ଜାଣିଛନ୍ତିକି ଭାରତୀୟ ନୋଟରେ କାହିଁକି ଥାଏ ବଙ୍କା ଲାଇନ

କିଛି ଲୋକଙ୍କର ମନରେ ଗୋଟେ ଇଚ୍ଛା ଥାଏକି ତାଙ୍କ ପାଖରେ ଦିନେ ନା ଦିନେ ଖୁବ ଧନ ଥିବ । ଆଉ ଏହି ଧନ ଦୌଲତ ନେଇ ତାଙ୍କ ଜୀବନ ଯେମିତି ସୁଖଶାନ୍ତିରେ କଟିବ । ଯଦି ଆପଣ କେବେ କୌଣସି ଭାରତୀୟ ନୋଟକୁ ଭଲରେ ଦେଖିଥିବେ ତେବେ ନିଶ୍ଚିତ ରୂପେ ଜାଣିପାରିଥିବେଯେ ଏହାର ସାଇଡରେ ଏକ ବଙ୍କା ଲାଇନ ଯାଇଛି  । କଣ ଆପଣ ଜାଣିଛନ୍ତି ନୋଟରେ ଏହି ଲାଇନ ଗୁଡିକ କାହିଁକି ଅଙ୍କା ଯାଇଥାଏ  । କିଛି ଲୋକଙ୍କର ତ ଧାରଣା ଥାଏକି ପ୍ରିଣ୍ଟିଂଗ ସମୟରେ ହୁଏତ ଏହି ଲାଇନ ଗୁଡିକ ଭୁଲରେ ଅଙ୍କା ହୋଇଯାଇଥିବ । ଯଦି ଆପଣ ବି ଏମିତି ଭାବୁଥାନ୍ତି ତେବେ ଜାଣିରଖନ୍ତୁକି ଏହା ଏକ ଭୁଲ ଧାରଣା  । କହିରଖୁଛୁକି ଏହି ଲାଇନ ନୋଟ ବାବଦରେ ଅନେକ ଜରୁରୀ ତଥ୍ୟ ଦେଇଥାଏ । ତେଣୁ କରି ୧୦୦ ରୁ ଆରମ୍ଭ କରି ୨୦୦
ପର୍ଯ୍ୟନ୍ତ ସମସ୍ତ ନୋଟରେ ଏକ ବଙ୍କା ଲାଇନ ଥାଏ । ଆସନ୍ତୁ ଏବିଷୟରେ ଆଉ ଟିକେ ଜାଣିବା।

Over 20 Lakh Notes Of Fake Indian Currency Seized From 2016-20

image credit: Outlook India

ଯଦି ଆପଣ ସମସ୍ତ ନୋଟ ଗୁଡିକୁ ଧ୍ୟାନରେ ଦେଖିବେ ତା ଜାଣିପାରିବେ କି ନୋଟର ମୂଲ୍ୟ ହିସାବରେ ଏହି ଲାଇନ ଗୁଡିକର ସଂଖ୍ୟା କମ ବେଶୀ ହେଉଛି । ପ୍ରକୃତରେ ଏହି ଲାଇନକୁ “ବ୍ଲିଡ଼ ମାର୍କ” ବୋଲି କୁହାଯାଇଥାଏ । ଏହି ମାର୍କ ବିଶେଷ ଭାବରେ ଦୃଷ୍ଟି ବାଧିତ ଲୋକଙ୍କ ପାଇଁ ହିଁ କରାଯାଇଥାଏ । ସେମାନେ ହାତରେ ସ୍ପର୍ଶ କରି ସହଜରେ ନିଜ ହାତରେ କେତେ ଟଙ୍କା ଧରିଛନ୍ତି ଜାଣି ପାରିବେ । ଖାସ ଏହି ମାନଙ୍କ ପାଇଁ ହିଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସମସ୍ତ ନୋଟରେ ଏହି ସବୁ ଲାଇନ ଟଣାଯାଇଛି । ଏହି କାରଣ ଯୋଗୁଁ ଭିନ୍ନ ଭିନ୍ନ ମୂଲ୍ୟର ନୋଟ ମାନଙ୍କରେ ଭିନ୍ନ ଭିନ୍ନ ସଂଖ୍ୟାରେ ଲାଇନ ଟଣା ଯାଇଥାଏ ।

୧୦୦ ଟଙ୍କିଆ ନୋଟର ଦୁଇ ପାଖରେ ୪ ଟି ଲେଖାଏଁ ଗାର ଟଣାଯାଇଛି । ଯାହାକୁ ଦେଖି ଜଣେ ସହଜରେ ବୁଝିପାରିବେଯେ ଏହା ଏକ ୧୦୦
ଟଙ୍କିଆ ନୋଟ । ଠିକ ସେହିପରି ୨୦୦ ଟଙ୍କିଆ ନୋଟର ଦୁଇ ପାଖରେ ଚାରୋଟି ଲେଖାଏଁ ଲାଇନ ରହିବା ସହିତ ଦୁଇ ଦୁଇଟି ଜିରୋ ଲାଗିଛି । ଯେବେକି ୫୦୦ ଟଙ୍କିଆ ନୋଟରେ ସର୍ବମୋଟ ପାଞ୍ଚଟି ଗାର ଥାଏ । ଆଉ ୨୦୦୦ ଟଙ୍କିଆ ନୋଟର ଦୁଇ ସାଇଡରେ ୭ ଟି ଲେଖାଏଁ ବଙ୍କା ଲାଇନ ଅଙ୍କା ଯାଇଥାଏ । ଏହି ଗାର ଗୁଡିକ ଜରିଆରେ ହିଁ ନେତ୍ରହୀନ ମାନେ ନୋଟକୁ ଠିକ ଭାବେ ଚିହ୍ନି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.