ମଦ ବୋତଲ ଗୁଡ଼ିକର ରଙ୍ଗ କାହିଁକି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ, ଜାଣନ୍ତୁ ଏହାର କାରଣ

ଆପଣମାନେ ମଦ ବିଷୟରେ ବହୁତ କିଛି କଥା ଅଳ୍ପ ବହୁତ କଥା ଜାଣିଥିବେ । ତେବେ ବହୁତ ଲୋକ ମଦ ପିଇବାକୁ ପସନ୍ଦ କରିଥାନ୍ତି । କିଏ କିଏ ଏହି ମଦକୁ ଘରେ ପିଇବାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଏହାକୁ ବାର,ରେଷ୍ଟୁରାଣ୍ଟ,ଅଫିସରେ ପିଇବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । ମଦ କାହିକି ପିଅନ୍ତି ପିଇବା ଦ୍ୱାରା କଣ ହୁଏ ଏସବୁ ଆପଣ ଜାଣିଥିବେ । ଏମିତିକି ସବୁ ବର୍ଗର ଲୋକେ ଏହାକୁ ପିଇବା ଏବେ ଅତି ସାଧାରଣ କଥା ହୋଇଗଲାଣି ।

ଭାରତରେ ମଦ ପିଇବା ବ୍ୟକ୍ତିଙ୍କ ସଂଖା ପୁର୍ବାପେକ୍ଷା ଅଧିକ ମାତ୍ରାରେ ବୃଦ୍ଧି ହୋଇଛି । କେବଳ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସଂଖା ସହିତ ଏହାର ପ୍ରକାରଭେଦ ମଧ୍ୟ ବଢିବାରେ ଲାଗିଛି । ତେବେ ଭାରତରେ ୧୦୦ରୁ ଉର୍ଧ୍ଵ ପ୍ରକାର ମଦ ତିଆରି ହେଇପାରୁଛି । ମଦ ପିଇବା ଓ ପରିବେଷଣ କରିବା ସମୟରେ ଆପଣ କେବେ ଚିନ୍ତା କରିଛନ୍ତି କି ମୋଦ ବୋତଲ ଗୁଡିକ କାହିଁକି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ । ଏହା ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତ ଆମେ ଆପଣଙ୍କୁ ଜଣାଇବୁ ।

ସାଧାରଣତ ଏହି ବୋତଲ ଗୁଡିକ ପ୍ରାୟ ସବୁଜ ଏବଂ ବାଦାମୀ ରଙ୍ଗର ହୋଇଥାଏ । ଆପଣ ଏହା ଜାଣିଲା ପରେ ଆଶର୍ଯ୍ୟ ହେବେ ଏହି ରଙ୍ଗ ଧୀରେ ଧୀରେ ସୂର୍ଯ୍ୟଙ୍କ ଆଲୋକରେ ଲଢିବାର କାମ କରିଥାଏ । ମଦ ବୋତଲର ରଙ୍ଗ କେବଳ ଦେଖେଇ ହେବା କିମ୍ବା ମାର୍କେଟିଙ୍ଗ ପାଇଁ ହୋଇନଥାଏ ଏହା ମଦର ସ୍ୱାଦ ଓଏହାକୁ ସତେଜ ରଖିବା ପାଇଁ ହୋଇଥାଏ । ଏକ ରିପୋର୍ଟ ଅନୁସାରେ ଉଣେଇଶି ମସିହାରୁ ମଦ ଗୁଡିକୁ କାଚ ବୋତଲରେ ଭର୍ତି ହୋଇଆସୁଛି । କାରଣ କାଚ ବୋତଲ ଭିତରେ ମଦକୁ ରଖିବା ଫଳରେ ମଦ ସତେଜ ହୋଇ ରହିଥାଏ । କାଚ ବୋତଲ ଦେଉଛି ମଦ ପାଇଁ ପ୍ରକୃଷ୍ଟ ସ୍ଥାନ ।

ତେବେ ସାଧା ବା ପ୍ଲେନ କାଚ ବୋତଲ ମଦ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । ସାଧା କାଚ ବୋତଲରେ ମଦ ରଖିବା ଫଳରେ ଯେତେବେଳେ ଆଲୋକର ସଂସ୍ପର୍ଶରେ ଆସିଥାଏ ସେତେବେଳେ ତାହାର ସ୍ୱାଦ ଖରାପ ହୋଇଯାଇଥାଏ । ଏବଂ ସେଠାରୁ ଦୁର୍ଗନ୍ଧ ବାହାରିଥାଏ । ଏହି ଘଟଣାକୁ ଲାଇଟଷ୍ଟ୍ରକ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳ ଅତି ବାଇଗଣୀ ରଶ୍ମି କିରଣ ମଦରେ ପ୍ରବେଶ କରିଥାଏ ଏହା ସହ ବିଶେଷ ରୂପରେ ପ୍ରତିକ୍ରିୟା କରିଥାଏ ।

ଯାହା ଫଳରେ ଯୁବି ଲାଇଟର ସମ୍ପର୍କରେ ଆସିବା ପରେ ଆସୁଥିବା ଗନ୍ଧକୁ ଦୁରକରିଥାଏ । ବାଦାମୀ ବୋତଲ ମଦ କୁ ସବୁଠାରୁ ଅଧିକ ସୁରକ୍ଷା କରିଥାଏ । ଏହି ବୋତଲ ହାନିକାରକ ଯୁବି କିରଣରୁ ଆପଣଙ୍କ ମଦ ବୋତଲକୁ ସୁରକ୍ଷା ଦେଇଥାଏ । ବୋତଲ ମଧ୍ୟରେ ରହିଥିବା କିଛି ଆଲୋକକୁ ଭିତରକୁ ଯିବାକୁ ଦିଏନାହିଁ । ଏଥିପାଇଁ ବ୍ରାଉନ ବୋତଲ ମଦର ସ୍ବାଦକୁ ଅପରିବର୍ତିତ ରଖିଥାଏ ଯାହା ଫଳରେ ମଦ ବୋତଲ ଗୁଡିକ ଦୀଘ ସମୟ ଧରି ଭଲ ରହିଥାଏ । ସେଥିପାଇଁ ବହୁତ ଜାଗାରେ ବାଦୀମୀ ରଙ୍ଗର ବୋତଲରେ ମଦ ରହିଥାଏ ।

You might also like