ସ୍ପେଶାଲ

ପୂଜା ସମୟରେ ମୁଣ୍ଡରେ ଓଢଣୀ ଦିଆଯାଏ କାହିଁକି ? ଜାଣନ୍ତୁ କାରଣ

ବହୁ ପୁରାତନ କାଳରୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣୀ ଦେବାର ପରମ୍ପରା ଚାଲିଆସୁଛି। ହିନ୍ଦୁ ସହିତ ଶିଖ୍‌ ଏବଂ ମୁସଲମାନ ଧର୍ମରେ ମଧ୍ୟ ଧାର୍ମିକ କାର୍ଯ୍ୟ ସମୟରେ ମୁଣ୍ଡକୁ ଓଢଣୀରେ ଘୋଡାନ୍ତି। ପୂଜା ସମୟରେ ମୁଣ୍ଡ ଢାଙ୍କିବା କେବଳ ମହିଳା ନୁହେଁ ପୁରୁଷମାନଙ୍କ ପାଇଁ ମଧ୍ୟ ଜରୁରୀ ହୋଇଥାଏ। ତେଣୁ ପୂଜା ସମୟରେ ପୁଅମାନେ ମୁଣ୍ଡରେ ରୁମାଲ ଢାଙ୍କିଥାନ୍ତି। ଏହାଦ୍ୱାରା ମନରେ ଭଗବାନଙ୍କ ପ୍ରତି ସମ୍ମାନ ଏବଂ ସମର୍ପଣ ଅଭିବ୍ୟକ୍ତ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପୂଜା ପାଠରେ ସ୍ତ୍ରୀ ଏବଂ ପୁରୁଷ ଉଭୟେ କ’ଣ ପାଇଁ ମୁଣ୍ଡରେ ଓଢଣୀ ଦେବା ଉଚିତ.. ତେବେ ଜାଣନ୍ତୁ

– ଗରୁଡ ପୁରାଣ ଅନୁସାରେ ପୂଜା କିମ୍ବା କୌଣସି ଶୁଭ କାମରେ ମୁଣ୍ଡ ଘୋଡାଇବା ଉଚିତ। ଏହାଦ୍ୱାରା ଚଞ୍ଚଳ ମନ ଏଣେତେଣେ ଯାଏନାହିଁ। ସଂପୂର୍ଣ୍ଣ ଧ୍ୟାନ ପୂଜା ଉପରେ କେନ୍ଦ୍ରିତ ହୋଇ ରହେ।

– କୁହାଯାଏ ମୁଣ୍ଡ ଢାଙ୍କିବା ଦ୍ୱାରା ସଂପୂର୍ଣ୍ଣ ଫୋକସ ପୂଜା ଉପରେ ରହିଥାଏ। ଏହି ନିୟମ ପାଳନ କରିବା ବ୍ୟକ୍ତିର ଭାଗ୍ୟ ସାଥ ଦୁଇଗୁଣା ହୋଇଯାଏ।

– ଶାସ୍ତ୍ର ଅନୁସାରେ ପୂଜାପାଠ ସମୟରେ ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ସମାନ ନିୟମ ରହିଥାଏ। ତେଣୁ ପୂଜା ସମୟରେ ସ୍ତ୍ରୀ ହେଉ କି ପୁରୁଷ ମୁଣ୍ଡ ଢାଙ୍କିବା ଉଚିତ।

– ପୂଜା କରିବା ସମୟରେ କିମ୍ବା ମନ୍ଦିର ଯିବା ସମୟରେ ନକାରାତ୍ମକ ଶକ୍ତିରୁ ରକ୍ଷା ପାଇଥାଉ। କାରଣ କେଶ ଜରିଆରେ ନକାରାତ୍ମକତା ନିଜ ଆଡକୁ ଆମକୁ ଟାଣିଥାଏ। ତେଣୁ ମୁଣ୍ଡ ଢାଙ୍କିବା ଦ୍ୱରା ମନରେ ସକାରାତ୍ମକ ବିଚାର ଆସିଥାଏ।

Photo credit: greaves tour

– ଅନେକ ଲୋକ କେଶ ଝଡିବା ଏବଂ ରୂପି ସମସ୍ୟା ରହିଥାଏ। ଏମିତିରେ ପୂଜା ସମୟରେ ପୂଜା ସାମଗ୍ରୀରେ କେଶ କିମ୍ବା ରୂପି ପଡିଲେ ଅଶୁଦ୍ଧ ହୋଇଯାଏ। ତେଣୁ ପୂଜା କରିବା ସମୟରେ ମୁଣ୍ଡ ଢାଙ୍କିବା ଉଚିତ।

– ମୁଣ୍ଡ ଖୋଲା ରହିବା ଦ୍ୱାରା ଆକାଶୀୟ ବିଦ୍ୟୁତ ତରଙ୍ଗ ସିଧାସଳଖ ବ୍ୟକ୍ତି ଭିତରେ ପ୍ରବେଶ କରିଥାଏ। ଯାହା ଯୋଗୁଁ ମୁଣ୍ଡ ଦରଜ, ଆଖିରେ ସମସ୍ୟା ଇତ୍ୟାଦି ଦେଖିବାକୁ ମିଳେ। ଏଥିରୁ ବଞ୍ଚିବା ପାଇଁ ପୂଜା ସମୟରେ ମୁଣ୍ଡ ଢାଙ୍କିବା ଜରୁରୀ।

– ମୁଣ୍ଡ ଢାଙ୍କି ପୂଜା କରିବା ପଛରେ ବୈଜ୍ଞାନିକ କାରଣ ରହିଛି। ମୁଣ୍ଡ ଢାଙ୍କି ପୂଜାରେ ବସିଲେ ନିଆଁ ସଂସ୍ପର୍ଶରୁ ଶରୀରର ତାପମାତ୍ର ନିୟନ୍ତ୍ରିତ ରହିଥାଏ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

47 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago