ରମ୍ ପିଇବା ଦ୍ୱାରା କାହିଁକି ଗରମ ଅନୁଭବ ହୋଇଥାଏ ? ଜାଣନ୍ତୁ ଏହା ପଛର ରହସ୍ୟ

ସମଗ୍ର ବିଶ୍ୱରେ ମଦ୍ୟପାନ କରିବାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶୀତ ଦିନରେ ମଦ୍ୟପାନକୁ ଭଲ ପାଉଥିବା ଲୋକମାନେ ରମ୍ ପିଇବାକୁ ପସନ୍ଦ କରନ୍ତି । ଏହା ସହ ଲୋକେମାନେ କହିଥାନ୍ତି ଯେ ରମ୍ ପିଇବା ଦ୍ୱାରା ଶରୀର ଗରମ ରହିଥାଏ । ହେଲେ ଏହା ପଛର କାରଣ କ’ଣ ଆପଣମାନେ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ।

ସର୍ବ ପ୍ରଥମେ ଜାଣନ୍ତୁ ରମ୍ କ’ଣ? ଜାଣି ରଖନ୍ତୁ ଯେ ରମ୍ ତିଆରି କରିବାକୁ ହେଲେ ପୋଚର ବ୍ୟବହାର କରାଯାଏ । ଆଖୁରସରୁ ଚିନି ତିଆରି ପ୍ରକ୍ରିୟା ସମୟରେ ପୋଚ ନାମକ ଏକ ଗାଢ଼ ରଙ୍ଗର ବାଇ-ପ୍ରଡକ୍ଟ ବାହାରିଥାଏ । ଏହା ପରେ ତାକୁ ଫରମେନଟେସନ୍ କରାଯାଏ ଏବଂ ସେଥିରୁ ରମ୍ ପ୍ରସ୍ତୁତ ହୋଇଥାଏ ।

ହ୍ୱାଇଟ ରମ୍ ଏବଂ ଡାର୍କ ରମ୍ :

ସୂଚନା ଅନୁଯାୟୀ, ଧଳା ରମ୍ ଏବଂ ଗାଢ଼ ରମ୍ ତିଆରି କରିବା ପ୍ରକ୍ରିୟା ସମାନ ହୋଇଥାଏ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ପ୍ରକ୍ରିୟା ସମାନ ତେବେ ଏହାର ରଙ୍ଗ କିପରି ପରିବର୍ତ୍ତନ ହୋଇଛି । ବାସ୍ତବରେ ରଙ୍ଗର ପାର୍ଥକ୍ୟ ପୋଚ ଦ୍ୱାରା ହୋଇଥାଏ । ଗାଢ଼ ରମ୍ ତିଆରି କରିବାବେଳେ ପୋଚ ମିଶିଥାଏ । ହେଲେ ଧଳା ରମରେ ଏହା ମିଶି ନଥାଏ, ସେଥିପାଇଁ ଏହାର ରଙ୍ଗ ଧଳା ହୋଇଛି ।

ଏକ ସୂଚନା ଅନୁଯାୟୀ, ଗାଢ଼ ରମ୍ ତିଆରି କରିବା ସମୟରେ ବିଭିନ୍ନ ପୋଚ ମିଶାଇ ପ୍ରସ୍ତୁତ କରାଯାଇଥାଏ, ଯାହା ଦ୍ୱାରା ଏହାର ରଙ୍ଗ ଗାଢ଼ ହୋଇଥାଏ ଏବଂ ଟେଷ୍ଟ ମଧ୍ୟ ଭଲ ଥାଏ । ଗାଢ଼ ରମରେ ଅଧିକ କ୍ୟାଲୋରୀ ଥାଏ, ଯେଉଁ କାରଣରୁ ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ ।

ଆପଣମାନେ ଜାଣିଥିବେ ଯେ ମଦ୍ୟପାନ କରୁଥିବା ଲୋକମାନେ ଗ୍ରୀଷ୍ମ, ଶୀତ କିଛି ମାନନ୍ତି ନାହିଁ ସବୁ ସମୟରେ ମଦ୍ୟପାନ କରିଥାନ୍ତି । ହେଲେ ଏହି ରମ୍ ଗ୍ରୀଷ୍ମ ଋତୁରେ ପିଇବା ଠିକ୍ ନୁହେଁ । ହେଲେ କେଉଁଠି ଲେଖାଯାଇ ନାହିଁ ଯେ ଗ୍ରାଷ୍ମ ଋତୁରେ ପିଇବା ଉଚିତ୍ ନୁହେଁ । ଗ୍ରୀଷ୍ମରେ ମଧ୍ୟ ଆପଣ ରମ୍ ପିଇପାରିବେ, ହେଲେ ରମ୍ ଅଧିକ କ୍ୟାଲୋରୀ ଯୁକ୍ତ ହୋଇଥିବା କାରଣରୁ ଏହାକୁ ପିଇବା ଦ୍ୱାରା ଗରମ ଅନୁଭବ ହୋଇଥାଏ । ସେଥିପାଇଁ କୁହାଯାଇଛି ଯେ ଗ୍ରୀଷ୍ମ ଋତୁରେ ରମ୍ ପିଇବା ଶରୀର ପାଇଁ ଠିକ୍ ନୁହେଁ ।