Categories: ସ୍ପେଶାଲ

କାହିଁକି ପ୍ରାଚୀନ କାଳରେ ସମସ୍ତେ ପିନ୍ଧୁଥିଲେ କଠଉ ? ବିଶ୍ବାସ ନୁହେଁ ଏହା ପଛରେ ରହିଛି ବିଜ୍ଞାନ

ପ୍ରାଚୀନ କାଳରେ ଲୋକମାନେ ପାଦରେ ଯୋତା ପରିବର୍ତ୍ତେ କଠଉ ପିନ୍ଧୁଥିଲେ । କେବଳ ସାଧୁ ସନ୍ଥ ନୁହଁନ୍ତି ସାଧାରଣ ଲୋକ ମଧ୍ୟ କଠଉ ପିନ୍ଧିବାକୁ ପସନ୍ଦ କରୁଥିଲେ । କିନ୍ତୁ ସମୟ ସାଥେ ସାଥେ ଏହା ଲୋପ ପାଇବାକୁ ବସିଲାଣି । ତଥାପି ଆଜିକାଲି ମଧ୍ୟ କିଛି ବୟୋଜ୍ଯେଷ୍ଠ ବ୍ଯକ୍ତି କଠଉ ପିନ୍ଧୁଥିବାର ନଜର ଆସୁଛନ୍ତି । ହେଲେ କଣ କାରଣ ହୋଇପାରେ ଚମଡା ତଥା ବିଭିନ୍ନ ପ୍ରକାର ଯୋତାର ପ୍ରଚଳନ ପରେ ମଧ୍ୟ ସେମାନେ କଠଉ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଯଦି ଆପଣ ଏହାର ଉତ୍ତର ଜାଣି ନାହାଁନ୍ତି ତେବେ ଚାଲନ୍ତୁ ନଜର ପକାଇବା ଏହା ପଛର କାରଣ କଣ ।

ପ୍ରଥମେ ଜାଣନ୍ତୁ ଏହା ପଛର କାରଣ ସମ୍ପୂର୍ଣ୍ଣ ବୈଜ୍ଞାନିକ । ପ୍ରାଚୀନ କାଳରେ ସାଧୁ ସନ୍ଥ ମାନଙ୍କୁ ଗୁରୁତ୍ବାକର୍ଷଣର ସିଦ୍ଧାନ୍ତ ବିଷୟରେ ପ୍ରଥମରୁ ଜଣାଥିଲା । ଯାହା ବିଷୟରେ ପରେ ବୈଜ୍ଞାନିକମାନେ କହିଥିଲେ । ବିଜ୍ଞାନ ଅନୁସାରେ ମଣିଷ ଶରୀରରେ ପ୍ରବାହିତ ବିଦ୍ଯୁତ୍ ତରଙ୍ଗ ଗୁରୁତ୍ବାକର୍ଷଣ କାରଣରୁ ପୃଥିବୀ ଦ୍ବାରା ଟାଣି ହୋଇଯାଇଥାଏ । ଯଦି ଏପରି ଲଗାତାର ଚାଲେ ତେବେ ଶରୀରରୁ ଜୈବିକ ଶକ୍ତି ଶେଷ ହୋଇ ଆସିଥାଏ  ।

ଏହି ଜୈବିକ ଶକ୍ତିର ସଂରକ୍ଷଣ ପାଇଁ ପ୍ରାଚୀନ କାଳରେ କଠଉ ପ୍ରଚଳିତ ଥିଲା । ଯେହେତୁ କଠଉ କାଠରେ ପ୍ରସ୍ତୁତ ହେଉଥିଲା ତେଣୁ ମଣିଷ ଶରୀରର ବିଦ୍ଯୁତ୍ ତରଙ୍ଗ ପୃଥିବୀ ଦ୍ବାରା ଅବଶୋଷିତ ହୋଇପାରୁନଥିଲା ।

ଆସନ୍ତୁ ଜାଣିବା କଠଉ ପିନ୍ଧିଲେ କ’ଣ ସବୁ ଫାଇଦା ମିଳେ

କଠଉ ଶସ୍ତା, ସୁନ୍ଦର ଏବଂ ଖୁବ୍ କମ୍ ପଇସାରେ ତିଆରି ହୋଇପାରେ ।

କଠଉ ପିନ୍ଧିବା ଦ୍ୱାରା ମେରୁଦଣ୍ଡର ହାଡ଼ ସିଧା ରହିଥାଏ। ଶରୀରର ମୁଦ୍ରା ମଧ୍ୟ ଠିକ୍‌ ରହେ।

କଠଉ ପାଦରେ ଆକ୍ୟୁପ୍ରେସରର କାମ କରେ। ଯାହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୁପେ ହୋଇଥାଏ ।

କଠଉ ତିଆରି କରିବା ପାଇଁ କୌଣସି ଜୀବଜନ୍ତୁଙ୍କର ହତ୍ଯା କରିବାକୁ ପଡି ନଥାଏ ।

କଠଉ ପିନ୍ଧିଲେ ପାଦକୁ ଥଣ୍ଡା ଲାଗେ ନାହିଁ ।

କଠଉ ଭାରତୀୟ ସଭ୍ଯତାର ପ୍ରତୀକ ଅଟେ । ଏହାକୁ ପିନ୍ଧିବା କୌଣସି ଲଜ୍ଜ୍ଯାଜନକ ବିଷୟ ହୋଇ ନଥାଏ ।

କଠଉ ପିନ୍ଧିବା ଦ୍ବାରା ଶରୀରର ମାଂସପେଶିକୁ ଆରାମ୍ ମିଳିଥାଏ । ଯାହା ଦ୍ବାରା ଆମ ଶରୀର ଓ ମସ୍ତିସ୍କ ଚାପଗ୍ରସ୍ତରୁ ରକ୍ଷା ପାଇଥାଏ ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

2 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

4 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

6 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

7 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

8 hours ago