କାହିଁକି ଅଣ୍ଡାକାର ଶିବଲିଙ୍ଗ ? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଓ ବୈଜ୍ଞାନିକ କାରଣ

ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଏହି ତିନିଜଣ ଦେବତା ସର୍ବଶକ୍ତିମାନ ଅଟନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ଶିବଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଇଥାଏ । କାରଣ ସବୁ ଦେବଦେବୀଙ୍କ ପୂଜା ମୂର୍ତ୍ତି କିମ୍ବା ଫଟୋ ଭାବେ କରାଯାଉଥିବା ବେଳେ ଶିବଙ୍କ ପୂଜା ପାଇଁ ଶିବଲିଙ୍ଗକୁ ପୂଜା କରାଯାଇଥାଏ । ଯଦିଓ ଭଗବାନ ଶିବଙ୍କର କୌଣସି ସ୍ୱରୂପ ନାହିଁ ଓ ତାଙ୍କୁ ନିରାକାର ବୋଲି କୁହାଯାଇଥାଏ । ତେଣୁ ଶିବଲିଙ୍ଗ ରୂପରେ ତାଙ୍କର ଏହି ନିରାକାର ରୁପକୁ ପୂଜା କରାଯାଇଥାଏ ।

Image result for sibalinga

ଶିବଲିଙ୍ଗର ଅର୍ଥ

‘ଲିୟା’ ଏବଂ ‘ଗମ୍ୟ’କୁ ନେଇ ‘ଲିଙ୍ଗମ’ ଶବ୍ଦ ତିଆରି କରାଯାଇଛି । ଯାହାର ଅର୍ଥ ହେଉଛି ‘ଆରମ୍ଭ’ ଏବଂ ‘ଶେଷ’ । କୁହାଯାଇଥାଏ ଶିବଙ୍କ ଠାରୁ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା ଓ ତାଙ୍କଠାରେ ହିଁ ଏହା ଲୀନ ହୋଇଯିବ ।

ଶିବଲିଙ୍ଗରେ ତିନି ଦେବତା ବିରାଜିତ ବୋଲି କୁହାଯାଇଥାଏ । ଶିବଲିଙ୍ଗକୁ ତିନି ଭାଗରେ ବଣ୍ଟା ଯାଇଥାଏ । ପ୍ରଥମତଃ ଶିବଲିଙ୍ଗର ତଳ ଅଂଶରେ ବ୍ରହ୍ମାଙ୍କୁ ପୂଜା କରାଯାଇଥିବା ବେଳେ ମଧ୍ୟଭାଗରେ ବିଷ୍ଣୁ ଏବଂ ଶୀର୍ଷରେ ଶିବଙ୍କୁ ପୂଜା କରାଯାଇଥାଏ । ଅର୍ଥାତ ଶିବଲିଙ୍ଗ ଜରିଆରେ ତ୍ରିଦେବଙ୍କୁ ପୂଜା କରାଯାଇଥାଏ ।

ଅନ୍ୟ ମାନ୍ୟତା ଅନୁଯାୟୀ ଶିବଲିଙ୍ଗର ତଳ ଅଂଶରେ ସ୍ତ୍ରୀ ଏବଂ ଉପର ଅଂଶ ପୁରୁଷର ପ୍ରତୀକ ହୋଇଥାଏ ଅର୍ଥାତ ଏଥିରେ ଶିବ ଏବଂ ଶକ୍ତି ଏକାସହିତ ବାସ କରନ୍ତି ।

Image result for sibalinga

କାହିଁକି ଗୋଲାକାର ?

ଶିବଲିଙ୍ଗ ଅଣ୍ଡାକାର ହେବ ପଛରେ ଆଧ୍ୟାତ୍ମିକ ଓ ବୈଜ୍ଞାନିକ କାରଣ ରହିଛି । ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ଶିବ ବ୍ରହ୍ମାଣ୍ଡ ନିର୍ମାଣର ମୂଳ ଅଟନ୍ତି । ଅର୍ଥାତ ଶିବ ହିଁ ସେହି ବୀଜ ଯେଉଁଥିରୁ ସଂସାର ସୃଷ୍ଟି ହୋଇଛି ସେଥିପାଇଁ ଶିବଲିଙ୍ଗର ଆକାର ଅଣ୍ଡାକାର ହୋଇଛି । ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ବିଗବ୍ୟାଙ୍ଗ ଥିଓରୀ ଅନୁଯାୟୀ ବ୍ରହ୍ମାଣ୍ଡର ନିର୍ମାଣ ଅଣ୍ଡା ଭଳି କୌଣସି ଛୋଟ ପଦାର୍ଥରୁ ହୋଇଛି । ଅର୍ଥାତ ଶିବଲିଙ୍ଗର ଆକାରକୁ ଏହି ଅଣ୍ଡାକାର ସହ ଯୋଡି ଦେଖାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.