ସ୍ପେଶାଲ

କାହିଁକି ହୋଇଥାଏ ଅକାଳ ମୃତ୍ୟୁ ? କାରଣ ଜାଣିବା ପାଇଁ ପଢ଼ନ୍ତୁ ଗରୁଡ଼ ପୁରାଣ

ଗରୁଡ଼ ପୁରାଣରେ ଜୀବନ, ମୃତ୍ୟୁ, ପାପ, ପୂଣ୍ୟ ଏବଂ କର୍ମ ଭଳି ଜିନିଷ ବିଷୟରେ ବିସ୍ତାରରେ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ଗରୁଡ଼ ପୁରାଣରେ କୁହାଯାଇଥିବା କଥାନୁସାରେ ଜୀବନକୁ ଅନୁସରଣ କରନ୍ତି ତେବେ ତାଙ୍କ ବର୍ତ୍ତମାନ ଜୀବନ ସହ ଆଗାମୀ ଜନ୍ମ ମଧ୍ୟ ଖୁସିରେ କଟିଥାଏ । ଧର୍ମ-ଅଧର୍ମକୁ ନେଇ ଗରୁଡ଼ ପୁରାଣରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଅକାଳ ମୃତ୍ୟୁ କଣ ।

ଯେତେବେଳେ ଜଣେ ବ୍ୟକ୍ତି ନିଜର ଜୀବନ କାଳ ଶେଷ ହେବା ପରେ ସାଧାରଣ ଢଙ୍ଗରେ ମରିଯାଏ, ଏହାକୁ ସାଧାରଣ ମୃତ୍ୟୁ କୁହାଯାଏ । କିନ୍ତୁ ଯେଉଁଠାରେ ଦୁର୍ଘଟଣା, ରୋଗ ଏବଂ ହତ୍ୟା ଭଳି କାରଣରୁ ଲୋକଙ୍କର ମୃତ୍ୟୁ ହୁଏ ତାକୁ ଅକାଳ ମୃତ୍ୟୁ କୁହାଯାଏ । ଅକାଳ ମୃତ୍ୟୁ ସହ ଜଡିତ ଅନେକ ରହସ୍ୟ ଗରୁଡ ପୁରାଣରେ କୁହାଯାଇଛି । ଯେପରି- ଅକାଳ ମୃତ୍ୟୁ କାହିଁକି ହୁଏ , ଏହା ପଛରେ କଣ କାରଣ ଅଛି । ଏହା ବ୍ୟତୀତ ଅକାଳ ମୃତ୍ୟୁ ପରେ ଆତ୍ମାର କର୍ମ ଉପରେ ନିର୍ଭର କରି ସ୍ୱର୍ଗ କିମ୍ବା ନର୍କର ଶିକାର ହେବାକୁ ପଡିଥାଏ, ସେ ବିଷୟରେ ମଧ୍ୟ ଗରୁଡ଼ ପୁରାଣରେ କୁହାଯାଇଛି ।

ଅକାଳ ମୃତ୍ୟୁର କାରଣ :
ଗରୁଡ ପୁରାଣ ଅନୁଯାୟୀ ଅନେକ ଲୋକ ଧର୍ମକୁ ଅନୁସରଣ କରନ୍ତି ନାହିଁ କିମ୍ବା ଧର୍ମର ପଥରେ ଚାଲି ନଥାନ୍ତି । ଏହା ବ୍ୟତୀତ ସେମାନଙ୍କର ମନ୍ଦ କାର୍ଯ୍ୟ ସେମାନଙ୍କ ଜୀବନ ସହିତ ମୃତ୍ୟୁ ପରେ ତାଙ୍କ ଆତ୍ମାକୁ ପ୍ରଭାବିତ କରିଥାଏ । ଏହିପରି ଲୋକଙ୍କୁ ଅକାଳ ମୃତ୍ୟୁର ସାମ୍ନା କରିବାକୁ ପଡିଥାଏ । ପୂର୍ବ ଜନ୍ମର କର୍ମଫଳ ମଧ୍ୟ ଅକାଳ ମୃତ୍ୟୁର କାରଣ ହୋଇପାରେ । ଜଣେ ବ୍ୟକ୍ତିର ଖରାପ କାର୍ଯ୍ୟ ତାର ଆୟୁଷକୁ କମ୍‌ କରିଥାଏ । ଏହା ବ୍ୟତୀତ ଗରୁଡ ପୁରାଣ ଅନୁଯାୟୀ ପାପ କରିବା, ଅସଦାଚରଣ, ମହିଳାଙ୍କୁ ଶୋଷଣ କରିବା ଏବଂ ଅପମାନ କରିବା, ମିଥ୍ୟା କହିବା, ଦୁର୍ନୀତି କରିବା ମଧ୍ୟ ଅକାଳ ମୃତ୍ୟୁର କାରଣ ହୋଇଥାଏ । ଯେଉଁମାନେ ଅନେକ ପାପ କରନ୍ତି ସେମାନେ ଅକାଳ ମୃତ୍ୟୁର ସାମ୍ନା କରନ୍ତି ।

ଅକାଳ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ ?
ଗରୁଡ ପୁରାଣ ଅନୁଯାୟୀ ଯେଉଁମାନଙ୍କର ଅକାଳ ମୃତ୍ୟୁ ହୁଏ ସେମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ଧାରରେ ବୁଲିଥାନ୍ତି । ଏହିପରି ଆତ୍ମା ଭୂତ ପ୍ରେତ ହୋଇଯାନ୍ତି । ଅନେକ ଥର ଅକାଳ ମୃତ୍ୟୁରେ ମରିଥିବା ଲୋକର ଆତ୍ମା ନିଜ ଇଚ୍ଛା ପୂରଣ କରିବା ପାଇଁ ନିଜ ଆଖପାଖର ଲୋକଙ୍କୁ କଷ୍ଟ ଦେବା ଆରମ୍ଭ କରନ୍ତି ।

Subhalaxmi Das

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

4 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

15 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

28 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

31 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

51 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago