Categories: ସ୍ପେଶାଲ

ଜାଣନ୍ତୁ କାହିଁକି ପ୍ରତି ବର୍ଷ ନଭେମ୍ବର ୧୪ରେ ପାଳନ କରାଯାଏ ଶିଶୁ ଦିବସ

୧୪ ନଭେମ୍ବର । ଆଜିର ଦିନ । ଏଇ ଦିନକୁ ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହରୁଙ୍କ ଜୟନ୍ତୀକୁ ମନେ ପକାଇଥାଏ ଦିନଟି । ଯିଏ ପିଲାମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ । ପିଲାଙ୍କ ପାଇଁ ସେ ଥିଲେ ଚାଚା ନେହରୁ । ତେଣୁ ତାଙ୍କରି ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜବାହାର ଲାଲ ନେହରୁ ଜନ୍ମ ଗ୍ରହଣ କରିଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ କାର୍ତ୍ତିକ ପୂର୍ଣ୍ଣିମାର ପୌରାଣିକ ମହତ୍ୱ

ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା ଦେବା, ସେମାନଙ୍କ ଯତ୍ନ ନେଇ ସେମାନଙ୍କୁ ଦେଶର ଜଣେ ସୁନାଗରିକ ଭାବେ ଗଢ଼ି ତୋଳିବା ହେଉଛି ଶିଶୁ ଦିବସର ବାର୍ତ୍ତା । ଏହି କାରଣରୁ ପଣ୍ଡିତ ନେହରୁ କହିଛନ୍ତି ଆମେ ପିଲାମାନଙ୍କୁ ଯେପରି ଗଢି ତୋଳିବା ସେମାନେ ସେହିପରି ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରିବେ।
ତେବେ ବର୍ତ୍ତମାନ ଶିଶୁ ଦିବସ କେବଳ ଶିକ୍ଷାନୁଷ୍ଠାନ ଏବଂ କିଛି ଅନୁଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭିତରେ ସୀମିତ ହୋଇ ରହି ଯାଇଛି । ପିଲାମାନଙ୍କୁ ଚକଲେଟ୍‌ ଓ ଉପହାର ଆଦି ବାଣ୍ଟିବା ଏବଂ ବେସାହାରା ଶିଶୁଙ୍କୁ କିଛି ଦାନ କରିବା ହେଉଛି ଏବେକାର ଟ୍ରେଣ୍ଡ । ଯାହା ପ୍ରକୃତରେ ଶିଶୁ ଦିବସର ମହତ୍ୱକୁ କମ୍‌ କରି ଦେଉଛି । ତେଣୁ ଦେଶର ଆଗାମୀ ଭବିଷ୍ୟତ ଶିଶୁଙ୍କୁ ଆମେ ଏଭଳି ଗଢ଼ିବା ଯେଭଳି ସେମାନେ ନିଜ ପରିବାର ସହ ଦେଶ ପାଇଁ ବଞ୍ଚିବେ କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

7 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

26 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

34 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago