି ନେଇଥିଲେ କୃଷ।