ଭାରତୀୟ ମହିଳା ମଥାରେ ବିନ୍ଦି ଲଗାନ୍ତି କାହିଁକି, ଜାଣନ୍ତୁ ବୈଜ୍ଞାନିକ କାରଣ

ଭାରତୀୟ ହିନ୍ଦୁଧର୍ମରେ ଅନେକ ପ୍ରଥା ଓ ପରମ୍ପରା ରହିଛି। ଏହି ପରମ୍ପରା ମଧ୍ୟରେ ମହିଳା ମାନେ ମଥାରେ ବିନ୍ଦି ବା ତିଳକ ଲଗାଇବା ଅନ୍ୟ ଏକ ପ୍ରଥା। ବିନ୍ଦି କେବଳ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଏ ନାହିଁ। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି।

ହିନ୍ଦୁଧର୍ମ ଅନୁସାରେ ହାତ ଯୋଡି ଅଭିବାଦନରୁ ଆରମ୍ଭ କରି, ପାଦ ଛୁଇଁ ଆଶୀର୍ବାଦ ନେବା ପର୍ଯ୍ୟନ୍ତ ଅନେକ ପ୍ରଥା ରହିଛି। ହିନ୍ଦୁ ସଂସ୍କୃତିରେ ବିନ୍ଦି ଓ ତିଳକ ଆଦି ଗହଣାର ମାନ୍ୟତା ପାଇଛି। ସେଥିପାଇଁ ମଥାରେ ବିନ୍ଦି ବା ତିଳକ ଲଗାଇବା ଅତ୍ୟନ୍ତ ଜରୁରୀ। ଭାରତୀୟ ପୋଷାକ ସହ ମଥାରେ ବିନ୍ଦି ନଥିଲେ ଏହା ଅସମ୍ପୂର୍ଣ୍ଣ ଲାଗିଥାଏ। ବିନ୍ଦି ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଏ । ଏହି ପରମ୍ପରା ପଛରେ କେବଳ ଧାର୍ମିକ ନୁହେଁ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ବିନ୍ଦି ଓ ତିଳକ ଲଗାଇଲେ କେଉଁ ଲାଭ ମିଳେ…

ମୁଣ୍ଡକୁ ଶାନ୍ତ କରେ:

ମହିଳା ମାନେ ଦୁଇ ଭ୍ରୁଲତା ମଧ୍ୟରେ ବିନ୍ଦି ଓ ତିଳକ ଲଗାନ୍ତି। ଏହି ଅଂଶକୁ ପ୍ରତିଦିନ ମସାଜ୍‌ କରିବା ଆବଶ୍ୟକ। ପ୍ରତିଦିନ ମସାଜ୍‌ କରିବା ଦ୍ୱାରା ଏହା ମାଂସପେଶୀ ଓ ସ୍ନାୟୁକୁ ଆରାମ ପ୍ରଦାନ କରେ। ଅଧିକ ଚିନ୍ତା କଲେ ମୁଣ୍ଡ ବିନ୍ଧେ। ଏହି ସମୟରେ ଆପଣ ବିନ୍ଦି ଲଗାଉଥିବା ସ୍ଥାନକୁ ଦାବି ଧରନ୍ତୁ, ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ। ଏହି ଭଳି ଶାନ୍ତ ଓ ଏକାଗ୍ର ରହିବା ପାଇଁ ପ୍ରତିଦିନ ମଥାରେ ବିନ୍ଦି କିମ୍ବା ତିଳକ ଲଗାନ୍ତୁ।

ମୁଣ୍ଡ ବିନ୍ଧାରୁ ମୁକ୍ତି ଦିଏ :

ମଥାର ଭ୍ରୁଲତାରେ ଯେଉଁ ବିନ୍ଦୁ ରହିଛି ପ୍ରତିଦିନ ସେହି ସ୍ଥାନରେ ବିନ୍ଦି ଲଗାଇବା ଆବଶ୍ୟକ। ଆକ୍ୟୁପ୍ରେଶରର ରିପୋର୍ଟ ଅନୁସାରେ, ପ୍ରତିଦିନ ବିନ୍ଦି ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳେ। ଏହି ସ୍ଥାନ ସ୍ନାୟୁ ଓ ରକ୍ତ ବାହିକା ନଳୀର ସମିଶ୍ରଣ ସ୍ଥାନ। ଏହି ସ୍ଥାନକୁ ମସାଜ କରିବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ।

ଏକାଗ୍ରତା ବଢାଏ:

ମଥାର ମଧ୍ୟ ଭାଗରେ ପିନିୟଲ ଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଉପରେ ବିନ୍ଦି ଓ ତିଳକ ଲଗାଇବା ଦ୍ୱାରା ଏହା ଦ୍ରୁତ ଗତିରେ କାମ କରିଥାଏ। ବିନ୍ଦି ଲଗାଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହେ ଓ ମନରେ ଏକାଗ୍ରତା ବଢିଥାଏ। ଏଭଳି କରିବା ଦ୍ୱାରା ରାଗ ଓ ଚିନ୍ତା ଦୂରହୁଏ।

ସାଇନସ ରୋଗରୁ ମିଳେ ମୁକ୍ତି :

ବିନ୍ଦିରେ ଟ୍ରାଇଜେନ୍‌ ତନ୍ତ୍ରିକା ନାମକ ଏକ ଔଷଧ ପକାଯାଇଥାଏ। ଏହା ଦ୍ୱାରା ନାକ ଓ ବିନ୍ଦିର ଆଖପାଖ ଅଂଶ ଉତ୍ତେଜିତ ରୁହେ। ଏହା ରକ୍ତ ପ୍ରବାହକୁ ଉତ୍ତେଜିତ କରିଥାଏ ଓ ବନ୍ଦ ଥିବା ନାକକୁ ଆରାମ ଦେଇଥାଏ। ଏହା ସହ ସାଇନସ ଓ ନାକ ସହ ଜଡିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ସହ ସାଇନସାଇଟିସ୍‌ ରୋଗରୁ ଆରାମ ଦେଇଥାଏ।

ମୁଣ୍ଡରେ କୁଞ୍ଚନ ବା ଭାଙ୍ଗ ପଡିବା କମିଯାଏ:

ବିନ୍ଦି ଲଗାଇବା ଦ୍ୱାରା ମୁଖର ମାଂସପେଶୀ ସକ୍ରିୟ ହୋଇଥାଏ। ଏହା ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି କରାଏ ଓ ଚେହେରାରେ କୁଞ୍ଚନ ହେବାକୁ ଦିଏ ନାହିଁ। ବିନ୍ଦି ଲଗାଉଥିବା ସ୍ଥାନରେ ଏକ ସୁପ୍ରାଟ୍ରୋଚିଲାର ନାମର ସ୍ନାୟୁ ରହିଛି। ବିନ୍ଦିରେ ଥିବା ଔଷଧ ସ୍ନାୟୁରେ ଲାଗିବା ଦ୍ୱାରା ମଥାରେ କୁଞ୍ଚନ ପଡେନାହିଁ ଓ ଚେହେରା ଉଜ୍ଜଳ ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.