ସ୍ପେଶାଲ

ମଣିଷ ତ ମଣିଷ, ଜୀବଜନ୍ତୁ ବି ତ୍ରାହିତ୍ରାହି ଡାକିଲେଣି: ରାଜଧାନୀରୁ ଯେମିତି ବର୍ଷା କୁଆଡେ ହଜିଯାଇଛି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆତଙ୍କ ଖେଳାଇଛି ଗ୍ରୀଷ୍ମ ଲହରୀ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଆଗକୁ ଆହୁରି ଅସହ୍ୟ ହେବ ପରିସ୍ଥିତି । କୁହାଯାଉଛି କି ୨୬ରୁ ଅତି ସାଂଘାତିକ ହେବ ହିଟ୍ ୱେଭ । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ହିଟ୍ ୱେଭରୁ ସିଭିଅର ହିଟ୍ ୱେଭ ଜାରି ରହିବା ଆଶଙ୍କା ରହିଛି । ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ ।

ତେବେ ଆଜିବି ପରିସ୍ଥିତି ସମାନ । ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଥିଲା । ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଏପଟେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ।

ଆଜି ହିଟୱେଭ ପାଇଁ ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂ ହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମଣିଷ ତ ମଣିଷ, ଜୀବଜନ୍ତୁ ବି ତ୍ରାହିତ୍ରାହି ଡାକିଲେଣି:

ଏପଟେ ମଣିଷ ତ ମଣିଷ, ଜୀବଜନ୍ତୁ ବି ତ୍ରାହିତ୍ରାହି ଡାକିଲେଣି । ପାଣି ଠୋପେ ପାଇଁ ହେଉ କି ଛାଇ ଯାଗାଟିଏ ହେଉ ଏବେ ଏହା ଖୋଜିବାକୁ ପଡୁଛି । ଆଜିକୁ ମିଶାଇ ପାଖାପାଖି ଦୁଇ ସପ୍ତାହ ହେବ ରାଜ୍ୟରେ ହିଟ୍‌ୱେଭ୍ ସ୍ଥିତି ଲାଗିରହିଛି । ଏପଟେ ମାସ ହେଲାଣି ରାଜଧାନୀରେ ବର୍ଷା ଯେମିତି କୁଆଡେ ହଜିଯାଇଛି । ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେଉଥିଲେ ମଧ୍ୟ ରାଜଧାନୀରେ ତାର ଦେଖାନାହିଁ ।

ଶୁଖିଗଲାଣି ସବୁ ପୋଖରୀ ଓ ନାଳ:

ଏପଟେ ଶୁଖିଗଲାଣି ସବୁ ପୋଖରୀ ଓ ନାଳ । ତେଣୁ ଅନେକ ସ୍ଥାନରେ ନଳକୂଅ ଓ ବୋର୍‌ୱେଲ୍‌ରେ ପଙ୍କୁଆ ପାଣି ବାହାରୁଛି । ବର୍ଷା ନ ଥିବାରୁ ଲୋକେ ଆଉଟୁପାଉଟୁ ହେଉଛନ୍ତି । ସନ୍ଧ୍ୟା ବେଳକୁ କିଛି ସ୍ଥାନରେ ପବନ ହେଉଥିଲେ ମଧ୍ୟ କିଛି ସ୍ଥାନରେ ଯେମିତି ପୁରା ନିସ୍ତବ୍ଧ । ତାତିରୁ ନିସ୍ତାର ପାଇଁ ବାହାରକ ଟିକେ ଚାଲି ଆସିଲେ ଖାଲି ଗରମ ବାମ୍ପ ମୁହଁ ପୋଡି ଦେଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଏମିତି ସ୍ଥିତି ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗିରହିବ ।

ରାଜଧାନୀରେ ଦିନକୁ ଦିନ ଆର୍ଦ୍ରଭୂମି ନଷ୍ଟହେବା ସହ ବ୍ୟାପକ ଗଛ କଟାଯାଉଛି :

ଏପଟେ କାଳବୈଶାଖୀ ପ୍ରକ୍ରିୟା ପାଇଁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପର ଆବଶ୍ୟକତା ପଡିଥାଏ । ଜଳୀୟ ବାଷ୍ପର ପ୍ରମୁଖ ଉତ୍ସ ହେଉଛି ସାମୁଦ୍ରିକ ବାୟୁ । ସାମୁଦ୍ରିକ ବାୟୁ ପ୍ରବାହ ସକ୍ରିୟ ନଥିଲେ ତାହାକୁ ଜଳର ବିଭିନ୍ନ ଉତ୍ସ, ଜଙ୍ଗଲ, ଆଦ୍ରଭୂମି ପ୍ରଭୂତି ଜଳୀୟ ବାଷ୍ପର ଅଭାବକୁ ପୂରଣ କରିଥାନ୍ତି ।

କିନ୍ତୁ ରାଜଧାନୀରେ ଦିନକୁ ଦିନ ଆର୍ଦ୍ରଭୂମି ନଷ୍ଟହେବା ସହ ବ୍ୟାପକ ଗଛ କଟାଯାଉଛି । ବଡ ବଡ କୋଠା ଗଢିଉଠିବା ସହ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି । ଯାହା ଜଳୀୟ ବାଷ୍ପର ଅଭାବକୁ ପୂରଣ କରିବା ପରିବର୍ତ୍ତେ ବାୟୁ ମଣ୍ଡଳକୁ ଆହୁରି ଶୁଷ୍କ କରି ଦେଉଛି ।

ଯାହାର ବଡ ଉଦାହରଣ ହେଉଛି ଭୁବନେଶ୍ୱର । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ କାଳବୈଶାଖୀ ହେଉଥିଲେ ମଧ୍ୟ ଜଳୀୟ ବାଷ୍ପର ଅଭାବ ପାଇଁ ରାଜଧାନୀରେ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି ହୋଇପାରୁନାହିଁ । ଜଳୀୟ ବାଷ୍ପ ଆସିଲେ ବି ଶୁ‌ଷ୍କବାୟୁ ବାୟୁମଣ୍ଡଳର ଉପରିଭାଗରେ ରହୁଛି ତଳକୁ ଆସିପାରୁନାହିଁ । ଯାହା ରାଜଧାନୀରେ କାଳବୈଶାଖୀ ନହେବାର ମୁଖ୍ୟ କାରଣ ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

48 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago