କାହିଁକି ଫାଇଦାଯୁକ୍ତ ହୋଇଥାଏ କମ୍‌ କହିବା ଓ ଅଧିକ ଶୁଣିବା? ମାନସିକ ସ୍ୱାସ୍ଥ୍ୟ ସହିତ କ’ଣ ରହିଛି ସମ୍ବନ୍ଧ? ଜାଣନ୍ତୁ

ଆମଠାରୁ ବଡ଼ ଅର୍ଥାତ୍‌ ଗୁରୁଜନମାନଙ୍କ କଥାକୁ ପୂରା ଦୁନିଆ ଆପଣାଇଥାଏ। ଆପଣ ଅନେକ ବାର ସେମାନଙ୍କ ମୁହଁରୁ ଶୁଣିଥିବେ ଯେ ଆମକୁ ବହୁତ କମ୍‌ କଥା ହେବା ଉଚିତ ଏବଂ ଅଧିକ ଶୁଣିବା ଉଚିତ। ସେମାନଙ୍କର ପ୍ରତ୍ୟେକ ପରାମର୍ଶ ଭଳି ଏହି ପରାମର୍ଶ ବି ବେଶ୍‌ ଗୁରୁତ୍ୱ ରଖିଥାଏ। କମ୍‌ କଥା ହେବା ଏବଂ ଅଧିକ ଶୁଣିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କାରଣ, ଏଥିରେ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା କମ୍‌ କଥା ହେବା ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ କ’ଣ ରହିଛି ସମ୍ବନ୍ଧ ଏବଂ ଏଥିରୁ ଆମକୁ କି ପ୍ରକାର ଫାଇଦା ମିଳିଥାଏ।

-କମ୍‌ କହିବା ଏବଂ ଅଧିକ ଶୁଣିବା କାରଣରୁ ଆପଣଙ୍କ ଧ୍ୟାନ ଅନ୍ୟର କଥା ଉପରେ ବେଶି ରହିଥାଏ, ଯଦ୍ଦ୍ଵାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିଥାଏ ଏବଂ ଜ୍ଞାନର ଭଣ୍ଡାର ବଢ଼ିଥାଏ। ଏହି ଜ୍ଞାନ ବିପଦ ସମୟରେ ବେଶ୍‌ ଲାଭଦାୟକ ପ୍ରମାଣିତ ହୋଇପାରେ।

-ଯେଉଁ ଲୋକ ଗପି ଚାଲିଥାଆନ୍ତି, ସେମାନେ ଅଜ୍ଞାନତା କାରଣରୁ ବହୁତ କିଛି ବେକାର କଥା ଓ ଭୁଲ୍‌ କଥା କହି ଦିଅନ୍ତି, ଯଦ୍ଦ୍ଵାରା ଲୋକେ ତାଙ୍କୁ ମୂର୍ଖ ଭାବିବାକୁ ଲାଗିଥାଆନ୍ତି ଏବଂ ଲୋକଙ୍କ ସାମ୍ନାରେ ତାଙ୍କର ଏମିତି ହିଁ ଛବି ବନି ଯାଇଥାଏ। ପରବର୍ତ୍ତୀ ସମୟରେ ଏହି ଛବି ଚିନ୍ତାର କାରଣ ହୋଇଥାଏ।

-ଯେଉଁମାନେ ଡଗଡଗ ହୋଇ ଗପି ଚାଲନ୍ତି, ସେମାନେ ଏମିତି କିଛି କହି ଦିଅନ୍ତି, ଯାହା କହିବା ଉଚିତ ନ ଥାଏ। ଏହାପରେ ସେମାନଙ୍କୁ ନିଜ କହିବା ଉପରେ ପଶ୍ଚାତାପ କରିବାକୁ ପଡ଼ିଥାଏ। ଅନେକ ବାର ସେମାନେ କିଛି ନା କିଛି ସିକ୍ରେଟ୍‌ ଖୋଲି ଦିଅନ୍ତି, ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ବନିଯାଇଥାଏ।

-ଯେଉଁ ଲୋକ କେବଳ ନିଜ ବିଷୟରେ ହିଁ କହି ଚାଲିଥାଏ, ତା’ଠାରୁ ଲୋକେ ମୁହଁ ମୋଡ଼ି ନିଅନ୍ତି। ଏଭଳି ଲୋକଙ୍କ ସହ କଥା ହେବାକୁ କିମ୍ବା ମିଶିବାକୁ ଲୋକେ କୁଣ୍ଠାବୋଧ କରନ୍ତି। ଏପରି କି, ଲୋକେ ଏମାନଙ୍କ ସହ ମିଶିବାରେ ବୋର୍‌ ହୋଇଯାଆନ୍ତି। ଲୋକଙ୍କୁ ସେହିମାନେ ହିଁ ପସନ୍ଦ ଆସିଥାଆନ୍ତି, ଯେଉଁମାନେ ନିଜ କଥା କହିବା ସହିତ ଅନ୍ୟର କଥାକୁ ବି ଧ୍ୟାନର ସହ ଶୁଣିଥାଆନ୍ତି।

Leave A Reply

Your email address will not be published.