ସ୍ପେଶାଲ

କ୍ୟାପ୍ସୁଲରେ କାହିଁକି ଥାଏ ଦୁଇଟି ରଙ୍ଗ ? ଜାଣନ୍ତୁ ଏହା ପଛର କାରଣ

ଆପଣଙ୍କ ଦେହ ଖରାପ ହେଲେ ଆପଣ ଔଷଧ ଖାଆନ୍ତି। ବେଳେ ବେଳେ ଆପଣଙ୍କୁ ଡାକ୍ତର ଔଷଧ ତାଲିକାରେ କ୍ୟାପସୁଲ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି। ଆପଣ ଲକ୍ଷ କରିଥିବେ ଏହି କ୍ୟାପସୁଲରେ ସବୁବେଳେ ଦୁଇଟି ରଙ୍ଗ ଥାଏ। ହେଲେ ଏପରି କାହିଁକି? ଏହା ଗୋଟିଏ ରଙ୍ଗର ବି ହୋଇପାରିବ। କିନ୍ତୁ ଏହା ପଛରେ ଥିବା କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। କାହିଁକିନା କ୍ୟାପସୁଲର ଦୁଇଟି ରଙ୍ଗ ହେବାର ଏକ ଖାସ୍‌ କାରଣ ରହିଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ…

କ୍ୟାପସୁଲରେ ଦୁଇଟି ଅଂଶ ଥାଏ। ଗୋଟିଏ ଅଂଶରେ ଔଷଧ ରଖାଯାଉଥିବା ବେଳେ ଅନ୍ୟ ଅଂଶଟି ତାକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଏ ଓ ଏହା ସବୁବେଳେ ଖାଲି ରହିଥାଏ । କ୍ୟାପସୁଲରେ ଔଷଧ ରଖାଯାଉଥିବା ଅଂଶକୁ କଣ୍ଟେନର କୁହାଯାଉଥିବା ବେଳେ ଏହାକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଉଥିବା ଖାଲି ଅଂଶକୁ କ୍ୟାପ ବୋଲି କୁହାଯାଏ। ଯଦି ଆପଣ କ୍ୟାପସୁଲକୁ ଭାଙ୍ଗି ଅଲଗା କରି ଦେଖିବେ ଏହି ପାର୍ଥକ୍ୟକୁ ଭଲ ଭାବେ ଜାଣିପାରିବେ।

କ୍ୟାପସୁଲର କ୍ୟାପ ଏବଂ କଣ୍ଟେନରର ରଙ୍ଗ ଏଥିପାଇଁ ଅଲଗା ଅଲଗା ହୋଇଥାଏ କାରଣ କ୍ୟାପସୁଲ ତିଆରି କରିବା ସମୟରେ କେଉଁ ଭାଗଟି କଣ୍ଟେନର ଓ କେଉଁ ଭାଗଟି କ୍ୟାପ ତାହା ଜାଣିବା ପାଇଁ ଯେପରି ଔଷଧ ତିଆରି କରୁଥିବା କମ୍ପାନୀର କର୍ମଚାରୀମାନେ ଦ୍ୱନ୍ଦରେ ନପଡ଼ନ୍ତି ସେଥିପାଇଁ ଏହାର ଦୁଇଟି ଅଂଶରେ ଅଲଗା ରଙ୍ଗ ଦିଆଯାଇଥାଏ। କ୍ୟାପସୁଲର କ୍ୟାପ ଓ କଣ୍ଟେନରକୁ ଅଲଗା ରଖିବା ପାଇଁ ଔଷଧୀୟ କମ୍ପାନୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।

ଏହି କ୍ୟାପସୁଲ ଜିଲେଟିନ ଓ ସେଲ୍ୟୁଲୋଜ ନାମକ ପଦାର୍ଥରୁ ତିଆରି ହୋଇଥାଏ। ସମୟକ୍ରମେ କିଛି ଦେଶରେ ଜିଲେଟିନରେ କ୍ୟାପସୁଲ ତିଆରି କରିବା ପାଇଁ ରହିତାଦେଶ ଜାରି କରାଯାଇଛି। ଭାରତରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ୟାପସୁଲ ତିଆରି ପାଇଁ ଜିଲେଟିନ ଉପରେ ପ୍ରତିବନ୍ଧକ ଲଗାଇଛି। ଜିଲୋଟିନର ବିକଳ୍ପ ଭାବେ ସେଲ୍ୟୁଲୋଜକୁ ବ୍ୟବହାର କରିବା ପାଇଁ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

40 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago