ସ୍ପେଶାଲ

ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦେଖିଲେ କାହିଁକି ଲାଗିଥାଏ ଦୋଷ? ଜାଣନ୍ତୁ କାରଣ ଏବଂ ମୁକ୍ତି ପାଇବାର ଉପାୟ

ଆସନ୍ତା ୧୦ ତାରିଖ ଗଣେଶ ଚତୁର୍ଥୀ ଦିନଠାରୁ ଗଣେଶ ଉତ୍ସବ ଆରମ୍ଭ ହେଉଛି। ଏହି ଦିନ ଘରେ ଘରେ ଗଣପତି ବାବା ବିରାଜମାନ କରିବେ। ଗଣେଶ ଚତୁର୍ଥୀ ଦିନ ଧ୍ୟାନ ରଖିବେ କି, ଯେପରି ଏହି ଦିନ ଚନ୍ଦ୍ର ଦେଖିବେ ନାହିଁ। ଧର୍ମ-ପୁରାଣରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନକୁ ବାର୍ଜିତ କରାଯାଇଛି। କାରଣ, ଚନ୍ଦ୍ର ଦର୍ଶନ କଲେ ଦୋଷ ଲାଗିଥାଏ। ଯଦି ଭୁଲ୍‌ରେ ଆପଣ ଚନ୍ଦ୍ର ଦେଖି ଦେଉଛନ୍ତି, ତ ଏଥିରୁ ଲାଗିବାକୁ ଥିବା ଦୋଷକୁ ଦୂର କରିବା ପାଇଁ ଗୋଟିଏ ଉପାୟ ଆପଣାଇବାକୁ ପଡ଼ିବ।

ଧର୍ମ ପୁରାଣରେ ବର୍ଣ୍ଣନା କରାଯାଇଛି କି, ଯେବେ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ହାତୀର ମସ୍ତକ ଲଗାଯାଇଥିଲା ଏବଂ ସେ ଏହାପରେ ପୃଥିବୀ ପରିକ୍ରମା କରି ପ୍ରଥମ ପୂଜ୍ୟ ବୋଲାଇଥିଲେ, ତ ସମସ୍ତ ଦେବଦେବୀ ତାଙ୍କର ବନ୍ଦନା କରିଥିଲେ। ହେଲେ ଚନ୍ଦ୍ର ଦେବ କିନ୍ତୁ ଏମିତି କରି ନ ଥିଲେ। କାରଣ, ଚନ୍ଦ୍ରଙ୍କୁ ନିଜ ରୂପ-ରଙ୍ଗକୁ ନେଇ ଗର୍ବ ଥିଲା, ଯେଉଁଥିରେ ରାଗିଯାଇ ଗଣପତି ତାଙ୍କୁ ଅଭିଶାପ ଦେଇଥିଲେ କି, ଆଜିଠୁ ତୁମେ କଳା ହୋଇଯିବ।

ସେପଟେ ଚନ୍ଦ୍ର ଦେବ ଏହା ଜାଣି ଡରିଯାଇଥିଲେ ଏବଂ ସେ ଗଣେଶଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ସେତେବେଳେ ଭଗବାନ ତାଙ୍କ ଉପରେ ଦୟା କରି କହିଥିଲେ ଯେ ଯେମିତି ଯେମିତି ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରମା ଉପରେ ପଡ଼ିବ, ତ ତାଙ୍କର ଆଭା ଫେରି ଆସିବ। ସେବେଠାରୁ ହିଁ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ କରିବା ବାର୍ଜିତ ହୋଇଗଲା। ଯଦି କିଏ ଚନ୍ଦ୍ର ଦର୍ଶନ କରି ନିଅନ୍ତି, ତ ତାଙ୍କୁ ଦୋଷ ଲାଗିଥାଏ। ତାଙ୍କ ଉପରେ ଭବିଷ୍ୟତରେ କେହି ଜଣେ ବଡ଼ ଅଭିଯୋଗ ଆଣି ପାରନ୍ତି ବୋଲି ବିଶ୍ୱାସ ରହିଛି।

ଯଦି ଗଣେଶ ଚତୁର୍ଥୀ ଦିନ ଆପଣ ଭୁଲ୍‌ରେ ଚନ୍ଦ୍ର ଦେଖି ଦେଉଛନ୍ତି, ତ ପୂରା ଭକ୍ତିଭାବର ସହ ‘ସିଂହ: ପ୍ରସେନ ମଣଭଧୀତ୍ସିଂହୋ ଜାମ୍ବଭତ ହତଃ। ସୁକୁମାର ମା ରୋଦୀତ୍ସବ ହୟେଷଃ ସ୍ୟମନ୍ତକଃ।’, ଏହି ମନ୍ତ୍ର ଜପ କରନ୍ତୁ। ଏଥିରେ ଚନ୍ଦ୍ରମା ଦୋଷର ଖରାପ ପ୍ରଭାବ ବ୍ୟକ୍ତି ଉପରେ ପଡ଼ିବ ନାହିଁ। ଏହି ମନ୍ତ୍ର ସେହି ଲୋକଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ ରହିବ, ଯାହାଙ୍କ ଉପରେ କେହି ମିଥ୍ୟା ଅଭିଯୋଗ ଲଗାଇଥିବ। ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ ଥର ଜପ କରିବା ଦ୍ୱାରା ବ୍ୟକ୍ତ ଅଭିଯୋଗମୁକ୍ତ ହୋଇଯିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago