କାଳିଆର ପ୍ରସାଦକୁ କାହିଁକି କୁହାଯାଏ ମହାପ୍ରସାଦ, ଜାଣନ୍ତୁ ରହସ୍ୟ

କେବଳ ଓଡିଆ କିମ୍ବା ହିନ୍ଦୁଙ୍କର ନୁହେଁ, ବରଂ ଜଗତର ନାଥ ବୋଲି ସେ ଜଗନ୍ନାଥ ।  ସେଥି ପାଇଁ ତାଙ୍କ ଦେଉଳ ‘ବଡ ଦେଉଳ’ ଦାଣ୍ଡ ‘ବଡ ଦାଣ୍ଡ’ ।  ଆଉ ପ୍ରସାଦ ହେଉଛି ‘ମହାପ୍ରସାଦ’ ।  ଯାହାର କାଣିଚାଏ ତୁଣ୍ଡରେ ଲାଗିଲେ ସାତ ଜନ୍ମର ପୂଣ୍ଯ ଲଭିଥାଏ ମଣିଷ ।  ସେଇଥିପାଇଁ ତାକୁ ବଢା ଯାଏ ନାହିଁ, ଚଣ୍ଡାଳ ହାତରୁ ବି ନିଏ ବ୍ରାହ୍ମଣ ।  ସେ ମହାପ୍ରସାଦର ମହାବୈଚିତ୍ରତାକୁ ନେଇ ଏଇ ସତ୍ବନ୍ତ୍ର ଉପସ୍ଥାପନ ।

ଯେକୌଣସିବି ତୀର୍ଥ ସ୍ଥାନରେ ମିଳୁ ଥିବା ପ୍ରସାଦକୁ ପ୍ରସାଦ ହିଁ  କୁହାଯାଇଥାଏ  ।  କିନ୍ତୁ  ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ତୀର୍ଥ ସ୍ଥାନରେ ମିଳୁଥିବା ପ୍ରସାଦକୁ ମହାପ୍ରସାଦ କୁହାଯାଏ ।  ଶ୍ରୀଜଗନ୍ନାଥ ମନ୍ଦିର ହିଁ ଏକ ମାତ୍ର ସ୍ଥାନ ଯେଉଁ ଠାରେ ତାଙ୍କ ପ୍ରସାଦକୁ ମହାପ୍ରସାଦ କୁହାଯାଏ ।  ଏବେ ଆସନ୍ତୁ ଜାଣିବା ଲୁଚି ରହିଥିବା ରହସ୍ୟ ।

ଏକଦା ଭଗବାନ ମହାପ୍ରଭୂ ବଲ୍ଲଭାଚାର୍ଯ୍ୟ ଏକାଦଶୀ ଉପବାସରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ ।  ମହାପ୍ରଭୁ ଶ୍ରୀଜଗନ୍ନାଥ ଚିନ୍ତା କଲେ ଏହି ଉପବାସରେ ବଲ୍ଲଭାଚାର୍ଯ୍ୟଙ୍କ ନିଷ୍ଠାର ପରିକ୍ଷା ନେବା ପାଇଁ  ।  ସେଥି ପାଇଁ, ଛଳନାରେ ଜଣଙ୍କ ହାତରେ ପ୍ରସାଦ ଦେଇ ବଲ୍ଲଭାଚାର୍ଯ୍ୟଙ୍କ ନିକଟକୁ ପଠାଇଲେ ।  ବଲ୍ଲଭାଚାର୍ଯ୍ୟ ପ୍ରସାଦ ପାଇବା ପରେ ଏହାକୁ ଦେଖି ଦେଖି ଦିନ ପରେ ରାତି କାଟିଦେଇଥିଲେ ।  ଏହାକୁ ଗ୍ରହଣ ନକରି ନିଷ୍ଠାର ସହ ବ୍ରତ ପାଳନ କରିଥିଲେ  ଏବଂ ଦ୍ବାଦଶୀ ଦିନ ଏହି ପ୍ରସାଦକୁ ସେବନ କରିଥିଲେ ।  ଏହି ଦିନ ପରଠୁ ପ୍ରସାଦକୁ ମହାପ୍ରସାଦ ରୂପରେ ସମସ୍ତେ ଜାଣିବାକୁ ପାଇଲେ ।  ଏହି ମହାପ୍ରସାଦ ରାନ୍ଧିବା ପାଇଁ ଶ୍ରୀମନ୍ଦିରରେ ୫୦୦ଜଣ ରୋଷେୟା ଓ ସହଯୋଗ ପାଇଁ ୩୦୦ଜଣ ସହଯୋଗୀ ନିଯୁକ୍ତ ଅଛନ୍ତି ।  ଆଉ ମଧ୍ୟ କୁହାଯାଏ ଏସବୁ ମା’ ଲକ୍ଷ୍ମୀଙ୍କ ଆଢୁଆଳରେ ହୋଇଥାଏ ।

 

Also read: ଭେନେଜୁଏଲାକୁ ନେଇ ଭବିଷ୍ୟବାଣୀ ହେଲା କି ସତ?, ନଷ୍ଟ୍ରାଡାମସ୍ ଓ ବାବା ଭେଙ୍ଗା ଦେଇଥିଲେ ସଙ୍କେତ