ବର୍ଷା କିମ୍ବା ଅଧିକ ସମୟ ଧରି ପାଣିରେ ଭିଜିଗଲେ ପାଦ ଏବଂ ପାପୁଲି ଲୋଚା କୋଚା କାହିଁକି ହୋଇଯାଏ ଜାଣନ୍ତୁ

ଦର୍ଶକବନ୍ଧୁ ଆମ ଦୈନନ୍ଦିନ ଜୀବନରେ ବେଳେବେଳେ ଏମିତି କିଛି ହୋଇଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ କରାଇଥାଏ। ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲେ ବି ଆମେ ତାର ଉତ୍ତର ଖୋଜିକି ପାଇନଥାଉ। ଏଇ ଯେପରି ଏହି ଘଟଣା। ଆପଣ କେବେ ଲକ୍ଷ କରିଛନ୍ତି ଯେ ଆମ ଶରୀର ପାଣି ଭିତରେ ଅଧିକ ସମୟ ଧରି ରହିଗଲେ ଆମ ହାତ ପାପୁଲି ଏବଂ ଗୋଡ ଏମିତି ଲୋଚାକୋଚା କାହିଁକି ହେଇଯାଏ। ଏହାକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିନି ବାସ୍ତବରେ ଏପରି କାହିଁକି ହୋଇଥାଏ? ଦର୍ଶକବନ୍ଧୁ ଆଜି ଆମେ ଏ ଭିଡ଼ିଓରେ ଜାଣିବା ଏହାର ଉତ୍ତର। କିନ୍ତୁ ଏଥିପାଇଁ ଆପଣଙ୍କୁ ଭିଡ଼ିଓକୁ ଶେଷ ଯାଏ ନିହାତି ଦେଖିବାକୁ ପଡିବ। ସାଧାରଣତଃ ଆମେ ଦେଖିଥାନ୍ତି ଯେ ଲୁଗାପଟା ଧୋଇବା ସମୟରେ କିମ୍ବା ଅଧିକ ସମୟ ଧରି ଆଙ୍ଗୁଳି ପାଣି ଭିତରେ ରହିଗଲେ ପାପୁଲି କିମ୍ବା ପାଦ ଲୋଚା କୋଚା କାହିଁକି ହେଇଯାଏ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମ ହାତ ଗୋଡ ତ୍ୱଚା ଶରୀରର ବାକି ଅଂଶର ତ୍ୱଚା ଅପେକ୍ଷା ବହୁତ ମୋଟା ହୋଇଥାଏ। ପାଣିରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା କାରଣରୁ ମଧ୍ୟ ପାପୁଲି ଓ ହାତ ସିଠା ପଡ଼ିଯାଏ ଏବଂ ପୁଣି ଆପେ ଆପେ ତାହା ଭଲ ହେଇଯାଏ।

 

foot

ଏହା ଏଥିପାଇଁ ହୋଇଥାଏ କାରଣ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଅଟେ ଏବଂ ଏହାର କୌଣସି ବି ଖରାପ ପ୍ରଭାବ ବି ଶରୀର ଉପରେ ପଡିନଥାଏ। ଏକ ରିପୋର୍ଟ ଅନୁଯାୟୀ ଆମ ତ୍ୱଚାର ସବୁଠୁ ଉପରେ ଥବା ପରସ୍ତ ସିବମ ନାମକ ଏକ ତୈଳ ରହିଥାଏ। ଏହି ଟେଲ ଆମ ଶରୀରକୁ ସୁରକ୍ଷା ଦେବାବ ସହିତ ତ୍ୱଚାକୁ ଚିକ୍କଣ କରିଥା। ଏହି ସିବମ ତେଲ ଆମ ତ୍ୱଚାରେ ରେନକୋଟ ଭଳି କାମ କରିଥାଏ। ଏହି ତେଲ କାରଣରୁ ଯେତେବେଳେ ଆମେ ଶୁଖିଲା ହାତକୁ ଧୋଉଛନ୍ତି ସେତେବେଳେ ତାହା ପାଣିରେ ଆରାମରେ ଖସି ଯାଇଥାଏ। ପାଣିରେ ଅଧିକ ସମୟ ଧରି ରହିବା କାରଣରୁ ତ୍ୱଚାରେ ଥିବା ସିବମ ତେଲ ମିଳେଇ ଯାଇଥାଏ। ଏହି କାରଣରୁ ପାଣି ଆମ ତ୍ୱଚା ଭିତରେ ପ୍ରବେଶ କରିବାକୁ ଲାଗିଥାଏ ଏବଂ ତ୍ୱଚା ଲୋଚା କୋଚା ହୋଇଯାଏ। ଏଥିସହିତ ଯେମିତି ହିଁ ଆମ ତ୍ୱଚାରୁ ପାଣି ବାଷ୍ପୀକୃତ ହୋଇଥାଏ ସେତେବେଳେ ତ୍ୱଚା ପୂର୍ବ ଭଳି ପୁଣି ସାମାନ୍ୟ ହୋଇଯାଏ।

ଏହାସହିତ ପାପୁଲି ଏବଂ ପାଦର ତ୍ୱଚା ସିଠା ପଡିବାର ଆହୁରି ମଧ୍ୟ କାରଣ ରହିଛି। ଆମ ତ୍ୱଚା କେରାଟିନରେ ତିଆରି ହୋଇଥାଏ ଏବଂ ପାଦ ଏବଂ ପାପୁଲି ତ୍ୱଚାରେ ଏହି କେରାଟିନ ବହୁତ ପ୍ରଭାବଶାଳୀ ହୋଇଥାଏ। ତେବେ ପାଣି କାରଣରୁ ତ୍ୱଚା ଏପରି ସିଠା ପଡିଯିବା ପ୍ରକ୍ରିୟାକୁ ଅକ୍ଵାଟିକ ରିଙ୍କଲସ କୁହାଯାଏ। ଦର୍ଶକବନ୍ଧୁ ଆଶା କରୁଛୁ ଆମର ଏ ସୂଚନା ଆପଣଙ୍କୁ ନିହାତି ଭାବେ ସାହାଯ୍ୟ କରିବ। ଭିଡିଓ ପସନ୍ଦ ଆସିଥିଲେ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଯେମିତି ଏହି ସୂଚନା ସମସ୍ତଙ୍କ ପାଖରେ ପହଂଚିପାରିବ ଆଉ ସମସ୍ତେ ଏ ସୁବିଧାର ଫାଇଦା ଉଠାଇପାରିବେ। ଆଗକୁ ଏମିତି ଆହୁରି ସୂଚନା ଭିତ୍ତିକ ଖବର ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ କେନ୍ୟୁଜ ଓଡିଶା ସହ।

Leave A Reply

Your email address will not be published.