କିଛି ଖାସ୍‌ ଶବ୍ଦ ଶୁଣି ଆମେ କାହିଁକି ଡରିଥାଉ, ଜାଣନ୍ତୁ କାରଣ

ଆମେ ସବୁବେଳେ ନିଜ ମୁଡ ଅନୁସାରେ ଗୀତ ଶୁଣିଥାଉ ବା ଫିଲ୍ମ ଦେଖିଥାଉ ଯାହାଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ। ସେତେବେଳେ ଆମ ମନର ଭାବନା ମଧ୍ୟ ସେହି ସାଉଣ୍ଡ ମୁତାବକ ହୋଇଥାଏ ବା ଆମେ ଶୁଣୁଥିବା ସାଉଣ୍ଡର ଭାବନା ଆମ ମନରେ ସୃଷ୍ଟି ହୋଇଥାଏ। କିଛି ସାଉଣ୍ଡ ଆମକୁ ହସାଇଥାଏ ତ କିଛି ସାଉଣ୍ଡ ଆମକୁ କନ୍ଦାଇଥାଏ ସେହିଭଳି କିଛି ସାଉଣ୍ଡ ଶୁଣି ଆମେ ଡରି ମଧ୍ୟ ଯାଇଥାଉ।

ସେହିଭଳି ମୋବାଇଲ କିମ୍ବା ଟିଭିରେ କୌଣସି ହରର ଫିଲ୍ମ ଦେଖିଲେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଶ୍ଚୟ ଡରିଯାଉଥିବେ। କିନ୍ତୁ କେବେ ଏହି ଫିଲ୍ମକୁ ଦେଖିବା ସମୟରେ ମ୍ୟୁଟ କରି କିମ୍ବା ଭଲ୍ୟୁମ ଅଫ କରି ଦେଖିଛନ୍ତି କି?ଯଦି ଏହିଭଳି କରିଛନ୍ତି ତେବେ ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ, ଯେତେ ଭୟଙ୍କର ହରର ଫିଲ୍ମ ହଉ ନା କାହିଁକି ଯଦି ତାକୁ ମ୍ୟୁଟ କରି କେବଳ ପିକ୍ଚର ଦେଖୁଛନ୍ତି ତେବେ ଆପଣଙ୍କୁ ସାମାନ୍ୟ ମଧ୍ୟ ଡର ଲାଗିନଥାଏ। କିନ୍ତୁ ଯଦି ଆପଣ ସେହି କାମକୁ ଓଲଟା କରନ୍ତି ଅର୍ଥାତ ପିକ୍ଚର ନଦେଖି କେବଳ ଫୁଲ ଭଲ୍ୟୁମରେ ସାଉଣ୍ଡ ଦେଇ ଶୁଣନ୍ତି ତେବେ ଡର ତ କମ୍‌ ଲାଗିବ କିନ୍ତୁ ସେହି ଡର ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କ ମନରେ ରହିଯିବ। ବୈଜ୍ଞାନିକ ମାନେ ଏହି ଡର ବିଷୟରେ ଅନେକ ଗବେଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ସାଉଣ୍ଡ ଆମକୁ କେତେ ମାତ୍ରାରେ ଡରାଇଥାଏ।

ଅନେକ ସମୟର କୌଣସି ସଙ୍ଗୀତରେ ରହିଥିବା ଉଚ୍ଚ ନିଚ୍ଚ ସାଉଣ୍ଡ ଆମକୁ ଡରାଇଥାଏ। ଏମିତି ହେବା ପଛର କାରଣକୁ ଜାଣିବା ପାଇଁ କାଲିର୍ଫନିଆର ୟୁନିର୍ଭସିଟିର ଜଣେ ପ୍ରେଫେସର ଡାନିଅଲ ବ୍ଲମଷ୍ଟିନ ଅନେକ ଦିନ ଧରି ଗବେଷଣା କରିଥିଲେ। ଏହି ଗବେଷଣାର ରିର୍ପୋଟ ଅନୁଯାୟୀ ଲୋକଙ୍କୁ ଡରାଉଥିବା ଏହି ଶବ୍ଦକୁ ନନଲିନିଅର ସାଉଣ୍ଡ କୁହାଯାଏ।

