ସ୍ପେଶାଲ

କେବଳ ରାତି ସମୟରେ ହିଁ କାହିଁକି ଦେଖାଯାଆନ୍ତି ଭୂତ ପ୍ରେତ, ଜାଣନ୍ତୁ ଏହା ପଛର କାରଣ

ଭୂତ ପ୍ରେତ ସହ ଜଡିତ ଅନେକ କାହାଣୀ ଆମେ ଶୁଣିଛନ୍ତି। ଯଦିଓ ଭୂତ ପ୍ରେତ ଏବଂ ଆତ୍ମାର ରହସ୍ୟରୁ ଏବେ ଯାଏଁ ପରଦା ଉଠିପାରିନାହିଁ, ତଥାପି ଭୂତ ପ୍ରେତକୁ ନେଇ ଅନେକ କଥା ଶୁଣିବାକୁ ମନ ହୋଇଥାଏ। ଏହାକୁ ଆମେ ବହୁତ ଆଗ୍ରହ ସହକାରେ ଶୁଣି ବି ଥାନ୍ତି। ସେହିପରି ଦେଶ ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହା ଦାବି କରନ୍ତି ଯେ ସେମାନେ ଭୂତକୁ ଦେଖିଛନ୍ତି। ପାରାନର୍ମାଲ ଏକ୍ସପର୍ଟଙ୍କ ମୁତାବକ ମରିସାରିଥିବା ଲୋକଙ୍କର ଆତ୍ମା ତାଙ୍କ ଶରୀରକୁ ଛାଡିବା ପରେ ବି ବଞ୍ଚି ରହିଥାଏ। ଆଉ ଏହି ଆତ୍ମା ନିଜ ଅସ୍ତିତ୍ୱକୁ ଜାହିର କରିବା ପାଇଁ ଅଜବ ଅଜବ ଢ଼ଙ୍ଗ ସବୁକୁ ଆପେଣଇଥାଏ। ଏୟାକୁ ହିଁ ଭୂତ ପ୍ରେତ କୁହନ୍ତି।

ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଯେତେବେଳେ ରାତିରେ ଅନ୍ଧାରରେ ଥାନ୍ତି, ସେତେବେଳେ ଆମକୁ ଏମିତି ଅନୁଭବ ହୋଇଥାଏ ଯେ ଆମକୁ କିଏ ଦେଖୁଛି କିମ୍ବା କିଏ ନଜର ରଖୁଛି। ସେହିପରି ଯେଉଁମାନେ ଭୂତକୁ ଦେଖିଥିବା ଦାବି କରୁଛନ୍ତି ସେମାନେ ଅଧିକାଂଶ ରାତି ସମୟରେ ହିଁ ଭୂତକୁୁ ଦେଖିଥିବା କହିଥାନ୍ତି। ତେବେ ଏସବୁ ଶୁଣିବା ପରେ ମନକୁ ପ୍ରଶ୍ନ ଆସିଥାଏ ଯେ ଭୂତ ପ୍ରେତ କେବଳ ରାତି ସମୟରେ ହିଁ କାହିଁକି ଦେଖାଯାନ୍ତି। ଦିନ ସମୟରେ ଏହି ଭୂତ ପ୍ରେତ ଦେଖାଯାଆନ୍ତି ନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ ଆଉ ଆପଣ ଜାଣିପାରିବେ ଯେ ଏହା ପଛର ରହସ୍ୟ କଣ?

ଭୂତ ପ୍ରେତକୁ ନେଇ ଅନେକ ମତ ରହିଛି। ଯେମିତିକି ଭୂତପ୍ରେତକୁ ମାନୁଥିବା ଲୋକେ କୁହନ୍ତି ଯେ ଯେଉଁ ଲୋକଙ୍କର କୌଣସି ବଡ ଇଚ୍ଛା ପୂରା ହୋଇନଥାଏ କିମ୍ବା ତାଙ୍କ ମୃତ୍ୟୁ ଅସମୟରେ ହୋଇଥାଏ, ସେହି ଲୋକଙ୍କ ଆତ୍ମା ଶାନ୍ତି ପାଇନଥାଏ ତେଣୁ ସେ ଭୂତ ହୋଇ ଚାରିଆଡେ ବୁଲିଥାଏ ଏବଂ ନିଜ ଉପସ୍ଥିତି ଜାହିର କରିଥାଏ।

ଏହାବ୍ୟତୀତ ଅନେକ ପାରାନର୍ମାଲ ଇନଭେଷ୍ଟିଗେଟର ରହସ୍ୟମୟ ସ୍ଥାନକୁ ଯାଇ ଭୂତ ପ୍ରେତର ସନ୍ଧାନ କରନ୍ତି। କିନ୍ତୁ ଏଠି ଗୋଟେ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ଯେତେ ବି ପାରାନର୍ମାଲ ଏକ୍ସପର୍ଟ ଅଛନ୍ତି ସେମାନେ ସମସ୍ତେ ରାତି ସମୟରେ ହିଁ ପ୍ରେତ ଆତ୍ମାର ସନ୍ଧାନ କାହିଁକି କରନ୍ତି?

ତେବେ ଏହିସବୁ ପ୍ରଶ୍ନକୁ ନେଇ ପାରାନର୍ମାଲ ଏକ୍ସପର୍ଟ ଏକ ଥିଓରୀ ଦେଇଛନ୍ତି। ଯେଉଁଥିରେ ସେ ଏହାର କାରଣ ଜଣାଇଛନ୍ତି। ପାରାନର୍ମାଲ ଏକ୍ସପର୍ଟଙ୍କ କହିବା ମୁତାବକ ଭୂତ ପ୍ରେତ ରାତି ସମୟରେ ଏଥିପାଇଁ ଦେଖାଯାନ୍ତି କାରଣ ସେହି ସମୟରେ ପରିବେଶ ବହୁତ ଶୂନଶାନ୍‌ ଥାଏ।

ଏଥିସହ ରାତି ସମୟରେ ଇଲେକଟ୍ରୋନିକ୍ସ ଡିଷ୍ଟରବାନ୍ସ ବି ବହୁତ କମ୍‌ ହୋଇଥାଏ। ତେଣୁ ପାରାନର୍ମାଲ ଏକ୍ସପର୍ଟ ଏହା ମଧ୍ୟ କହନ୍ତି ଯେ ଦିନ ସମୟରେଇଲେକଟ୍ରୋନିକ୍ସ ଡିଷ୍ଟରବାନ୍ସ ଅତ୍ୟଧିକ ହୋଇଥାଏ। ଯେଉଁ କାରଣରୁ ଭୂତ ପ୍ରେତଙ୍କ ଶକ୍ତି ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ସେମାନଙ୍କ ଉର୍ଜା କମିଯାଏ। ଏହି ପ୍ରମୁଖ କାରଣ ପାଇଁ ଭୂତ ପ୍ରେତ ରାତି ସମୟରେ ହିଁ ଦେଖାଯାଆନ୍ତି ଏବଂ ନିଜ ଉପସ୍ଥିତିକୁ ଜାହିର କରନ୍ତି।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

41 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

51 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

1 hour ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago