ରାବଣର ଦାହ ସଂସ୍କାର କରିବାକୁ କାହିଁକି ମନା କରିଥିଲେ ବିଭୀଷଣ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଲଙ୍କାଧିପତି, ରାକ୍ଷସରାଜ ତଥା ଦଶାନନ ନାମରେ ପରିଚିତ ରାବଣକୁ କିଏ ବା ନ ଜାଣେ । ଶ୍ରେଷ୍ଠ ପଣ୍ଡିତ ଭାବେ ଜଣାଶୁଣା ରାବଣ ସ୍ବଭାବରେ ଥିଲା ପ୍ରବଳ ଅହଙ୍କାରୀ । ନିଜ ଶକ୍ତି ଓ ସ୍ୱର୍ଣ୍ଣ ଲଙ୍କା ପାଇଁ ଗର୍ବ ଅହଙ୍କାରରେ ବୁଡି ରହିଥିଲା ରାବଣ । କିନ୍ତୁ ଶେଷରେ ତାର ବି ଅନ୍ତ ହୋଇଥିଲା । ଆଶ୍ବିନ ମାସ ଦଶମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ହାତରେ ବଧ ହୋଇଥିଲା ରାବଣ । ସେବେଠାରୁ ପ୍ରତି ବର୍ଷ ଦଶହରାରେ ସମଗ୍ର ଦେଶରେ ରାବଣର ପ୍ରତିମୂର୍ତ୍ତି ଦାହ କରାଯାଇଥାଏ । ଯାହାକୁ ରାବଣପୋଡ଼ି ବୋଲି ମଧ୍ୟ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ରାବଣର ମୃତ୍ୟୁ ପରେ ତାର ଦାହସଂସ୍କାର କିଏ କରିଥିଲେ? ଯେତେବେଳେ ରାବଣର ମୃତ୍ୟୁ ହୋଇଥିଲା, ତାଙ୍କ ସାନ ଭାଇ ବିଭୀଷଣ ତାଙ୍କୁ ଦାହ କରିବାକୁ କାହିଁକି ମନା କରିଥିଲେ? ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା….
ରାବଣର ମୃତ୍ୟୁ ପରେ ଯେତେବେଳେ ଭଗବାନ ରାମ ବିଭୀଷଣଙ୍କୁ ଭାଇ ରାବଣର ଶବଦାହ କରିବାକୁ କହିଥିଲେ, ସେ ସିଧାସଳଖ ମନା କରିଦେଇଥିଲେ । ତାଙ୍କର ଏପରି କରିବା ପଛର କାରଣ ଥିଲା ଯେ ତାଙ୍କ ବଡ଼ ଭାଇ ରାବଣ ଜଣେ ପାପୀ ଥିଲେ । ତେଣୁ ସେ ତାଙ୍କ ଶବଦାହ କରିପାରିବେ ନାହିଁ । ତା’ପରେ ରାମଙ୍କୁ ବିଭୀଷଣଙ୍କୁ ବୁଝାଇଥିଲେ ଯେ ମୃତ୍ୟୁ ସହିତ ସେହି ମଣିଷର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇଯାଏ, ତେଣୁ ରାବଣର ଶେଷକୃତ୍ୟ କରିବାରେ କୌଣସି କ୍ଷତି ନାହିଁ । ତା’ପରେ ବିଭୀଷଣ ପ୍ରଭୁ ଶ୍ରୀରାମଙ୍କ କଥାକୁ ଗ୍ରହଣ କରିଥିଲେ ଏବଂ ସମ୍ମାନର ସହିତ ରାବଣର ଦାହ ସଂସ୍କାର କରାଯାଇଥିଲା ।
କିନ୍ତୁ ଅନ୍ୟ କେତେକ ପୁରାଣ ଅନୁଯାୟୀ ରାବଣର ମୃତ୍ୟୁକୁ ନେଇ କିଛି ଭିନ୍ନ ବିଶ୍ୱାସ ମଧ୍ୟ ରହିଛି । ଯେଉଁଥିରେ କୁହାଯାଇଛି ଯେ ବିଭୀଷଣ ରାବଣର ଶବଦାହ କରି ନଥିଲେ । ଯେଉଁଥିପାଇଁ ନାଗ ବଂଶର ଲୋକମାନେ ରାବଣଙ୍କ ଶରୀରକୁ ଏକ କବରରେ ସୁରକ୍ଷିତ ରଖିଥିଲେ । କୁହାଯାଏ ଯେ ରାବଣଙ୍କ ଶରୀରକୁ ଶ୍ରୀଲଙ୍କାର ରାଗଲା ଜଙ୍ଗଲର ଏକ ଗୁମ୍ଫାରେ ୧୮ ଫୁଟ ଲମ୍ବା କଫିନରେ ରଖାଯାଇଛି । ଯାହା ତଳେ ଆଜି ବି ତାଙ୍କର ଧନସମ୍ପତ୍ତି ରଖାଯାଇଛି ।
ସେହିଭଳି ଯେତେବେଳେ ରାବଣ ନିଜ ଜୀବନ ତ୍ୟାଗ କଲେ ସେ ତିନିଥର ରାମ ନାମ ନେଇଥିଲେ । ଜୀବନସାରା ରାମଙ୍କୁ ଅଭିଶାପ ଦେଉଥିବା ଏବଂ ରାବଣ ଏପରି କାହିଁକି କଲା? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ… ରାବଣ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ । ଏମିତିକି ସେ ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ତାଙ୍କ ମୁଣ୍ଡ କାଟି ଅର୍ପଣ କରିଥିଲେ । କିନ୍ତୁ ଶାସ୍ତ୍ର ଅନୁସାରେ ତାଙ୍କର ଉପାସନା ପଦ୍ଧତି ସଠିକ୍ ନଥିଲା, ତେଣୁ ତାଙ୍କୁ ଏହି ଭକ୍ତିରୁ ମୋକ୍ଷ ମିଳିନଥିଲା ।
ଜୀବନରେ ଅନେକ ପାପ କରିବା ସହ ସର୍ବଦା ଅହଂକାରରେ ବୁଡ଼ି ରହୁଥିଲା ରାବଣ । ରାବଣ ଏହା ମଧ୍ୟ ଜାଣିଥିଲା ଯେ ସ୍ୱୟଂ ଭଗବାନ ନାରାୟଣ ହିଁ ଶ୍ରୀରାମ ବେଶରେ ଆସିଛନ୍ତି ତାକୁ ବଦ୍ଧ କରିବା ପାଇଁ । ଏହି କାରଣରୁ ରାବଣ ମରିବା ସମୟରେ ତିନିଥର ରାମଙ୍କ ନାମ ନେଇଥିଲେ ଯାହା ଦ୍ଵାରା ସେ ତାଙ୍କ ପାପରୁ ମୁକ୍ତି ପାଇପାରିବେ । ରାମଙ୍କ ନାମ ସ୍ମରଣ କରିବା ମାତ୍ରେ ହିଁ ମୋକ୍ଷ ମିଳିଥାଏ ଏବଂ ପାପକୁ ନାଶ ହେବା ସହ ଆତ୍ମାକୁ ମଧ୍ୟ ମୁକ୍ତି ମିଳିଥାଏ । ଯାହା ରାବଣ ମଧ୍ୟ ଜାଣିଥିଲା । ଏହି କାରଣରୁ ରାବଣର ଆତ୍ମା ମୃତ୍ୟୁ ପରେ ମୋକ୍ଷ ପାଇଥିଲା ।
Also read: ରାଜଧାନୀ ମୁଖଶାଳାର ଏହି ନୂଆ ରୂପ ଦେଖିଲେ ପାଦ ଅଟକି ଯିବେ ନିଶ୍ଚୟ