ସ୍ପେଶାଲ

ଟ୍ରେନ୍‌ ର ଇଞ୍ଜିନରେ କାହିଁକି ନଥାଏ ଟଏଲେଟ୍‌ ? ଜାଣନ୍ତୁ କେଉଁ କାରଣ ପାଇଁ ଟ୍ରେନ୍‌ ଇଞ୍ଜିନରେ ନଥାଏ ଏହି ସୁବିଧା

ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ଅଧିକା ପସନ୍ଦ କରିଥାଆନ୍ତି । କାରଣ ଟ୍ରେନ୍‌ ଯାତ୍ରା ସମସ୍ତଙ୍କ ପକେଟ୍‌ କୁ ସୁହାଇଥାଏ । କମ୍‌ ବଜେଟ୍‌ ରେ ସୁରୁଖୁରୁରେ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚିବା ପାଇଁ ଟ୍ରେନ୍‌ ହେଉଛି ଏକ ଉତ୍ତମ ମାଧ୍ୟମ । କମ୍‌ ଖର୍ଚ୍ଚରେ ଏହି ରେଳ ଯାତ୍ରା କରିଥାଆନ୍ତି ଲୋକେ । କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା ତେଣୁ ସେମାନେ ଏହି ଟ୍ରେନ ଲାଇନ ତିଆରି କରିଥିଲେ । ଆପଣ ତ କେବେ ନା କେବେ ଟ୍ରେନରେ ନିଶ୍ଚୟ ଯାତ୍ରା କରିଥିବେ। ଆପଣ ଟ୍ରେନ୍‌ର ଇଞ୍ଜିନ୍‌ ମଧ୍ୟ ଦେଖିଥିବେ । କଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଯେ ଟ୍ରେନ୍‌ ଇଞ୍ଜିନ୍‌ରେ କାହିଁକି ନଥାଏ ଟଏଲେଟ୍‌ ।

ଟ୍ରେନ୍‌ରେ ଯାତ୍ରା କରିବା ସବୁଠାରୁ ଉତ୍ତମ ବୋଲି ଲୋକେ କହିଥାଆନ୍ତି । ଭାରତର କୋଟି କୋଟି ଲୋକ ଏହି ଟ୍ରେନ୍‌ରେ ଯାତ୍ରା କରିଥାଆନ୍ତି ଯାହାର କାରଣ ହେଉଛି ଏହି ଟ୍ରେନ୍‌ ଯାତ୍ରା ଦ୍ୱାରା ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ସମୟରେ ହିଁ ପହଞ୍ଚିଥାଆନ୍ତି । ଯାହାଦ୍ୱାରା ନିଜ କାର୍ଯ୍ୟ ତୁଲାଇାବା ପାଇଁ ଯିବା ରାସ୍ତାରେ କୌଣସି ବାଧା ଉପୁଜି ନଥାଏ ।

ଆମେ ସମସ୍ତେ ଜାଣନ୍ତି ଟ୍ରେନରେ ଶୌଚାଳୟ, ବିଦ୍ୟୁତ୍ ଏବଂ ଜଳଠାରୁ ଆରମ୍ଭ କରି ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ଆରାମରେ ପହଞ୍ଚିବା ପାଇଁ ସମସ୍ତ ସୁବିଧା ରହିଛି । ଏଭଳି ପରିସ୍ଥିତିରେ, ଆପଣ ଜାଣନ୍ତି କି ଟ୍ରେନରେ ଶୌଚାଳୟର ସୁବିଧା ଅଛି କିନ୍ତୁ ସେହି ସମାନ ଟ୍ରେନର ଇଞ୍ଜିନରେ ଏହି ସୁବିଧା ଉପଲବ୍ଧ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଯଦି ଟ୍ରେନରେ ଶୌଚାଳୟ ସୁବିଧା ରହିପାରିବ ତେବେ ଏହାର ଇଞ୍ଜିନରେ କାହିଁକି ଏହି ସୁବିଧା ନାହିଁ ?

ବାସ୍ତବରେ, ଟ୍ରେନ୍ ଇଞ୍ଜିନ୍‌ରେ ସ୍ଥାନର ବହୁତ ଅଭାବ ରହିଛି, ଏପରି ପରିସ୍ଥିତିରେ ଏଥିରେ ଶୌଚାଳୟ ସୁବିଧା ରହିବା ସମ୍ଭବ ନୁହେଁ । ଯେଉଁଠାରେ ଜଣେ ଲୋକୋ ପାଇଲଟ୍ ଅତି କମରେ ୧୦ରୁ ୧୨ ଘଣ୍ଟା ପାଇଁ ଡ୍ରାଇଭର ଭାବରେ ଯାତ୍ରା କରନ୍ତି । ଏହି ସମୟରେ, ଯଦି ସେମାନଙ୍କୁ ଶୌଚାଳୟକୁ ଯିବାକୁ ପଡେ, ସେମାନେ ପରବର୍ତ୍ତୀ ଷ୍ଟେସନକୁ ଅପେକ୍ଷା କରନ୍ତି ।

ଅନେକ ଥର ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୌଚାଳୟ ଯିବାକୁ ଅସମର୍ଥ ହୋଇଥାଆନ୍ତି । ଏହି କାରଣରୁ ସେମାନଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଉ କିଛି ସମୟରେ ଟ୍ରେନ୍ ଚଳାଇବା ସମୟରେ ଲୋକ ପାଇଲଟ୍ ମାନେ ଖାଦ୍ୟ ଖାଇବାକୁ ମଧ୍ୟ ସକ୍ଷମ ହୋଇପାରନ୍ତିନି । ହୁଏତ ଏହି କଥା ଅନେକ ଲୋକଙ୍କୁ ଜାଣି ନଥିବେ ।

Sasmita

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

1 hour ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

2 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

2 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

2 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

2 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago