ହିନ୍ଦୁ ସମାଜରେ କୁକୁରଙ୍କ ବୋବାଇବା ତଥା କାନ୍ଦିବାକୁ ଅଶୁଭ କୁହାଯାଇଥାଏ। ରାତ୍ର ସମୟରେ ଯଦି କୌଣସି କୁକୁର ବିନା କାରଣରେ କାନ୍ଦିଥାନ୍ତି ତେବେ ତାକୁ ବହୁତ ଅଶୁଭ କୁହାଯାଇଥାଏ। ଏପରିକି କୁକୁରକୁ ବାହାର କରାଯାଇଥିବା ବେଳେ ତାହାକୁ ତଡ଼ି ଦିଆଯାଇଥାଏ। ତେବେ କୁକୁର କାନ୍ଦିବା ପଛରେ କୌଣସି ପାରମ୍ପରିକ ନୁହଁ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା କାହିଁକି କାନ୍ଦନ୍ତି କୁକୁର।
ଜ୍ଯୋତିଷ ଶାସ୍ତ୍ର ଅନୁଯା୍ୟୀ କୁକୁର ଅଧିକ ସେତେବେଳେ କାନ୍ଦିଥାନ୍ତି ଯେତେବେଳେ ତାଙ୍କ ପାଖଆଖରେ କୌଣସି ଆତ୍ମା ରହିଥାନ୍ତି। ଏପରି କୁହାଯାଇଥାଏ କି, କୁକୁରମାନେ ଆତ୍ମକୁ ଦେଖିପାରନ୍ତି। ତେବେ ଏକାଥାଟି ସତ ବୋଲି ତାହା ଏବେ ପ୍ରମାଣିତ ହୋଇଛି।
କୁକର ଭୋକିବା ପଛର କାରଣ ରହିଥାଏ କି ସେମାନେ କିଛି ଜିନିଷର ସୂଚନା ଦେବାପାଇଁ ଚାହୁଁଛନ୍ତି। ଏହା ଦ୍ବାରା ସେ ତାଙ୍କ ସାଥିଙ୍କୁ କିଛି ସନ୍ଦେଶ ଦେବାପାଇଁ ଚାହିଁଥାନ୍ତି। କୁକୁରମାନେ କାନ୍ଦି ନିଜେ ରହିଥିବା ସ୍ଥାନ ବିଷୟରେ ଅନ୍ଯ ମାନଙ୍କୁ ଜଣାଇଥାନ୍ତି।
କୁକୁର ପଶୁ ହେଲେ ମଧ୍ୟ ତାଙ୍କୁ ଏକୁଟିଆ ରହିବାକୁ ପସନ୍ଦ ନଥାଏ। ଏଥିପାଇଁ ଯେତେବେଳେ ସେମାନେ ଏକୁଟିଆ ଅନୁଭବ କରିଥାନ୍ତି ବା ତାଙ୍କ ପାଖରେ କିଏ ରହିନଥାନ୍ତି ସେତେବେଳେ ସେ ବୋବାଇଥାନ୍ତି।