ସେହିପରି କେତେକ ମେଲୋଡି ଶବ୍ଦ ଆମ କାନ ଏବଂ ମନକୁ ବିଚଳିତ କରିଥାଏ ବୋଲି ସଙ୍ଗୀତର ଅନୁସନ୍ଧାନକାରୀମାନଙ୍କର ବିଶ୍ୱାସ ରହିଛି। ଏହିଭଳି କିଛି ଧ୍ୱନୀର ମିଳନକୁ ଟ୍ରାଇଟୋନ ବା ସଙ୍ଗୀତ ଜଗତର ସୈତାନ କୁହାଯାଏ। ହିନ୍ଦୀ ଫିଲ୍ମର ପାଉଁଜି ଏବଂ ଘୁଘୁଂରର ଶବ୍ଦ, ଘଡଘଡି, ବିଜୁଳିର ଚମକ ଏବଂ ପବନ ବହିବା ଭଳି କେତେକ ଶବ୍ଦ ଆମ ମନକୁ ସବୁଠାରୁ ଅଧିକ ଉତ୍ତେଜିତ କରିବା ସହିତ ମନରେ ଡର ସୃଷ୍ଟି କରିଥାଏ।

sound2

କାଲିର୍ଫୋନିଆର ପ୍ରେଫେସରଙ୍କ ମତରେ କୌଣସି ନନଲିନଅର ସାଉଣ୍ଡ ଭୟଙ୍କର ହୋଇନଥାଏ ବରଂ ଏହି ଶବ୍ଦକୁ ଶୁଣିବା ପରେ ମଣିଷ ମନରେ ଏକ ଭାବନା ସୃଷ୍ଟି ହୋଇଥାଏ ଯାହା ଭୟ ରୂପରେ ଉଭା ହୋଇଥାଏ।ଏହାକୁ ପ୍ରମାଣ କରିବା ପାଇଁ ବୈଜ୍ଞାନିକଙ୍କ ଟିମ୍‌ ୧୦୦ରୁ ଅଧିକ ସାଉଣ୍ଡଟ୍ରେକର ଅଧ୍ୟୟନ କରିଥିଲେ। ତେବେ ପଶୁମାନଙ୍କ କାନ୍ଦିବା କିମ୍ବା ସୁରକ୍ଷା ପାଇଁ ସ୍ୱର ଦେବା ମଧ୍ୟ ଆମ ଭିତରେ ଭୟ ସୃଷ୍ଟି କରିଥାଏ ବୋଲି ଏହି ଗବେଷଣାରୁ ଜଣାପଡିଛି।

sound

ଆପଣ ଭାବୁଥିବେ ନନଲିନିଅର ସାଉଣ୍ଡ କଣ? ତେବେ ଆସନ୍ତୁ ନନଲିନିଅର ସାଉଣ୍ଡ ବିଷୟରେ ଜାଣିବା। ନନଲିନିଆ ସାଉଣ୍ଡ ସାଧାରଣ ମ୍ୟୁଜିକର ରେଞ୍ଜରୁ ଉଚ୍ଚ ହୋଇଥାଏ ଯାହା ପଶୁଙ୍କର ଭୋକାଲ କର୍ଡରୁ ଉତ୍ପନ୍ନ ହୁଏ। ପଶୁ ମାନଙ୍କୁ ଅସୁରକ୍ଷାରୁ ସଚେତନ କରାଉଥିବା ଏହି ଶବ୍ଦ ମଣିଷର ମସ୍ତିଷ୍କରେ ଡର ଉତ୍ପନ ହେବାର କାରଣ ହୋଇଥାଏ। ସେହିଭଳି ଡର ଦୁଇ ପ୍ରକାରର ହୋଇଥାଏ। ଯଦି ଆମେ ଚିଡିଆଖାନାରେ ବାଘକୁ ଦେଖି ଡରିବା ତେବେ ସେହି ଡର ଅଳ୍ପ ସମୟ ପାଇଁ ଆମ ମନରେ ରହିଯାଏ କିନ୍ତୁ କୌଣସି ଅନ୍ଧାର ଜାଗାକୁ ଏକୁଟିଆ ଯିବା ସମୟରେ ଡରିଗଲେ ଆମ ଶରୀରରେ ଝାଳ ବୋହିବା, ହୃଦକମ୍ପନ ହେବା ଇତ୍ୟାଦି ପରିବର୍ତ୍ତନ ଦେଖାଯାଇଥାଏ।