ସ୍ପେଶାଲ

ଗାଡିରେ ବସି ଯାତ୍ରା କରିବା ସମୟରେ ନିଦ କାହିଁକି ଲାଗେ?

ଆପଣ କେବେ ଭାବିଛନ୍ତି ଏତେ ଜୋରସେ ହୋ ହାଲା ଭିତରେ ବି ଗାଡିରେ ବସି ଯାତ୍ରା କଲେ ନିଦ କାହିଁକି ଆସିଥାଏ। ଯେତେବେଳେ ଲୋକେ ଘରେ ରୁହନ୍ତି ସେତେବେଳେ ଶୋଇବା ପାଇଁ ବହୁତ ନିୟମ ବାହାର କରନ୍ତି। ଯେମିତିକି ଶୋଇବା ପାଇଁ ଭଲ ଚାଦର, ତକିଆ,ଗଦି। ଯାହାଦ୍ୱାରା ଭଲ ନିଦ ହୋଇପାରିବ ଓ ଶାନ୍ତିରେ ଶୋଇପାରିବେ। କିନ୍ତୁ ଘରେ ଟିକେ ବି ଆଓ୍ଵାଜରେ ଆମେ ଉଠିପଡନ୍ତି। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯେ ଯେତେବେଳେ ଆମେ କାର, ବସ୍‌ କିମ୍ବା ଟ୍ରେନରେ ବସନ୍ତି ସେତେବେଳେ ନିଦ ଲାଗିଥାଏ। ସେହି ସମୟରେ ନା ଭଲ ବିଛଣା ଥାଏ ନା ଲାଇଟ୍‌ ଅଫ୍‌ ଥାଏ ତଥାପି ଗାଡିରେ ବସି ଯାତ୍ରା କଲାବେଳେ ନିଦ ଆସିଯାଏ। କଣ ଆପଣଙ୍କୁ ବି ଏମିତି ଗାଡିରେ ବସି ଗଲାବେଳେ ନିଦ ଆସିଯାଏ। ତେବେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିନି ଯେ ଏମିତି କାହିଁକି ହୋଇଥାଏ। ଆଜି ଆମେ ଏ ଭିଡିଓରେ ନେଇଆସିଛୁ ଏହାର ଉତ୍ତର।

କାର କିମ୍ବା ଟ୍ରେନରେ ନିଦ ଆସିବାର ଅନେକ କାରଣ ରହିଛି। ଅନେକ ଲୋକ ଏହା ମାନନ୍ତି ଯେ ଯେତେବେଳେ ଆପଣ ଯାତ୍ରା କରନ୍ତି ସେତେବେଳେ ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ ମନ ଶାନ୍ତ ହେବା କାରଣରୁ ଆପଣଙ୍କୁ ଭଲ ନିଦ ଆସିଯାଏ। ଏହାସହିତ କୁହାଯାଏ ଯେ ପବନ ବାଜିବା କାରଣରୁ ନିଦ ଆସିଥାଏ।

ରକିଙ୍ଗ ସେନସେସନ୍‌ ବା ଢ଼ୁଳାଇବା ବି ଏହାର ଗୋଟେ କାରଣ। ଗାଡି ଯେହେତୁ ଗତିଶୀଳ ଥାଏ ତାହା ହଲିଥାଏ। ହଲିବା କାରଣରୁ ଢ଼ୁଳ ଆସିଥାଏ। ଆପଣ ଲକ୍ଷ୍ୟ କରିଥିବେ ଯେ ଛୋଟ ପିଲାଙ୍କୁ ହଲାଇଦେଲେ ସେମାନଙ୍କୁ ଜଲଦି ନିଦ ଆସିଯାଏ। ଆଉ ଯେତେବେଳେ ପିଲାକୁ ନିଦ ଆସିନଥାଏ, ସେତେବେଳେ ଛୁଆକୁ କୋଳକୁ ନେଇ ହଲାଯାଏ। ଯାହାଦ୍ୱାରା ଛୁଆକୁ ଜଲଦି ନିଦ ଆସିଯାଏ। ଠିକ୍‌ ଏମିତି ହିଁ ଯେତେବେଳେ ଗାଡିରେ ବସିବାବେଳେ ଆପଣଙ୍କ ବଡି ହାଲକା ହାଲକା ହଲିଥାଏ ତେଣୁ ଆପଣଙ୍କୁ ନିଦ ଆସିବା ଆରମ୍ଭ ହୋଇଥାଏ।

ତେବେ ଏଇଠି ପ୍ରଶ୍ନ ହଲିବା ଦ୍ୱାରା କାହିଁକି ଆସିଥାଏ ନିଦ? କାହିଁକିନା ଯେତେବେଳେଆପଣ ହାଲକା ହାଲକା ଗୋଟିଏ ଫ୍ଲୋରେ ହଲିଥାନ୍ତି, ତାକୁ ରକିଙ୍ଗ୍‌ ସେନସେସନ୍‌ କୁହାଯାଏ। ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଉପରେ ସେଙ୍କ୍ରୋନାଇଜିଙ୍ଗ୍‌ ଇଫେକ୍ଟ ପଡିଥାଏ ଏବଂ ଆପଣ ଧିରେ ଧିରେ ସ୍ଲିପିଙ୍ଗ ମୋଡକୁ ଚାଲିଯାଆନ୍ତି। ଏହାକୁ ସ୍ଲୋ ରକିଙ୍ଗ ବି କୁହାଯାଏ।

କୁହାଯାଏ ଯେ ଏହାଦ୍ୱାରା ମସ୍ତିଷ୍କ ବି ଶୋଇବା ପାଇଁ ଇଚ୍ଛା ପ୍ରକାଶ କରିଥାଏ ଏବଂ ଧିରେ ଧିରେ ନିଦ ଆସିଯାଏ। ଏହାବ୍ୟତୀତ ଏହାକୁ ନେଇ ଏକ ରିସର୍ଚ୍ଚ ମଧ୍ୟ କରାଯାଇଥିଲା। ଯେଉଁଥିରେ ଲୋକଙ୍କୁ ଅଲଗା ଅଲଗା ଭାବେ ବେଡରେ ଶୁଆଇଦିଆଗଲା, ଏଥିରେ ଏହା ସାମ୍ନାକୁ ଆସିଲା ଯେ ଝୁଲା ଭଳି ହଲୁଥିବା ବେଡରେ ଯେଉଁମାନେ ଶୋଇଥିଲେ ସେମାନଙ୍କୁ ଜଲଦି ନିଦ ଆସିଗଲା। ତେଣୁ ଖାସ୍‌ କରି ଏହିସବୁ କାରଣରୁ ହିଁ ଯାତ୍ରା ସମୟରେ ନିଦ ଆସିଯାଏ।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago