ଯେତେବେଳେ କିଏ ଜୋରରେ କଥା ହୁଅନ୍ତି ଆମେ କାହିଁକି କିଛି ବୁଝିପାରିନଥାଉ? ଏପରି ହେବା ପଛର କରଣ କଣ

ଅନେକ ଥର ଆପଣ ବହୁତ ଲୋକଙ୍କୁ ଲକ୍ଷ୍ୟ କରିଥିବେ, ଯେଉଁମାନଙ୍କର ବହୁତ ଅଧିକ ଫାଷ୍ଟ କହିବାର ଅଭ୍ୟାସ ରହିଥାଏ। ଯେତେବେଳେ କିଏ ବହୁତ ଅଧିକ ଫାଷ୍ଟ କହିଥାନ୍ତି ତାଙ୍କ ସହ କଥା ହେବାକୁ ବହୁତ ସମସ୍ୟା ହୋଇଥାଏ। ଆଉ ଆପଣ ଲୋକମାନଙ୍କ ସହ କଥା ହୋଇଥିବାର ଦେଖିଥିବେ ଯେ ଅଧା କଥା ତ ମୁଣ୍ଡ ଉପର ଦେଇ ପଳାଉଛି ଯେ କିଛି ବୁଝାପଡୁନି। ଏବେ ପ୍ରଶ୍ନ ଏୟା ଆସୁଛି ଯେ ଏମିତି ସ୍ଥିତିରେ ଆମ କାନ ଉକ୍ତ ବ୍ୟକ୍ତିଙ୍କ ଭଏସକୁ ଶୁଣି ତ ପାରେ କିନ୍ତୁ ତାଙ୍କ କଥାକୁ ସେତେ ମାତ୍ରାରେ ଶୁଣି ପାରନ୍ତିନି ବୁଝିପାରନ୍ତିନି କାହିଁକି? ଆସନ୍ତୁ ଜାଣିବା ଏମିତି କାହିଁକି ହୋଇଥାଏ ଏବଂ ଏହାକୁ ନେଇ ବିଜ୍ଞାନ କଣ କହୁଛି।
ଧ୍ୱନି କଣ ଜାଣନ୍ତୁ?
ସାଉଣ୍ଡ ବା ଧ୍ୱନିକୁ ଆମେ ସମସ୍ତେ ଜାଣନ୍ତି। ଧ୍ୱନି ଏକ ପ୍ରକାର ତରଙ୍ଗ ହୋଇଥାଏ, ଯାହାକୁ ଆଗକୁ ଗତି କରିବା ପାଇଁ ମାଧ୍ୟମ ଦରକାର ପଡିଥାଏ ଯେମିତିକି କଠିନ, ତରଳ ଓ ଗ୍ୟାସୀୟ। ଧ୍ୱନିର ତରଙ୍ଗର ଗତି ମାଧ୍ୟମର ଘନତ୍ୱ ଉପରେ ନିର୍ଭର କରିଥାଏ। ଧ୍ୱନିର ଗତି ସବୁଠାରୁ ଅଧିକ କଠିନ ମାଧ୍ୟମରେ ଗତି କରିଥାଏ। ତାପରେ ତରଳ ଏବଂ ତାପରେ ଗ୍ୟାସୀୟ। ଏହା ଏକପ୍ରକାର ଯାନ୍ତ୍ରିକ ତରଙ୍ଗ ହୋଇଥାଏ। ଯାହା ୨୦ଏଚଜେଡରୁ ୨୦୦୦୦ଏଚଜେଡ ଭିତରେ ହୋଇଥାଏ। ଆମ କାନ ଏହି ତରଙ୍ଗ ଭିତରେ ଶୁଣିଥାଏ। ଏହାଠାରୁ ଅଧିକ ଶୁଣିପାରିବନି ଏବଂ ଏହା ଠାରୁ କମ୍ ବି ଶୁଣିହେବନାହିଁ।
ସ୍ୱରକୁ ଆମେ କେମିତି ବୁଝିଥାଉ?
ଶରୀରର ଆକୃତି ବି ନିଜ ଭିତରେ ଏକ ଆଶ୍ଚର୍ଯ୍ୟ। ଧ୍ୱନି ବା ସାଉଣ୍ଡକୁ ଶୁଣିବା ପାଇଁ ଆମ ଶରୀରରେ କାନ ଅଛି। ସେହିପରି ବୁଝିବା ପାଇଁ ମଣିଷ ପାଖରେ ମସ୍ତିସ୍କ ରହିଥାଏ। କୌଣସି ବି ସ୍ୱରକୁ ବୁଝିବା ପାଇଁ ଆମ କାନରୁ ଯାଇ ମସ୍ତିସ୍କ ପର୍ଯ୍ୟନ୍ତ ପହଁଚିବାରେ ୧ ରୁ ୧୦ ସେକେଣ୍ଡ ସମୟ ଲାଗିଥାଏ। ଏତିକି ସମୟ ଭିତରେ ମସ୍ତିଷ୍କ ସେହି ସ୍ୱରକୁ ଜାଣିପାରିଥାଏ ଏବଂ ବୁଝି ବି ଯାଇଥାଏ। ଏହାପରେ ମସ୍ତିଷ୍କ କାନକୁ ଅଲଗା ଭାବେ ସ୍ୱରକୁ ଶୁଣିବା ପାଇଁ ଆଦେଶ ଦେଇଥାଏ।
କାହିଁକି ଜୋର ଶବ୍ଦ ବୁଝି ହୁଏନି ଜାଣନ୍ତୁ?
ଯେତେବେଳେ ଯଦି କୌଣସି ମଣିଷ ୧/୧୦ ସେକେଣ୍ଡରୁ ଅଧିକ ସ୍ପିଡରେ କଥା ହୋଇଥାଏ ତାହେଲେ ତାର ଆଓ୍ଵାଜ୍ ଆମ କାନରେ ବାଜିଥାଏ ସତ କିନ୍ତୁ ଆମ କାନ ସେହି ଆଓ୍ଵାଜକୁ ଗ୍ରହଣ କରିପାରେନାହିଁ। ଏଥିପାଇଁ ସେହି ଆଓ୍ଵାଜ ଆମକୁ ବୁଝା ପଡେନି। ଖାସ୍ କରି ଏହି କାରଣରୁ ଯେତେବେଳେ ବି କିଏ କ୍ଷୀପ୍ର ଗତିରେ କୁହନ୍ତି ସେତେବେଳେ ଆମକୁ ସେହି ଶବ୍ଦକୁ ବୁଝିବାକୁ ସମସ୍ୟା ହୋଇଥାଏ ଏବଂ ଆମେ ତାକୁ ବୁଝିପାରିନଥାଉ।