ଆମେରିକାରେ ରାଷ୍ଟ୍ରପତି ଭବନକୁ କାହିଁକି କୁହାଯାଏ ‘ହ୍ଵାଇଟ ହାଉସ୍‌’, ଜାଣନ୍ତୁ ୧୧୮ ବର୍ଷ ପୁରୁଣା ଇତିହାସ

ଦୁନିଆର ପ୍ରାୟ ସବୁଦେଦଶରେ ଦେଶରେ ରାଷ୍ଟ୍ରପତି ରହିବା ପାଇଁ ଅଧିକାରିକ ଆବାସ ନିର୍ମାଣ କରାଯାଇଛି। ଭାରତରେ ଏହା ରାଷ୍ଟ୍ରପତି ଭବନ ନାଁରେ ଜଣାଶୁଣା କିନ୍ତୁ ଆମେରିକାରେ ରାଷ୍ଟ୍ରପତି ଭବନକୁ ‘ହ୍ଵାଇଟ୍‌ ହାଉସ୍‌’ କୁହାଯାଇଥାଏ। ପୂର୍ବରୁ କିନ୍ତୁ ଏହାର ନାମ ହ୍ଵାଇଟ୍‌ ହାଉସ୍‌ ରହିନଥିଲା। ଯେତେବେଳେ ଏହାର ନିର୍ମାଣ ହୋଇଥିଲା ସେହି ସମୟରେ ଏହାର ନାମ ‘ପ୍ରେସିଡେଣ୍ଟ ପ୍ଲେସ୍‌’ କିମ୍ବା ‘ପ୍ରେସିଡେଣ୍ଟ ମ୍ୟାନସନ୍‌’ ରହିଥିଲା। ଏବେ ଆପଣମାନେ ଭାବୁଥିବେ କେଉଁ କାରଣ ପାଇଁ ଏହାର ନାଁ ‘ହ୍ଵାଇଟ୍‌ ହାଉସ୍‌’ ରଖାଗଲା? ବାସ୍ତବରେ ଏହା ପଛରେ ୧୧୮ ବର୍ଷ ପୁରୁଣା ଇତିହାସ ଲୁଚି ରହିଛି, ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

white-house-dna‘ହ୍ଵାଇଟ୍‌ ହାଉସ୍‌’ କେବଳ ଆମେରିକୀ ରାଷ୍ଟ୍ରପତିଙ୍କ ବାସ ସ୍ଥାନ ନୁହେଁ ବରଂ ଏହା ଆମେରିକାର ଐତିହାସିକ ଉତ୍ତରାଧିକାରୀର ଏକ ଉତ୍କଷ୍ଠ ନମୁନା ମଧ୍ୟ। ହ୍ଵାଇଟ୍‌ ହାଉସ୍‌ରେ ସେହି ସବୁ ସୁବିଧା ରହିଛି ଯାହା କୌଣସି ବି ପରାକ୍ରମ ଦେଶ ପାଖରେ ରହିବାର ଆବଶ୍ୟକତା ରହିଥାଏ। ଏହା ଭିତରେ ଏକ ଗାତ ମଧ୍ୟ ରହିଛି, ଯାହା କୌଣସି ସମସ୍ୟା ସମୟରେ ଆମେରିକୀ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଇଥାଏ।

ଆୟରଲ୍ୟାଣ୍ଡରେ ଜନ୍ମ ହୋଇଥିବା ଜେମ୍ସ ହୋବନ ହ୍ଵାଇଟ୍‌ ହାଉସର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ୧୭୯୨ ବର୍ଷରୁ ୧୮୦୦ ବର୍ଷ ଅର୍ଥାତ ଆଠ ବର୍ଷରେ ସମ୍ପୂର୍ଣ୍ଣ ହୋଇଯାଇଥିଲା। ଆପଣ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଆଜି ଯେଉଁ ଜାଗାରେ ହ୍ଵାଇଟ୍‌ ହାଉସ୍‌ ଛିଡା ହୋଇ ରହିଛି, ସେଠାରେ କେବେ ଜଙ୍ଗଲ ଏବଂ ପାହାଡ ରହିଥିଲା।

