ଭଗବାନ ଶ୍ରୀକୃଷ୍ଣଙ୍କ ଚମତ୍କାରିତା ଏବଂ ନୀଳା ବିଷୟରେ ସମସ୍ତେ ଜାଣନ୍ତି। ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର। ସେ ଯାହା ଚାହୁଁଥିଲେ ତାହା କରିପାରୁଥିଲେ ଏବଂ ଅନେକ ସସମୟରେ ମଧ୍ୟ କରିଦେଖାଇଥିଲେ। କିନ୍ତୁ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଶ୍ରୀକୃଷ୍ଣଙ୍କୁ ରଣଭୂମି ଛାଡି ଚାଲିଯିବାକୁ ପଡିଥିଲା। ଯେଉଁକାରଣରୁ ତାଙ୍କ ନାଁ ରଣଛୋଡ ରଖାଯାଇଥିଲା। ଏହା ଶୁଣିବା ପରେ ଆପଣ ଭାବୁଥିବେ ସେ ତ ଭଗବାନ ଥିଲେ ପୁଣି ତାଙ୍କୁ କାହିଁକି ଏହି ସ୍ଥାନ ଛାଡି ଯିବାକୁ ପଡିଲା? ବାସ୍ତବରେ ଏହାପଛରେ ଏକ ରହସ୍ୟମୟ କାହାଣୀ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜଣା ଥିବେ।
ଥରେ ମଗଧରାଜ ଜରାସଂଧ ଭଗବାନ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ କିନ୍ତୁ ସେ ଶ୍ରୀକୃଷ୍ଣଙ୍କ ବିରୋଧରେ ଏହି ଯୁଦ୍ଧ ପାଇଁ ୟବନ ଦେଶର ରାଜା କାଳୟବନଙ୍କୁ ମଧ୍ୟ ନିଜ ସହ ମିଶାଇଥିଲେ। ବାସ୍ତବରେ କାଳୟବନଙ୍କୁ ନା କୌଣସି ଚନ୍ଦ୍ରବଂଶୀ ଏବଂ ନା କୌଣସି ସୂର୍ଯ୍ୟବଂଶୀ ଯୁଦ୍ଧରେ ହରାଇ ପାରିବେ ନାହିଁ ବୋଲି ଭଗବାନ ଶଙ୍କରଠାରୁ ଏହି ବରଦାନ ମିଳିଥିଲା ସେହଭିଳି ତାଙ୍କୁ କୌଣସି ହତିଆର ଏବଂ ବଳ ଦ୍ୱାରା ହରାଇପାରିବେ ନାହିଁ ବୋଲି ମଧ୍ୟ ବରଦାନ ପ୍ରାପ୍ତ ହୋଇଥିଲା।
ଶ୍ରୀକୃଷ୍ଣ ଯେଉଁ ଗୁମ୍ଫାରେ ଯାଇ ଲୁଚି ଥିଲେ, ସେଠାରେ ପୂର୍ବରୁ ହିଁ ଇକ୍ଷାକୁ ନରେଶ ମାଂଧାତାଙ୍କ ପୁତ୍ର ଏବଂ ଦକ୍ଷିଣ କୋଷଳର ରାଜା ମୁଚକୁନ୍ଦ ଗଭୀର ନିଦରେ ଶୋଇଥିଲେ। ବାସ୍ତବରେ ସେମାନେ ଅସୁର ସହ ଯୁଦ୍ଧ କରି ଦେବତାଙ୍କୁ ବିଜୟ କରିଥିଲେ। ଏହାପରେ ବାରମ୍ବାର କିଛି ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବା ପରେ ସେ ଥକି ଯାଇଥିଲେ। ଏହିକାରଣରୁ ଭଗବାନ ଇନ୍ଦ୍ର ତାଙ୍କୁ ଶୋଇବା ପାଇଁ ଆଗ୍ରହ କରିଥିଲେ। ଏଥିସହ ତାଙ୍କୁ ଯିଏ ବି ନିଦରୁ ଜାଗ୍ରତ କରିବ ସେ ଜଳି ଭସ୍ମ ହୋଇଯିବ ବୋଲି ଭଗବାନ ଇନ୍ଦ୍ର ବରଦାନ ଦେଇଥିଲେ।
ରାଜା ମୁଚକୁନ୍ଦଙ୍କୁ ମିଳିଥିବା ବରଦାନ ବିଷୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜଣାଥିବାରୁ ସେ କାଳୟବନଙ୍କୁ ନିଜ ପଛେ ପଛେ ସେହି ଗୁମ୍ଫା ପର୍ଯ୍ୟନ୍ତ ନେଇଆସିଥିଲେ। ଏହାପରେ ଶ୍ରୀକୃଷ୍ଣ କାଳୟବନଙ୍କୁ ଭ୍ରମିତ କରିବା ପାଇଁ ନିଜର ପିତାମ୍ବରକୁ ରାଜା ମୁଚକୁନ୍ଦଙ୍କ ଉପରେ ପକାଇ ଦେଇଥିଲେ। କାଳୟବନ ସେହି ପିତାମ୍ବରକୁ ଦେଖି ଶ୍ରୀକୃଷ୍ଣ ଭୟରେ ଲୁଚି ଗୁମ୍ଫାରେ ଶୋଇଥିବା ଭାବିଥିଲେ। ଏହାପରେ କାଳୟବନ ରାଜା ମୁଚକୁନ୍ଧଙ୍କୁ ଶ୍ରୀକୃଷ୍ଣ ଭାବି ନିଦରୁ ଉଠାଇଥିଲେ। ଯାହାଫଳରେ ରାଜା ମୁଚକୁନ୍ଦ ନିଦରୁ ଜାଗ୍ରତ ହେବା ପରେ କାଳୟବନ ସେଠାରେ ହିଁ ଜଳି ଭସ୍ମ ହୋଇଗଲେ। ପ୍ରକୃତରେ ଏହା ଶ୍ରୀକୃଷ୍ଣଙ୍କର ଏକ ନୀଳା ଥିଲା। ଭଗବାନ ଶ୍ରୀକୃଷ୍ଣ ମହାଭାରତର ଯୁଦ୍ଧରେ ଗୀତାର ଉପଦେଶ ଦେବା ସହ କହିଥିଲେ, ସୃଷ୍ଟିରେ ଯାହା କିଛି ବି ହୋଇଥାଏ, ତାହା ତାଙ୍କ ଇଛା ଅନୁସାରେ ହୋଇଥାଏ। ଏନେଇ କାଳୟବନଙ୍କ ଅନ୍ତ ମଧ୍ୟ ତାଙ୍କ ଇଛା ଅନୁଯାୟୀ ହୋଇଥିଲା।