ବିଦେଶରେ ପାଳନ ହେଉଥିବା ସୈତାନ ଉତ୍ସବ ମାନେ Halloween Party ସମ୍ପର୍କରେ ଆପଣ କେତେ ଜାଣିଛନ୍ତି ?

ଏବେ ଚର୍ଚ୍ଚାରେ ସୈତାନ ଉତ୍ସବ ମାନେ Halloween Festival। ଯାହାକୁ ପାଳନ କରିବାକୁ ଯାଇ ଶତାଧିକ ନିରୀହ ଲୋକଙ୍କର ହୋଇଛି ମୃତ୍ୟୁ। ଖବର କେବଳ ମାତ୍ର ଦକ୍ଷିଣ କୋରିଆରେ ଚର୍ଚ୍ଚାର ବିଷୟ ହୋଇ ରହିନାହିଁ। ବରଂ ଏବେ ସାରା ଦେଶରେ ଏହି ଖବରକୁ ନେଇ ବଡ଼ ଚର୍ଚ୍ଚା ଲାଗି ରହିଛି। ତେବେ ଏହାକୁ ନେଇ ସବୁଆଡ଼େ ତ କଥା ଚାଲିଛି କିନ୍ତୁ ଆଜି ଆମେ ଏହି ହାଲୋଇନ ପାର୍ଟି ବା ସୈତାନ ଉତ୍ସବ ସମ୍ପର୍କରେ ଆପଣଙ୍କୁ କହିବୁ। କ’ଣ ଏହି ହାଲୋଇନ ପାର୍ଟି? କାହିଁକି ଏହାକୁ କେବଳ ବିଦେଶରେ ପାଳନ କରାଯାଏ? କିଭଳି ଭାବେ ଏହି ପାର୍ଟିକୁ ପାଳନ କରାଯାଏ?
ଖବର ଅନୁଯାୟୀ ଗତ କାଲି ଦକ୍ଷିର କୋରିଆର ରାଜଧାନୀ ସିୟୋଲରେ ପାଳିତ ହେଉଥିବା ହାଲୋଇନ ପାର୍ଟି ରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ଆଘାତ ମଧ୍ୟ ପାଇଛନ୍ତି। ତେବେ ଏହି ପର୍ବ ହେଉଛି ବିଦେଶୀ ପର୍ବ। ଯାହାକୁ ବିଦେଶୀ ଲୋକମାନେ ଖୁବ ଧୂମଧାମରେ ପାଳନ କରିଥାନ୍ତି। କିଛି ଲୋକ ଏହି ପାର୍ଟିର ନାମ ପୂର୍ବରୁ ଶୁଣିଥିଲେ ବି କାଲି ଦକ୍ଷିଣ କୋରିଆ ରେ ଘଟିଥିବା ବଡ଼ ଘଟଣା ପରେ ପ୍ରାୟତଃ ଅନେକ ଲୋକ ଏହି ପାର୍ଟିର ନାଁ ଶୁଣିଥିବେ। ଏବେ ଜାଣନ୍ତୁ ଏହି ହାଲୋଇନ ପାର୍ଟି ଏତେ ପପୁଲାର କାହିଁକି?

