ଚୀନରେ କାହିଁକି ଅଧିକ ରୁହନ୍ତି ପାଣ୍ଡା, ଅନ୍ୟ ଦେଶରେ କାହିଁକି ରହି ପାରେନି ଏହି ଜୀବ
![](https://knewsodisha.com/wp-content/uploads/2024/12/panda-1.jpg)
ଚୀନରେ ସର୍ବାଧିକ ପାଣ୍ଡା ଅଛନ୍ତି । ଏହି ପଶୁ ପ୍ରାୟତଃ ଚୀନରେ ମିଳିଥାଏ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପାଣ୍ଡା କାହିଁକି ଚୀନରେ ମିଳିଥାଏ ? ଅନ୍ୟ ଦେଶରେ କାହିଁକି ଏହି ଜୀବ ଦେଖାଯାଏ ନାହିଁ । ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା । ଚୀନ୍ର ମଧ୍ୟଭାଗରେ ଅବସ୍ଥିତ ଭୂମି ପାଣ୍ଡାମାନଙ୍କ ପାଇଁ ସବୁଠାରୁ ଅନୁକୂଳ । ପାଣ୍ଡା ଚୀନର ମଧ୍ୟ ଭାଗର ମୂଳ ବାସିନ୍ଦା ବୋଲି ବିଶ୍ୱାସ କରାଯାଏ ।
ବିଶ୍ୱାସ କରାଯାଏ ଯେ ଚୀନ୍ ବ୍ୟତୀତ ଦୁନିଆର କୌଣସି ଦେଶରେ ପାଣ୍ଡା ପାଇଁ ଅନୁକୂଳ ପରିସ୍ଥିତି ନାହିଁ । ଏହି କାରଣରୁ ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ପାଣ୍ଡା ବହୁତ କମ୍ ଥାଆନ୍ତି, କିନ୍ତୁ ଚୀନ୍ର ମଧ୍ୟ ଭାଗରେ ଅବସ୍ଥିତ ଅଞ୍ଚଳ ପାଣ୍ଡାମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ । ଏହି କାରଣରୁ ଏହି ଅଞ୍ଚଳରେ ପାଣ୍ଡା ବହୁ ସଂଖ୍ୟାରେ ରୁହନ୍ତି ।
୨୦୧୪ ରେ ପାଣ୍ଡାଙ୍କର ଶେଷ ଗଣନା କରାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ସମଗ୍ର ବିଶ୍ୱରେ ପାଣ୍ଡାର ସଂଖ୍ୟା ପ୍ରାୟ ୧୯୦୦ । ସେଥିମଧ୍ୟରୁ ପ୍ରାୟ ୪୦୦ ପାଣ୍ଡା ପ୍ରାଣୀ ଉଦ୍ୟାନ, ଅଭୟାରଣ୍ୟ ଏବଂ ପ୍ରଜନନ କେନ୍ଦ୍ରରେ ମାନବଙ୍କ ତତ୍ତ୍ବାବଧାନରେ ଅଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ୫୦ ଟି ପାଣ୍ଡା ଚୀନ୍ ବାହାରେ ଅଛନ୍ତି । ରିପୋର୍ଟ ଅନୁଯାୟୀ ଅନ୍ୟ ଦେଶରେ ପାଣ୍ଡା ଜନ୍ମ ହୋଇଥିଲେ ମଧ୍ୟ ଏହା ଚୀନ୍ର ମାଲିକାନା ହେବ।
ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ପାଣ୍ଡାଙ୍କୁ ପାଣ୍ଡା ଭାଲୁ ମଧ୍ୟ କୁହାଯାଏ, କିନ୍ତୁ ଆପଣ ଜାଣିଛନ୍ତି କି ପାଣ୍ଡାଙ୍କ ଖାଦ୍ୟର ୯୮ ପ୍ରତିଶତ ବାଉଁଶରୁ ଆସିଥାଏ । ପାଣ୍ଡାଙ୍କର ୬ଟି ଆଙ୍ଗୁଠି ଅଛି, ଯାହା ଦ୍ବାରା ପାଣ୍ଡା ବାଉଁଶକୁ ଧରିବାରେ ସାହାଯ୍ୟ ମିଳେ । ଆହୁରି ମଧ୍ୟ ପାଣ୍ଡା ଏକା ରହିବାକୁ ଭଲ ପାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାଈ ପାଣ୍ଡା ଅନ୍ୟ କୌଣସି ମାଈ ପାଣ୍ଡାକୁ ନିଜ ଅଞ୍ଚଳରେ ପ୍ରବେଶ କରିବାକୁ ଦିଏ ନାହିଁ । ଏହା ବ୍ୟତୀତ ନବଜାତ ପାଣ୍ଡା ଛୋଟ, ଗୋଲାପୀ, ଅନ୍ଧ ଏବଂ ଦାନ୍ତବିହୀନ ହୋଇଥାଏ ।