ସ୍ପେଶାଲ

ଦେଶର ଏକମାତ୍ର ନର୍ମଦା ନଦୀ ଓଲଟା ବହିବା ପଛରେ ରହିଛି ଏହି ମୁଖ୍ୟ କାରଣ, ଆଜି ହିଁ ଜାଣନ୍ତୁ

ନର୍ମଦା ହେଉଛି ମଧ୍ୟ ଭାରତର ଏକ ବିଶାଳ ନଦୀ, ଯାହାକି ରେଭା ନାଁରେ ମଧ୍ୟ ଜଣାଶୁଣା। ଏହା ଭାରତୀୟ ଉପମହାଦ୍ୱୀପର ୫ମ ଦୀର୍ଘତମ ନଦୀ । ଗୋଦାବରୀ ଏବଂ କୃଷ୍ଣା ନଦୀ ପରେ ଭାରତରେ ବହୁଥିବା ତୃତୀୟ ଦୀର୍ଘତମ ନଦୀ ହେଉଛି ନର୍ମଦା। ମଧ୍ୟପ୍ରଦେଶରେ ଏହାର ବିଶାଳ ଭାଗ ରହିଥିବାରୁ ଏହାକୁ ‘ମଧ୍ୟପ୍ରଦେଶର ଜୀବନ ରେଖା’ ବୋଲି କୁହାଯାଇଥାଏ। ଏହା ଉତ୍ତର ଏବଂ ଦକ୍ଷିଣ ଭାରତ ମଝିରେ ଏକ ପାରମ୍ପରିକ ସୀମାରେଖା ଭଳି କାମ କରିଥାଏ। ନଦୀର ଦେଶ ଭାବରେ ଜଣାଶୁଣା ଭାରତ ବର୍ଷ। ଭାରତ ପ୍ରବାହିତ ହେଉଥିବା ଅନେକ ନଦୀ ସହିତ ଅନେକ କାହାଣୀ ମଧ୍ୟ ଜଡ଼ିତ ରହିଛି।

ଏହା ନିଜ ଉତ୍ପନ୍ନସ୍ଥଳୀରୁ ପଶ୍ଚିମ ପଟେ ୧,୩୧୨ କିମି ପଯ୍ୟର୍ନ୍ତ ପରିବ୍ୟାପ୍ତ ହୋଇ ଆରବ ସାଗରର ଗଲ୍ଫ ଅଫ୍ ଖମ୍ଭଟ ଠାରେ ମିଶିଛି। ନର୍ମଦୀ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ବହୁଥିବା ଏକ ପ୍ରମୁଖ ନଦୀ । ମେକଲ୍ ପର୍ବତର ଅମରକଣ୍ଟକ ଶିଖରରୁ ନର୍ମଦା ନଦୀ ବାହାରିଛି । ନର୍ମଦା ମଧ୍ୟପ୍ରଦେଶର ଠିକ୍ ମଝି ରେ ବହୁଛି। ଏହି ନଦୀ ସମୁଦ୍ରରେ ମିଶିବା ପୂର୍ବରୁ କୌଣସି ବି ତ୍ରିକୋଣଭୂମି ସୃଷ୍ଟି କରି ନ ଥାଏ। ଏପରିକି ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଅନେକ ନଦୀ କୋଟି କୋଟି ଭାରତୀୟଙ୍କ ପାଇଁ ବେଶ ପବିତ୍ର ବୋଲି ମନାଯାଏ ।

ନର୍ମଦାକୁ ପୁରାଣରେ ଭଗବାନ ଶିବଙ୍କ ପୁତ୍ରୀ ବୋଲି କୁହଯାଏ । ‘ନର୍ମଦା ପୁରାଣ’ ନାମରେ ଏକ ପୁରାଣ ମଧ୍ୟ ରହିଛି। ଏହି କାରଣରୁ ଏହି ନଦୀକୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଗଙ୍ଗାଠାରୁ ବି ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ। କୁହାଯାଏ କି, ଜ୍ୟେଷ୍ଠ ମାସରେ ଗଙ୍ଗା ସପ୍ତମୀ ଦିନ ଗଙ୍ଗାମାତା ସ୍ୱୟଂ ନର୍ମଦାରେ ସ୍ନାନ କରିବା ପାଇଁ ମାନବ ରୂପରେ ଆସିଥାଆନ୍ତି।

ଭାରତୀୟ ସମାଜରେ ନଦୀର ଏକ ବଡ଼ ଅବଦାନ ରହିଛି। ଦେଶରେ ନଦୀ ମଧ୍ୟ ପୂଜା କରାଯାଏ। ଆମେ ଯେଉଁ ନଦୀ ବିଷୟରେ କହୁଛୁ ତାହାକୁ ମଧ୍ୟ ପୂଜା କରାଯାଏ। ଲୋକେ ଏହି ନଦୀକୁ ମାଆ ବୋଲି ସମ୍ବୋଧନ କରନ୍ତି। ହେଲେ ଦେଶରେ ଏପରି ଏକ ନଦୀ ରହିଛି ଯାହା ଓଲଟା ପ୍ରବାହିତ ହୋଇଥାଏ। ଏଠାରେ ଓଲଟା ପ୍ରବାହିତ ଅର୍ଥ ଏହା ଯେ, ଯେଉଁଠାରେ ଦେଶର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ପଡୁଥିବା ବେଳେ, ନର୍ମଦା ହେଉଛି ଏକ ମାତ୍ର ନଦୀ ଯିଏ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଥାଏ।

କାହିଁକି ଓଲଟା ବହିଥାଏ ନର୍ମଦା ନଦୀ ?

ନର୍ମଦା ନଦୀ ହେଉଛି ଦେଶର ଦୁଇଟି ବଡ ରାଜ୍ୟ ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶର ମୁଖ୍ୟ ନଦୀ। ନର୍ମଦା ନଦୀ ଏହାର ଧାରାର ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ମାନେ ଓଲଟା ବହିଥାଏ। ଯାହା ଅନ୍ୟ ନଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଗୋଟିଏ ପଟେ ଯେଉଁଠାରେ ଦେଶର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ପଡୁଥିବାବେଳେ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ମିଶିଥାଏ।

କାହିଁକି ଏପରି ହୋଇଥାଏ ?
ଅନେକ ଲୋକ ଏହା ପଛରେ ରହିଥିବା ଧାର୍ମିକ କାରଣ ସମ୍ପର୍କରେ କହିଥାନ୍ତି। ତଥାପି ଏହା ପଛରେ ଥିବା ବୈଜ୍ଞାନିକ କାରଣ ସମ୍ପର୍କରେ ଜାଣନ୍ତୁ । ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶ ର ମୁଖ୍ୟ ନଦୀ ନର୍ମଦା। ହେଲେ ଏହାର ଧାରାର ବିପରୀତ ଦିଗରେ ପ୍ରବାହିତ ହେବାର ସବୁଠାରୁ ବଡ କାରଣ ହେଉଛି ରିଫ୍ଟ ଉପତ୍ୟକା ବା Rift Valley ।ଆଜ୍ଞା ହଁ , ରିଫ୍ଟ ଉପତ୍ୟକାର ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ, ଏହାର ଢାଲୁ ଏହାର ବିପରୀତ ଦିଗରେ ଅବସ୍ଥିତ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ। ନର୍ମଦା ନଦୀର ଉତ୍ପତ୍ତି ସ୍ଥଳ ହେଉଛି ମୈଖଲ ପର୍ବତର ଅମରକଣ୍ଟକ। ଏଠାରୁ ଉତ୍ପନ୍ନ ହୋଇ ନର୍ମଦା ନଦୀ ଆରବ ସାଗରରେ ପଡ଼ିଛି ।

ଏବେ ଜାଣନ୍ତୁ ଧାର୍ମିକ କାରଣ:
ମାନ୍ୟତା ଅନୁଯାୟୀ ନର୍ମଦା ନଦୀ ଏହାର ବିପରୀତ ଦିଗରେ ପ୍ରବାହିତ ହେବା ପଛରେ ଏକ ପୌରାଣିକ କାହାଣୀ ରହିଛି। କୁହାଯାଏ ଯେ ନର୍ମଦା ନଦୀର ବିବାହ ସୋନଭଦ୍ରଙ୍କ ସହ ସ୍ଥିର ହୋଇଥିଲା। ହେଲେ ନର୍ମଦାଙ୍କ ବନ୍ଧୁ ଜୋହିଲା କାରଣରୁ ଉଭୟଙ୍କ ମଧ୍ୟରେ ଦୂରତା ଆସିଥିଲା। ଏହାକୁ ନେଇ କ୍ରୋଧିତ ହୋଇ ଉଠିଥିବା ନର୍ମଦା ଆଜୀବନ କୁମାରୀ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଧାରାର ବିପରୀତ ଦିଗରେ ପ୍ରବାହିତ ହେବାକୁ ନିଷ୍ପତ୍ତି ନେଇଥିଲେ।

D Sonali

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago