କ’ଣ ପାଇଁ ଅଜିତ ଡୋଭାଲଙ୍କୁ ଭାରତର ‘ଜେମ୍ସ ବଣ୍ଡ’ କୁହାଯାଏ, ଜାଣନ୍ତୁ କାରଣ

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ଅଜିତ ଡୋଭାଲଙ୍କୁ ପ୍ରାୟତଃ ସମେସ୍ତ ଜାଣିଥିବେ। ଏବେ ତାଙ୍କୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ଅଜିତଙ୍କ ଚରିତ୍ର ନିର୍ବାହ କରିବାକୁ ଅକ୍ଷୟ କୁମାରଙ୍କୁ ସିଲେକ୍ଟ କରାଯାଇଛି। କିନ୍ତୁ କ’ଣ ପାଇଁ ଅଜିତ ଡୋଭାଲଙ୍କୁ ଭାରତର ଜେମ୍ସ ବଣ୍ଡ କୁହାଯାଏ ସେ ବିଷୟରେ ଆସନ୍ତୁ ଜାଣିବା,…

– ୧୯୪୫ ଜାନୁଆରୀ ୨୦ ତାରିଖ, ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ଅଜିତ ଡୋଭାଲ। ଅଜିତଙ୍କ ବାପା ଭାରତୀୟ ସେନାରେ ମେଜର ରହିଥିଲେ। ସେଥିପାଇଁ ଅଜିତ ନିଜର ସ୍କୁଲ କ୍ୟାରିଅର ଆଜମେର ମିଲିଟାରୀ ସ୍କୁଲରେ କରିଥିଲେ। ୧୯୬୭ରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଅଜିତ ଅର୍ଥନୀତିରେ ସ୍ୱାତକୋତ୍ତର କରିଥିଲେ।

12

– କ୍ୟାରିଅର ପ୍ରଥମରୁ ଅଜିତ ପାକିସ୍ତାନରେ ଏଜେଣ୍ଟ ଭାବେ ରହି ଏପରି କାମ କରିଥିଲେ, ଖାସ୍‌ ସେଥିପାଇଁ ତାଙ୍କୁ ଭାରତର ଜେମ୍ସ ବଣ୍ଡ ବୋଲି କୁହାଯାଏ।

– ଅଜିତ ପାକିସ୍ତାନରେ ଭାରତୀୟ ହାଇକମିଶନ୍‌ରେ ସାତ ବର୍ଷ କାମ କରିଥିଲେ। ପ୍ରଥମେ ସେ ଅଣ୍ଡରକଭର ଏଜେଣ୍ଟ ଭାବେ ପାକିସ୍ତାନର ଲାହୋରରେ ରହି ଜଣେ ମୁସଲିମ ଭାବେ ଜୀବନ ଅତିବାହିତ କରୁଥିଲେ ଅଜିତ। ସେ ଜଣେ ହିନ୍ଦୁ ଏବଂ ଭାରତୀୟ ବୋଲି କେହି ବି ସେଠାରେ ଜାଣି ପାରିନଥିଲେ।

– ଭାରତୀୟ ସେନାରେ ଏକ ମହତ୍ୱପୂର୍ଣ୍ଣ ଅପରେସନ ବ୍ଲୁ ଷ୍ଟାର ବେଳେ ଜଣେ ଗୁପ୍ତଚର ଭାବେ କାମ କରିଥିଲେ। ସେଠାରେ ଭାରତୀୟ ସେନା ବିଭାଗକୁ ଅନେକ ମହତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ଦେଇଥିଲେ, ଯାହା ବହୁତ କାମରେ ଆସିଥିଲା। ଏହା ସାହାଯ୍ୟରେ ସେନାର ଅପରେସନ ମଧ୍ୟ ସଫଳ ହୋଇଥିଲା।

ajit

– ଏହି ସମୟରେ ଅଜିତ ପାକିସ୍ତାନର ଗୁଇନ୍ଦା ହୋଇ ଖଲିସ୍ଥାନୀମାନଙ୍କ ବିଶ୍ୱାସଭାଜନ ହୋଇଥିଲେ। ଏହା ପରେ ଖଲିସ୍ଥାନର ସମସ୍ତ ତଥ୍ୟ ହାସଲ କରି, ଭାରତୀୟ ଏଜେନ୍ସୀକୁ ପ୍ରଦାନ କରିଥିଲେ।

-ପାକିସ୍ତାନର କୌଣସି ଅଞ୍ଚଳରେ କିଛି ବି ହେବା ମାତ୍ରେ ସେଠିକାର ସୁରକ୍ଷା ବିଶେଷଜ୍ଞ ଏବଂ ମିଡିଆ ଅଜିତ ଉପରେ ଆରୋପ ଲଗାଇବା ଆରମ୍ଭ କରିଦିଅନ୍ତି। ସେଠାରେ କୌଣସି ଧମାକା ହେବା ମାତ୍ରେ ସେଠିକାର ଟ୍ଵିଟରରେ ଅଜିତ ଡୋଭାଲ ଟ୍ରେଣ୍ଡ କରିବାକୁ ଲାଗନ୍ତି।

– ଜୁନ ୨୦୧୦ରେ, ଅଜିତ ଡୋଭାଲଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ପ୍ରଥମ ଥର ପାଇଁ ସୀମା ପାର ହୋଇ ମିଆଁମାର ଉଗ୍ରବାଦୀଙ୍କ ଉପରେ ହାମଲା କରିଥିଲେ। ଏହି ଅପରେସନରେ ପାଖାପାଖି ୩୦ ଉଗ୍ରବାଦୀ ନିହତ ହୋଇଥିଲେ।

-ଜୁନ ୨୦୧୪, ଅଜିତ ଆଇଏସଆଇଏସ୍‌ କବଳରୁ ୪୬ ଜଣ ଭାରତୀୟ ନର୍ସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନର୍ସମାନେ ଆଇଏସଆଇଏସ୍‌ର ନିୟନ୍ତ୍ରଣାଧୀନ ଇରାକ ସହର ମଧ୍ୟରେ ଥିବା ଏକ ହସପିଟାଲରେ ଫସି ରହିଥିଲେ।

modi-doval

– ୧୯୭୧ ଏବଂ ୧୯୯୯ ପର୍ଯ୍ୟନ୍ତ ଇଣ୍ଡିଆନ ଏୟାରଲାଇନ୍ସର ପାଞ୍ଚଟି ବିମାନ ଅପହରଣ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ଅଜିତ।

– ୧୯୯୯ରେ କାନ୍ଦାହାରରେ ଇଣ୍ଡିଆନ ଏୟାରଲଇନ୍ସର ବିମାନ ଆଇସି ୮୧୪ର ଅପହରଣକାରୀଙ୍କ ସହିତ ନିଜେ କଥାବାର୍ତ୍ତା ହୋଇ ମାମଲାକୁ ସମାଧାନ କରିଥିଲେ ଅଜିତ।

– ଅଜିତ ମିଜୋରାମ, ପଞ୍ଜାବ ଏବଂ କଶ୍ମୀରରେ ଚାଲିଥିବା ଉଗ୍ରବାଦୀ ବିରୋଧୀ ଅଭିଯାନରେ ସକ୍ରିୟ ଭାବେ ସାମିଲ ରହିଥିଲା। ୧୯୬୮ରେ ପୂର୍ବ ଅଞ୍ଚଳରେ ଉଗ୍ରବାଦୀଙ୍କ ବିରୋଧରେ ସିକ୍ରେଟ ଅଭିଯାନ ଚଳାଇ ଲାଲଡେଙ୍ଗା ଉଗ୍ରବାଦୀ ସମୂହର ୬ କମାଣ୍ଡରଙ୍କୁ ଭାରତ ପକ୍ଷରେ କରି ନେଇଥିଲେ।

AJIT DOVAL-2
କଶ୍ମୀର ବାସିନ୍ଦାଙ୍କ ସହ ଆଲୋଚନା କରୁଛନ୍ତି ଅଜିତ ଡୋଭାଲ

-କଶ୍ମୀରରେ କଠୋରପନ୍ଥୀ କାଶ୍ମୀରୀ ଆତଙ୍କୀବାଦୀଙ୍କୁ ରାଜି କରି ଅଜିତ ଭାରତ ବିରୋଧୀ ସଂଗଠନକୁ ଶାନ୍ତିର ବାର୍ତ୍ତା ଦେଇଥିଲେ। ଅଜିତ କଠୋରପନ୍ଥୀ ଭାରତ ବିରୋଧୀ ଆତଙ୍କବାଦୀମାନଙ୍କୁ ଟାଗେର୍ଟରେ ରଖି ୧୯୯୬ରେ ଜମ୍ମୁ କାଶ୍ମୀରରେ ହୋଇଥିବା ନିର୍ବାଚନ ପାଇଁ ମଧ୍ୟ ମାର୍ଗ ପ୍ରସ୍ତୁତ କରିଥିଲେ।