୧୦ ଫେବୃଆରୀରେ ପଡୁଛି ବସନ୍ତ ପଞ୍ଚମୀ, ଜାଣନ୍ତୁ ସରସ୍ବତୀଙ୍କ ପୂଜା କେବେ ଓ କେମିତି ଆରମ୍ଭ ହେଲା ?

ଏମିତି କୁହାଯାଏ ଯେ, ବସନ୍ତପଞ୍ଚମୀ ଦିନ ମା ସରସ୍ବତୀଙ୍କର ଆଗମନ ହୋଇଥିଲା। କୁହାଯାଏ ଯେ ,ମା ସରସ୍ବତୀଙ୍କ ଆଗମନରେ ପ୍ରକୃତିର ଶ୍ରୀଙ୍ଗାର ହୋଇଥିଲା, ସେହିଦିନ ଠାରୁ ମାଁ ସରସ୍ବତୀଙ୍କର ପୂଜା ଅର୍ଚ୍ଚନା କରିବାର ପରମ୍ପରା ଆରମ୍ଭ ହୋଇଥିଲା।
ବସନ୍ତପଞ୍ଚମୀ ପାଳିବାରେ ଅନେକ ମତ ରହିଛି। ଏକ ମତ ଅନୁସାରେ ଏହି ଦିନ ବିଦ୍ୟା ଦେବୀ ମାଁ ସରସ୍ବତୀଙ୍କର ପୂଜା କରାଯାଇଥାଏ। ଦ୍ବିତୀୟ ମତ ଅନୁସାରେ ମା ଲକ୍ଷ୍ମୀଙ୍କ ପୂଜା ସହିତ ଭଗବାନ ବିଷ୍ଣୁଙ୍କ ପୂଜାର ଦିନ ବୋଲି କୁହାଯାଏ। ଅନ୍ୟ ଏକ ମତ ଅନୁସାରେ ଏହି ତିଥିରେ ରତି ଏବଂ କାମଦେବଙ୍କ ପୂଜା ମଧ୍ୟ କରିବା ଆବଶ୍ୟକ। କାରଣ କାମଦେବ ଏବଂ ବସନ୍ତ ମିତ୍ର ଅଟନ୍ତି।

ବସନ୍ତପଞ୍ଚମୀରେ କାହିଁକି କରାଯାଏ ସରସ୍ବତୀଙ୍କ ପୂଜା ?

Saraswatiବସନ୍ତପଞ୍ଚମୀ ୧୦ ଫେବୃଆରୀ ୨୦୧୯ରେ ପଡୁଛି। ଭାରତରେ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ମା ସରସ୍ବତୀଙ୍କ ଦିନ ବୋଲି ମଧ୍ୟ କୁହାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ଶବ୍ଦର ଶକ୍ତି ମନୁଷ୍ୟଙ୍କର ଜୀବନକୁ ଆସିଥିଲା। ପୁରାଣରେ ଲେଖା ଅଛି ସୃଷ୍ଟିକୁ ବାଣୀ ଦେବା ପାଇଁ ଭଗବାନ ବ୍ରହ୍ମା କମଣ୍ଡଳୁ ଜଳ ନେଇ ଚାରିଦିଗରେ ପକାଇଥିଲେ। ଏହି ଜଳରେ ହାତରେ ବୀଣା ଧାରଣ କରି ଯେଉଁ ଶକ୍ତି ପ୍ରକଟ ହୋଇଥିଲା ତାହାକୁ ମା ସରସ୍ବତୀ ବୋଲି କୁହାଗଲା। ତାଙ୍କ ବୀଣାର ତାର ଛିଡ଼ିବା ସମୟରେ ତିନି ଲୋକରେ ଶକ୍ତି ସଂଞ୍ଚାରିତ ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦର ବାଣୀ ମିଳିଗଲା। ସେହି ଦିନ ବସନ୍ତପଞ୍ଚମୀ ହୋଇଥିବାରୁ ମାଁ ସରସ୍ବତୀଙ୍କ ଦିନ ରୂପେ ପାଳନ କରାଯାଇଥାଏ।

ବୀଣା ଏବଂ ଜ୍ଞାନର ଦେବୀ ସରସ୍ବତୀ

ବାଗ୍ ଦେବୀ ବୀଣାପାଣି ଭଳି ନାମରେ ଜଣାଥିବା ଦେବୀ ସରସ୍ବତୀ ଜ୍ଞାନ ଏବଂ ବିଦ୍ୟାର ପ୍ରତିକ ଅଟେ। ତାଙ୍କୁ ସାହିତ୍ୟ,କଳା,ସଂଗୀତ ଏବଂ ଶିକ୍ଷାର ଦେବୀ ବୋଲି କୁହାଯାଏ। ମା ଶରତର ଚାରି ଭୂଜାରେ ଚାରି ଦିଗର ପ୍ରତିକ ଅଟନ୍ତି। ଚାରି ହାତରେ ମାଁ ବୀଣା,ବେଦ, କମଣ୍ଡଳୁ ଏବଂ ରୁଦ୍ରାକ୍ଷ ମାଳ ଧାରଣ କରିଛନ୍ତି। ଏହି ପ୍ରତିକ ଆମ ଜୀବନରେ ପ୍ରେମ, ସମନ୍ବୟ ବିଦ୍ୟା,ଜପ, ଧ୍ୟାନ ତଥା ମାନସିକ ଶାନ୍ତିକୁ ପ୍ରକଟ କରିଥାଏ ।

ଏହି ଦିନ କିପରି ମାଙ୍କୁ କରିବେ ପ୍ରସନ୍ନ

Basant Panchami-ବସନ୍ତପଞ୍ଚମୀ ଦିନ କୌଣସି ଉପବାସ ହୋଇନଥାଏ,କେବଳ ପୂଜା ହୋଇଥାଏ। ଏହି ଦିନରେ ହଳଦିଆ ବସ୍ତ୍ର ପିରିଧାନ କରିବା, ହଳଦିର ତିଳକ ଲଗାଇବା, ମିଠା ଚାଉଳ ତିଆରି କରିବାର ବିଧାନ ରହିଛି।

-ବିଦ୍ୟାର୍ଥୀ,ସଂଗୀତକାର,କଳାକାରଙ୍କ ପାଇଁ ଏହା ମହତ୍ବପୂର୍ଣ୍ନ ଦିନ ହୋଇଥାଏ। ସେହିଦିନ ପୁସ୍ତକ,ବାଦ୍ୟଯନ୍ତ୍ର ଆଦି ପୂଜା କରାଯାଇଥାଏ।

ନିଶ୍ଚୟ ପଢ଼ନ୍ତୁ : ରାତିରେ କେବେବି କରନ୍ତୁ ନାହିଁ ଏହି ଜିନିଷର ସେବନ, ନଚେତ ଭୋଗିପାରନ୍ତି ଏହି ସମସ୍ୟା

ମା ସରସ୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ

ऊँ ऐं सरस्वत्चैं ऐं नमः । ଏହାକୁ ୧୦୮ ଥର ଜପ କରନ୍ତୁ।

ସରସ୍ବତୀଙ୍କ ପ୍ରାର୍ଥନା

या कुन्देन्दु-तुषारहार-धवला या शुभ्र-वस्त्रावृता
या वीणावरदण्डमण्डितकरा या श्वेतपद्मासना।
या ब्रह्माच्युत शंकर-प्रभृतिभिर्देवैः सदा वन्दिता
सा मां पातु सरस्वती भगवती निःशेषजाड्यापहा॥

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.