ପ୍ରକୃତରେ ହାଲୋଇନ ପାଟିଁ ବିଦେଶରେ ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ ହୋଇଥାଏ। କିନ୍ତୁ ଉତ୍ସବକୁ ନେଇ ଖୁସି ଥିବା ଲୋକ ପୂର୍ବ ଦିନ ମାନଙ୍କରୁ ହିଁ ଏହି ପର୍ବକୁ ପାଳନ କରିବାରେ ଲାଗିୁଯାନ୍ତି। ଏମିତିରେ ବିଭିନ୍ନ ଉପାୟରେ ଏହି ପର୍ବକୁ ପାଳନ କରାଯାଏ। ଲୋକମାନେ ଏହି ପାର୍ଟିରେ ଭୟଙ୍କର କପଡ଼ା ସହ ମେକଅପ୍ କରି ସୈତାନ ରୂପ ଧରି ସାମ୍ନାକୁ ଆସିଥାନ୍ତି। କାରଣ ଏହିଦିନ ଭୂତ ପ୍ରେତ ମାନଙ୍କ ଦିନ ମନାଯାଏ। ଲୋକଙ୍କର ବିଶ୍ୱାସ ଥାଏ ଯେ ଏହିଦିନ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏହିଦିନ ପିନ୍ଧିଥିବା କପଡ଼ା ବା ଡ୍ରେସକୁ ହାଲୋଇନ କଷ୍ଟ୍ୟୁମ କୁହାଯାଏ। ଯାହାକି ଅନ୍ୟ ଦିନମାନଙ୍କରେ ପିନ୍ଧାଯାଏ ନାହିଁ।
କେଉଁଠୁ ଆରମ୍ଭ?
ଖବର ଅନ ୁଯାୟୀ ଏହି ପର୍ବ ଏବେର ସମୟରେ ପ୍ରାୟ ଦେଶ ମାନଙ୍କରେ ମନାଯାଏ। ଏହାର ଆରମ୍ଭ କିନ୍ତୁ ଆୟାରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡରୁ ହୋଇଥିଲା। ଏବେ ଏହାର କ୍ରେଜ ଅନ୍ୟାନ୍ୟ ବିଦେଶ ରାଷ୍ଟ୍ରରେ ଦେଖିବାକୁ ମିଳିଛି। ମାନେ ଏହାର ଲୋକପ୍ରିୟତା ଧିରେ ଧିରେ ବଢ଼ିବାକୁ ଲାଗିଛି।
ବିଶ୍ୱାସ କ’ଣ ରହିଛି?
ହାଲୋଇନକୁ ନେଇ ସମସ୍ତଙ୍କ ର ଭିନ୍ନ ଭିନ୍ନ ବିଶ୍ୱାସ ରହିଛି। କିଛି ଦେଶର ମାନ୍ୟତା ରହିଛି ଯେ ଏହାଦ୍ୱାରା ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ତ ଅନ୍ୟ କେଉଁଠି ଏହାକୁ ଖରାପ ଆତ୍ମାକୁ ଫେରାଇବାର ଉପାୟ ମନାଯାଏ।
ଭୟଙ୍କର କପଡ଼ା ପିନ୍ଧିବା ପଛରେ କାରଣ କ’ଣ?
ଏହିଦିନ ହିଁ ଲୋକମାନେ ଭୟଙ୍କର କପଡ଼ା ମାନେ ହାଲୋଇନ କପଡ଼ା ପିନ୍ଧିଥାନ୍ତି। ଏହାସହ ଭୂତିଆ ମାସ୍କ ମଧ୍ୟ ମୁହଁରେ ଲଗାଇଥାନ୍ତି। ଚାଷୀମାନଙ୍କ ର ବିଶ୍ୱାସ ରହିଛି ଯେ ଫସଲ ଅମଳ ସମୟରେ ଖରାପ ଆତ୍ମା ଆସି ତାଙ୍କ ଫସଲକୁ ନଷ୍ଟ କରିଦିଅନ୍ତି । ତେଣୁ ସେମାନେ ଭୂତିଆ କପଡ଼ା ପିନ୍ଧି ବା ଆରମ୍ଭ କଲେ। ତେବେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଧରଣର କାହାଣୀ ଶୁଣିବାକୁ ମିଳେ।

ଭାରତରେ ଏହାର ଲୋକପ୍ରିୟତା ଅଛି କି?
ରିପୋର୍ଟ ଅନୁସାରେ ଭାରତରେ କେବଳ ଯୁବଗୋଷ୍ଠୀଙ୍କ ଠି ଏହି କ୍ରେଜ ଦେଖିବାକୁ ମିଳେ। କିନ୍ତୁ ଏହାକୁ ନେଇ ଭାରତରେ କୌଣସି ପ୍ରକାର ବିଶ୍ୱାସ କି ଅନ୍ଧ ବିଶ୍ୱାସ ନାହିଁ। ଲୋକମାନେ ମଜାମସ୍ତିରେ ଏହାକୁ ପାଳନ କରନ୍ତି। ମନୋରଞ୍ଜନର ଏହାକୁ ବଢ଼ିଆ ମାଧ୍ୟମ ବୋଲି ଶୁଣିବାକୁ ମିଳେ।
୩୧ ଅକ୍ଟୋବରରେ ହିଁ କାହିଁକି ପାଳନ ହୁଏ?
ବିଦେଶରେ ଏହାକୁ ସୋଲଟିକ କ୍ୟାଲେଣ୍ଡର ହିସାବରେ ବର୍ଷର ଶେଷ ଦିନ ମନାଯାଏ। ଯାହାକି ୧ ନଭେମ୍ବରକୁ ମନାଯାଏ। ଏହା ପଶ୍ଚିମ ଈସାଇ ପର୍ବ ଅଲ ହେଲୋଜ ଡ଼େ ର ପୂର୍ବ ସନ୍ଧ୍ୟା କୁ ଚିହ୍ନିତ କରେ। ତେବେ ଖାସ କରି ଏହା ଖ୍ରିଷ୍ଟିଆନ ମାନଙ୍କ ମୁଖ୍ୟ ପର୍ବ ମନାଯାଏ। ଏହାକୁ ଏବେ ସବୁ ଧର୍ମର ଲୋକ ମାନୁଛନ୍ତି।
ଏହାର ଅନ୍ୟ ନାମ କ’ଣ?
ହେଲୋଇନ ଡେ କୁ ଅଲ ହେଲୋସ୍ ଇଭିନିଙ୍ଗ, ଅଲ ହେଲୋଇନ , ଅଲ ହେଲୋସ୍ ଇବ୍ ଓ ଅଲ ସେଣ୍ଟର୍ସ ଇର୍ବ ମଧ୍ୟ କୁହାଯାଏ। ଏହିଦିନ ଲୋକମାନେ ପରସ୍ପର ଘରକୁ ଯାଇ କ୍ୟାଣ୍ଡି ବା ଚକୋଲେଟ ଗିଫ୍ଟ କରିଥାନ୍ତି। ଏହିଦିନ ଲୋକ କଖାରୁ ପରିବାକୁ ଖାଲି କରି ସେଥିରେ ଆଖି , ନାକ ଓ ମୁହଁ ତିଆରି କରି ତା ମଧ୍ୟରେ ମହମବତୀ ରଖିଥାନ୍ତି।