ଛଟ୍ ପୂଜାରେ କ’ଣ ପାଇଁ ନାକ ପର୍ଯ୍ୟନ୍ତ ସିନ୍ଦୁର ଲଗାନ୍ତି ମହିଳା ? ଜାଣନ୍ତୁ ପ୍ରକୃତ କାରଣ
ସନ୍ତାନର ଦୀର୍ଘାୟୁଷ ପାଇଁ କରାଯାଉଥିବା ଛଟ୍ ପର୍ବ ସମଗ୍ର ଦେଶ ଦୁନିଆରେ ପାଳନ କରାଯାଉଛି। ଏହି ପର୍ବରେ ବ୍ରତ ରଖିଥିବା ମହିଳାମାନେ ମଥାରେ ନାକରୁ ମଥା ପର୍ଯ୍ୟନ୍ତ ଲମ୍ବା ଭାବେ ସିନ୍ଦୁର ଲଗାଇଥାନ୍ତି। ବହୁତ କମ୍ ଲୋକେ ଜାଣନ୍ତ କି, ସେମାନେ ଏପରି କାହିଁକି କରିଥାନ୍ତି।
ସୌଭାଗ୍ୟର ପ୍ରତୀକ ସିନ୍ଦୁର:
ଧାର୍ମିକ ମାନ୍ୟତା ମୁତାବକ, ମଥାରେ ସିନ୍ଦୁର ଭରିବାର ସୌଭାଗ୍ୟର ପ୍ରତୀକ ହୋଇଥାଏ। ଛଟ ପୂଜାରେ ମଧ୍ୟ ମହିଳାମାନେ ସିନ୍ଦୁର ଲଗାନ୍ତି। କୁହାଯାଏ, ବିବାହିତ ମହିଳାମାନେ ଏପରି ସିନ୍ଦୁର ଲଗାଇବା ଉଚିତ, ଯାହା ସମସ୍ତଙ୍କ ନଜରକୁ ଆସିବ। ସିନ୍ଦୁର ମଥାରୁ ଆରମ୍ଭ କରି ସିନ୍ଥି ପର୍ଯ୍ୟନ୍ତ ଲଗାଇବା ଉଚିତ। ଏହି କାରଣରୁ ବ୍ରତ ରଖୁଥିବା ମହିଳାମାନେ ଛଟ୍ ପର୍ବରେ ନାକରୁ ଆରମ୍ଭ କରି ମଥା ସିନ୍ଥି ପର୍ଯ୍ୟନ୍ତ ଲମ୍ବା ସିନ୍ଦୁର ଲଗାଇଥାନ୍ତି।
ଛଟ୍ ପୂଜାରେ ସନ୍ତାନ ବ୍ୟତୀତ ବିବାହିତା ମହିଳା ସ୍ୱାମୀଙ୍କ ଦୀର୍ଘାୟୁଷ ପାଇଁ କାମନା କରିଥାନ୍ତି। ଏହି ପର୍ବରେ ବିଧି ବିଧାନରେ ପୂଜା କରିବା ସହିତ ମଥାରେ ସିନ୍ଦୁର ଲଗାଇବାର ବିଶେଷ ମହତ୍ତ୍ୱ ରହିଥାଏ। ସ୍ୱାମୀ ଏବଂ ସନ୍ତାନର ମଙ୍ଗଳ କାମନା କରି ମହିଳାମାନେ ୩୬ ଘଣ୍ଟାର ନିର୍ଜଳା ବ୍ରତ ରଖନ୍ତି।

ଚାରିଦିନ ଧରି ଚାଲିଥିବା ଛଟ୍ ପର୍ବ ଆଜି ଶେଷ ହେବ। ଗୁରୁବାର ଦିନ ସମସ୍ତ ବ୍ରତୀ ଥଣ୍ଡା ପାଣିରେ ଠିଆ ହୋଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତି। ଏହି ଅର୍ଘ୍ୟ ସୂର୍ଯ୍ୟଙ୍କ ପତ୍ନୀ ଉଷାଙ୍କୁ ଅର୍ପଣ କରାଯାଏ। ମାନ୍ୟତା ଅନୁସାରେ ବିଧିବିଧାନରେ ପୂଜା କରିବା ଏବଂ ଅର୍ଘ୍ୟ ଦେବା ଦ୍ୱାରା ସମସ୍ତ ପ୍ରକାର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି କାରଣରୁସମସ୍ତ ଲୋକ ନଦୀଘାଟ ପାଖରେ ଠିଆ ହୋଇ ସମସ୍ତଙ୍କୁ ପ୍ରସାଦ ଦେଇ ବୟସ୍କ ବ୍ୟକ୍ତିଙ୍କ ଆଶୀର୍ବାଦ ନିଅନ୍ତି। ଏହା ସହିତ ୩୬ ଘଣ୍ଟା ଦରି ଚାଲିତିବା ଏହି କଠୋର ନିର୍ଜଳା ବ୍ରତର ସମାପନ କରନ୍ତି।