କାହିଁକି ପାଳନ କରାଯାଏ ଗୀତା ଜୟନ୍ତୀ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ଏହି ଏକାଦଶୀକୁ ମଧ୍ୟ ମୋକ୍ଷଦା ଏକାଦଶୀ ବୋଲି କୁହାଯାଇଥାଏ, ଯାହା ଉତ୍ପନ୍ନା ଏକାଦଶୀ ପରେ ଆସିଥାଏ। ଚଳିତ ବର୍ଷ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଏହି ପର୍ବ ୨୫ ଡିସେମ୍ବର ୨୦୨୦ ଶୁକ୍ରବାର ଦିନ ପାଳନ କରାଯିବ।

Gita-Jayantiଏହି ଦିନ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ କୁନ୍ତୀଙ୍କ ପୁତ୍ର ଅର୍ଜୁନଙ୍କୁ ଗୀତା ଜ୍ଞାନ ଦେଇଥିଲେ । ଏହି କାରଣରୁ ଏହି ଦିନକୁ ମୋକ୍ଷଦା ଏକାଦଶୀ ମଧ୍ୟ କୁହାଯାଇଥାଏ। ମୋକ୍ଷଦା ଏକାଦଶୀ ଦିନ ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ମହାଭାରତ ଗ୍ରନ୍ଥର ଗୋଟିଏ ଅଂଶ ହେଉଛି ଗୀତା, ଯାହାର ସମୁଦାୟ ୧୮ଟି ଅଧ୍ୟାୟ ରହିଛି। ଏହି ୧୮ଟି ଅଧ୍ୟାୟ ମଧ୍ୟରୁ ୬ ଅଧ୍ୟାୟ କର୍ମଯୋଗ, ୬ ଅଧ୍ୟାୟ ଜ୍ଞାନଯୋଗ ଏବଂ ଅନ୍ତିମ ୬ ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ଉପଦେଶ ଦିଆଯାଇଛି। ଚଳିତ ବର୍ଷ ଗୀତା ଜୟନ୍ତୀର ଠିକ୍‌ ୫୧୫୭ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ସମୟରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଯାହାଦ୍ୱାରା ତାଙ୍କର ଜ୍ଞାନ ଚକ୍ଷୁ ଖୋଲିଯାଇଥିଲା। ପୁରାଣ ଅନୁଯାୟୀ, ଗୀତାର ଉତ୍ପତି କଳିଯୁଗ ଆରମ୍ଭ ହେବାର ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି। ସେହିଭଳି ଗୀତାର ଅନ୍ୟନାମ ହେଉଛି ଗୀତୋପନିଷଦ।

gitaଗୀତା ଜୟନ୍ତୀ ୨୦୨୦ ଶୁଭ ମୁହୂର୍ତ୍ତ

-ଏକାଦଶୀ ତିଥି ପ୍ରାରମ୍ଭ : ରାତି ୧୧.୧୭ ରୁ ଆରମ୍ଭ ହେବ (୨୪ ଡିସେମ୍ବର ୨୦୨୦)
-ଏକାଦଶୀ ତିଥି ସମାପ୍ତ : ରାତି ୧.୫୪ ରେ ଶେଷ (୨୬ ଡିସେମ୍ବର ୨୦୨୦)
-ଗୀତା ଜୟନ୍ତୀ ଦିନ ଗୀତା ପଢ଼ିବା ଏବଂ ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ।
-ଏହଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତି କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି।
-ଏହି ଦିନ ଗୀତା ପାଠ କରିବା ଦ୍ୱାରା ମୋକ୍ଷଦା ଏକାଦଶୀ ବ୍ରତ ରଖିବାର ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.