ହିନ୍ଦୁ ଧର୍ମରେ ଶରୀରର ଡାହଣ ପାର୍ଶ୍ବକୁ କାହିଁକି କୁହାଯାଏ ଶୁଭ ? ଜାଣନ୍ତୁ ଏହା ପଛର ରହସ୍ୟ

ଶରୀରର ଅଙ୍ଗକୁ ନେଇ ହିନ୍ଦୁ ଧର୍ମରେ ଭିନ୍ନ ଭିନ୍ନ ମାନ୍ୟତା ରହିଛି । ଖାସ୍ କରି ଶରୀରର ଡାହାଣ ଅଙ୍ଗକୁ ଶୁଭ ବୋଲି କୁହାଯାଏ । ଯଦି କୌଣସି ଶୁଭକାର୍ଯ୍ଯର ଶୁଭାରମ୍ଭ ହୁଏ ତେବେ ସର୍ବଦା ଡାହଣ ହାତରେ ହିଁ ଏହି ପରମ୍ପରା ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଏ । ପୂଜା ପାଠରେ ସର୍ବଦା ଶରୀର ଡାହଣ ଅଙ୍ଗର ହିଁ ସର୍ବପ୍ରଥମେ ବ୍ୟବହାର କରାଯାଏ । ଏହା ଆରତୀ ଏବଂ ହୋମ ପାଇଁ ମଧ୍ୟ ଡାହଣ ହାତର ବ୍ୟବହାର କରାଯାଏ । ଏହା ବ୍ୟତୀତ ଆମେ ଖାଦ୍ୟ ମଧ୍ୟ ଡାହଣ ହାତରେ ହିଁ ଖାଇଥାଉ । ହେଲେ କେବେ ଭାବିଛନ୍ତି ସର୍ବଦା ଡାହଣ ହାତ ହିଁ କାହିଁକି । ହିନ୍ଦୁ ଧର୍ମରେ ଶରୀରର ଡାହଣ ଅଙ୍ଗକୁ ହିଁ କାହିଁକି ଶୁଭ କୁହାଯାଏ । ଯଦି ଏହାର ଉତ୍ତର ଆପଣ ଜାଣିନାହାଁନ୍ତି ତେବେ ଆଜି ଆମେ ବିସ୍ତାର ଭାବରେ କହିବୁ ।

ardhanariswarଶାସ୍ତ୍ର ଅନୁଯାୟୀ, ମଣିଷର ବାମ ଅଙ୍ଗ ସ୍ତ୍ରୀଙ୍କ ପ୍ରତିନିଧିତ୍ବ କରିଥାଏ । ଏବଂ ଡାହଣ ଭାଗ ପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି । ଏହି ପ୍ରମାଣ ସ୍ବରୂପ ଆପଣ ଭଗବାନ ଶିବଙ୍କର ଅର୍ଦ୍ଧନାରୀଶ୍ବର ରୂପକୁ ଦେଖିପାରନ୍ତି । ଶିବଙ୍କର ଏହି ରୂପର ଡାହଣ ପଟରେ ସ୍ବୟଂ ଭଗବାନ୍ ଶଙ୍କର ଥିବାବେଳେ ବାମ ପଟେ ଅଛନ୍ତି ମାତା ପାର୍ବତୀ । ସେହିପରି ହିନ୍ଦୁ ଧର୍ମରେ ଭୋଜନ କରିବାକୁ ହୋମ ସହ ତୁଳନା କରାଯାଇଛି । କାରଣ ଶାସ୍ତ୍ର ଅନୁଯାୟୀ ଭୋଜନ ରୂପରେ ଆମେ ଶରୀର ହୱନ କରିଥାଉ । ସେଥିପାଇଁ ଡାହଣ ହାତରେ ହିଁ ଭୋଜନ କରାଯାଇଥାଏ ।

hindu mythologyପୁରାଣରେ ଡାହଣ ହାତରେ ସୂର୍ଯ୍ଯ ନାଡିର ପ୍ରତିନିଧିତ୍ବ କୁହାଯାଇଛି । ସେଥିପାଇଁ ଏହି ହାତରେ ଭୋଜନ କଲେ ଶରୀରକୁ ଅଧିକ ଉର୍ଜା ମିଳିଥାଏ । ଏହା ସହ ଭୋଜନ ଖୁବ୍ ଶୀଘ୍ର ପାଚନ ମଧ୍ୟ ହୋଇଥାଏ । ବାମ ହାତରେ ଭୋଜନ କଲେ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଭୋଜନ ପ୍ରାପ୍ତ ହୋଇନଥାଏ । ସେହିପରି ଡାହଣ ହାତରେ କୌଣସି ଶୁଭ କାର୍ଯ୍ଯ କଲେ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ । ତେଣୁ ସର୍ବଦା ଡାହଣ ହାତର ବ୍ୟବହାର ପାଇଁ ପରାମର୍ଶ ଦିଆଯାଏ , ଯାହା ଫଳରେ ଉର୍ଜାକୁ ଶରୀର ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.