WhiteHouse_ହ୍ଵାଇଟ୍‌ ହାଉସ୍‌ରେ ସମୁଦାୟ ୧୩୨ଟି ରୁମ୍‌ ରହିଛି। ଏହାବ୍ୟତୀତ ଏଥିରେ ୩୫ଟି ବାର୍ଥରୁମ୍‌, ୪୧୨ଟି କବାଟ, ୧୪୭ଟି ଝରକା, ୨୮ଟି ଅଗ୍ନିକୁଣ୍ଡ, ୮ଟି ଶିଢି ଏବଂ ୩ଟି ଲିଫ୍ଟ ମଧ୍ୟ ରହିଛି। ୬ବଖରା ବିଶିଟେ ଏହି ଘରେ ୨ଟି ଭୂତଳ କୋଠରୀ, ୨ଟି ପବ୍ଲିକ୍‌ ରୁମ୍‌ ଏବଂ ବାକି ସବୁ ରୁମ୍‌କୁ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷିତ ରଖାଯାଇଛି। ଏହାବ୍ୟତୀତ ହ୍ଵାଇଟ୍‌ ହାଉସ୍‌ରେ ୫ଜଣ ସେଫ୍‌ କାମ କରିଥାନ୍ତି ଏବଂ ଭବନ ମଧ୍ୟରେ ୧୪୦ ଜଣ ଅତିଥି ଏକାଠି ରାତ୍ରୀ ଭୋଜନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

ହ୍ଵାଇଟ୍‌ ହାଉସ୍‌ର ବାହାର କାନ୍ଥ ରଙ୍ଗ କରିବା ପାଇଁ ୫୭୦ ଗାଲନ୍‌ ରଙ୍ଗର ଆବଶ୍ୟକତା ପଡିଥାଏ। ସୂଚନା ମୁତାବକ ୧୯୯୪ ମସିହାରେ ହ୍ଵାଇଟ୍‌ ହାଉସ୍‌ ରଙ୍ଗ କରିବାର ଖର୍ଚ୍ଚ ୨ଲକ୍ଷ ୮୩ ହଜାର ଡଲାର ଅର୍ଥାତ ପାଖାପାଖି ୧କୋଟି ୭୨ ଲକ୍ଷ ଟଙ୍କାରୁ ଅଧିକ ଆସିଥିଲା।

us white houseଆମେରିକୀ ରାଷ୍ଟ୍ରପତି ଭବନର ନାମ ହ୍ଵାଇଟ୍‌ ହାଉସ୍‌ ହେବାର କାରଣ ହେଉଛି ୧୮୧୪ ମସିହାରେ ବ୍ରିଟିଶ୍‌ ଆର୍ମିମାନେ ଓ୍ଵାସିଂଟନ ଡିସିର ଅନେକ ଜାଗାରେ ନିଆଁ ଲଗାଇଦେଇଥିଲେ। ଏଥିରେ ହ୍ଵାଇଟ୍‌ ହାଉସ୍‌ ମଧ୍ୟ ସାମିଲ ରହିଥିଲା। ଏହି ନିଆଁ ଲାଗିବା କାରଣରୁ ଏହାର କାନ୍ଥର ସୁନ୍ଦରତା ନଷ୍ଟ ହୋଇଯାଇଥିଲା। ଯାହାକୁ ପୁଣିଥରେ ଆକର୍ଷଣ କରିବା ପାଇଁ ଏହାକୁ ଧଳା ରଙ୍ଗରେ ରଙ୍ଗ କରାଯାଇଥିଲା। ଏହାପରେ ହିଁ ଏହାକୁ ‘ହ୍ଵାଇଟ୍‌ ହାଉସ୍‌’ କୁହାଯାଇଥିଲା। ପୁଣିଥରେ ୧୯୦୧ ମସିହାରେ ଆମେରିକାର ୨୬ତମ ରାଷ୍ଟ୍ରପତି ଥିୟୋଡୋର ରୁଜବେଲ୍ଟ ଅଧିକାରିକ ରୂପେ ଏହାର ନାଁ ହ୍ଵାଇଟ୍‌ ହାଉସ୍‌ ରଖିଥିଲେ।

Leave A Reply

Your email address will not be published.