ସ୍ପେଶାଲ

ଭାରତର ଏହି ରାଜ୍ୟ ପାଳନ କରେ ନାହିଁ ସ୍ୱାଧୀନତା ଦିବସ, ଜାଣନ୍ତୁ ନିଜ ଦେଶରେ ରହି କାହିଁକି ଏମିତି କରେ ଏ ରାଜ୍ୟ

ଚଳିତ ବର୍ଷ ସାରା ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ସାରା ଦେଶ ଏହାକୁ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ୭୫ତମ ସ୍ୱାଧୀନତା ଦିବସ ଅବସରରେ ‘ହରଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସମସ୍ତେ ତତ୍ପର ହୋଇ ଉଠିଛନ୍ତି । କିନ୍ତୁ ଆମ ଦେଶ ଭିତରେ ରହି ମଧ୍ୟ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ନା ? ଆମେ ଆପଣଙ୍କୁ କହୁଛୁ ଗୋଆ ରାଜ୍ୟ ବିଷୟରେ। ଯେଉଁଠି ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯିବ ନାହିଁ। ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଗୋଆରେ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ କାହିଁକି।

୧୫ ଅଗଷ୍ଟ ୧୯୪୭ରେ ଭାରତ ଇଂରେଜମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ହୋଇ ସାରିଥିଲା। କିନ୍ତୁ ଗୋଆ ହେଉଛି ସେହି ରାଜ୍ୟ ଯେଉଁଠି ଭାରତ ସ୍ୱାଧୀନତା ପାଇବା ପରେ ବି ପର୍ତ୍ତୁଗୀଜଙ୍କର ଶାସନ ଚାଲୁଥିଲା। ଏଥିପାଇଁ ଗୋଆ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଆରେ ପ୍ରାୟ ୪୦୦ ବର୍ଷ ଧରି ପର୍ତ୍ତୁଗୀଜମାନେ ଶାସନ କରିଥିଲେ । ଭାରତକୁ ସ୍ୱାଧୀନତା ମିଳିବା ପରେ ଗୋଆ ୧୪ ବର୍ଷ ଅର୍ଥାତ୍ ୧୯୬୧ ମସିହାରେ ଯାଇ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହେଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୫୧୦ରେ ପର୍ତ୍ତୁଗୀଜମାନେ ଗୋଆ ଉପରେ ଆକ୍ରମଣ କରିଥିଲେ। ଆଉ ଏହା ପର ଠାରୁ ହିଁ ଗୋଆ ସେମାନଙ୍କ କବଜାକୁ ଆସି ଯାଇଥିଲା।

ଏହାବ୍ୟତୀତ ଭାରତ ସରକାର ଅନେକ ଥର ଗୋଆକୁ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ କରାଇାବା ପାଇଁ ଚେଷ୍ଟା ଚଳାଇ ଥିଲେ। କିନ୍ତୁ ପର୍ତ୍ତୁଗୀଜମାନେ ଗୋଆ ଛାଡିବାକୁ ମନା କରିଦେଲେ। କାହିଁକିନା ଗୋଆକୁ ମସଲା ବେପାର ପାଇଁ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଜାଗା ବୋଲି କୁହାଯାଉଥିଲା। ମସଲା ବ୍ୟବସାୟରେ ପର୍ତ୍ତୁଗୀଜମାନଙ୍କୁ ବହୁତ ଲାଭ ମିଳୁଥିଲା। ଖାସ୍‌ ଏଥିପାଇଁ ସେ ଗୋଆରେ ନିଜର ଶାସନକୁ ଏତେ ଲମ୍ବା ସମୟ ଧରି ଚଳାଇଲେ।

ଭାରତ ସ୍ୱାଧୀନତା ପାଇବା ପରେ ଗୋଆ ସ୍ୱାଧୀନ ହେବାକୁ ଅନେକ ପ୍ରଚେଷ୍ଟା କରିଥିଲା । କିନ୍ତୁ ପର୍ତ୍ତୁଗୀଜମାନେ ସବୁ ଥର ଦେଶ ଛାଡିବାକୁ ଅରାଜି ହେଉଥିଲେ । ଏହାଛଡା ପର୍ତ୍ତୁଗାଲ ସରକାର ସହିତ ଭାରତ ସରକାର ଆଲୋଚନା କରିଥିଲେ । ତେବେ ସବୁ ପ୍ରଚେଷ୍ଟା ଫେଲ୍ ହୋଇ ଚାଲିଲା। କିନ୍ତୁ ପରେ ଭାରତ ସରକାର ଗୋଆକୁ ସ୍ୱାଧୀନତା ଦେବା ପାଇଁ ଏୟାର ଷ୍ଟ୍ରାଇକ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲେ । ପୁଣି ନିଜ ସ୍ଥଳ ସେନାକୁ ବି ଲଢ଼େଇ ପାଇଁ ପ୍ରସ୍ତୁତ କରି ରଖିଲେ। ଆଉ ଏହି ଉଦ୍ୟମ ସଫଳ ହେଲା ଏବଂ ୧୯ ଡିସେମ୍ବର ୧୯୬୧ରେ ଗୋଆ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହେଲା । ତେଣୁଏହି କାରଣ ପାଇଁ ଗୋଆ ନିଜର ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ନୁହେଁ ବରଂ ୧୯ ଡିସେମ୍ବରକୁ ପାଳନ କରିଥାଏ।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

3 seconds ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

59 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

59 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago