ମକର ସଂକ୍ରାନ୍ତିରେ କାହିଁକି ଉଡ଼ାଯାଏ ଗୁଡ଼ି? ଜାଣନ୍ତୁ କ’ଣ କହୁଛି ଧାର୍ମିକ ମାନ୍ୟତା…

ଚଳିତ ବର୍ଷ ମକର ସଂକ୍ରାନ୍ତି ପର୍ବ ୧୪ ଜାନୁୟାରୀରେ ପାଳନ କରାଯିବ। ମକର ସଂକ୍ରାନ୍ତ ଦିନ ହିଁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନଠାରୁ ଋତିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଉତ୍ସବକୁ ସ୍ଥାନୀୟ ମାନ୍ୟତା ଅନୁସାରେ ଧୁମ୍‌ଧାମରେ ପାଳନ କରାଯାଇଥାଏ।

ମକର ସଂକ୍ରାନ୍ତି ଦିନ ହିଁ ସୂର୍ଯ୍ୟ ଉତ୍ତରାୟଣ ହୋଇ ଥାଆନ୍ତି। ଏହି ଦିନ ଦାନ, ଦକ୍ଷିଣାର ବି ବିଶେଷ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତିରେ ସାରା ଦେଶରେ ଗୁଡ଼ି ଉଡ଼ାର ମଧ୍ୟ ପରାମ୍ପରା ରହିଛି। କେଉଁ କେଉଁ ସ୍ଥାନରେ ଏହି ଦିନ ଗୁଡ଼ି ଉଡ଼ାର ବଡ଼ ବଡ଼ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ। ଆସନ୍ତୁ ଜାଣିବା, ଏହି ଦିନ କାହିଁକି ଉଡ଼ାଯାଇଥାଏ ଗୁଡ଼ି।

ମକର ସଂକ୍ରାନ୍ତି ଦିନ ପୂରା ଦେଶରେ ଗୁଡ଼ି ଉଡ଼ାଯାଇଥାଏ। କାରଣ, ଏହି ଦିନକୁ ଗୁଡ଼ିର ପର୍ବ ମଧ୍ୟ କୁହାଯାଇଥାଏ। ସଂକ୍ରାନ୍ତିରେ ଗୁଡ଼ି ଉଡ଼ାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ରହିଛି। ତାମିଲର ତନ୍ନାନା ରାମାୟଣ ଅନୁସାରେ, ଗୁଡ଼ି ଉଡ଼ା ପରମ୍ପରା ଭଗବାନ ଶ୍ରୀରାମ ଆରମ୍ଭ କରିଥିଲେ। ମକର ସଂକ୍ରାନ୍ତି ଦିନ ଭଗବାନ ଶ୍ରୀରାମ ଯେଉଁ ଗୁଡ଼ି ଉଡ଼ାଇଥିଲେ, ତାହା ଇନ୍ଦ୍ରଲୋକ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି କାରଣରୁ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ା ଯାଇଥାଏ।

kite

ଗୁଡ଼ିକୁ ଖୁସି, ସ୍ୱାଧୀନତା ଏବଂ ଶୁଭତାର ସଙ୍କେତ ବୋଲି ବିଶ୍ୱାସ କରାଯାଏ। ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଯାଇ ପରସ୍ପରକୁ ଖୁସିର ବାର୍ତ୍ତା ଦିଆଯାଏ। ସେପଟେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ଏହାର ଖାସ୍‌ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ କିରଣ ଶରୀର ପାଇଁ ଅମୃତ ସମାନ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ।

କୁହାଯାଏ କି, ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବା ଦ୍ୱାରା ଆପଣ ସୂର୍ଯ୍ୟଙ୍କ କିରଣ ଅଧିକ ମାତ୍ରାରେ ଗ୍ରହଣ କରନ୍ତି ଏବଂ ଶରୀରକୁ ଶକ୍ତି ଆସିଥାଏ। ଏହାଦ୍ୱାରା ଭିଟାମିନ୍‌ ଡିର ଅଭାବ ପୂରଣ ହୋଇଥାଏ।

Leave A Reply

Your email address will not be published.