କାହିଁକି ଦୁଇ ଭାଗ ହୋଇଥାଏ ସାପଙ୍କର ଜିଭ ? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ ଏହି ଗଭୀର ରହସ୍ୟ !

ସାପକୁ ଦେଖିଲେ ସମସ୍ତଙ୍କର ଅକଲ ଗୁଡୁମ୍ ହୋଇଯାଏ। ଆପଣ ମଧ୍ୟ ନିଜ ଜୀବନରେ ଅନେକ ସାପ ଦେଖିଥିବେ ଏବଂ ଏତିକି ତ ଜାଣିଥିବେ ଯେ ସାପ ମାନଙ୍କର ଜିଭ ଦୁଇ ଭାଗ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କାହିଁକି ହୋଇଛି।
ସାପ ମାନଙ୍କର ଜିଭ ଦୁଇ ଭାଗରେ କଟା ଭଳି ହୋଇଥିବା କାରଣ ପଛରେ ଏକ ବଡ ରହସ୍ୟ ଲୁଚିକି ରହିଛି, ଯାହାର ଉଲ୍ଲେଖ ମହାଭାରତରେ ମିଳିଥାଏ। ମହର୍ଷି ବେଦବ୍ୟାସଙ୍କ ଦ୍ବାରା ଲେଖା ଯାଇଥିବା ମହାଭାରତରେ ସାପର ଜିଭକୁ ନେଇ ଜଡିତ ଥିବା ଏକ ବହୁତ ରୋଚକ କଥା ରହିଛି।
ମହାଭାରତ ଅନୁଯାୟୀ ମହର୍ଷି କଶ୍ୟପଙ୍କର ୧୩ ଜଣ ସ୍ତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ କଦ୍ରୁ ମଧ୍ୟ ଜଣେ। ନାଗ କଦ୍ରୁଙ୍କର ସନ୍ତାନ ଅଟନ୍ତି। ସେହିଭଳି ମହର୍ଷି କଶ୍ୟପଙ୍କର ଅନ୍ୟ ଜଣେ ପତ୍ନୀ ଥିଲେ ତାଙ୍କ ନାମ ବିନତା, ଯାହାଙ୍କର ପୁତ୍ର ହେଉଛନ୍ତି ପକ୍ଷୀରାଜ ଗରୁଡ। ଥରେ ମହର୍ଷି କଶ୍ୟପଙ୍କର ଦୁଇ ପତ୍ନୀ ବିନତା ଏବଂ କଦ୍ରୁ ଏକ ଧଳା ଘୋଡା ଦେଖିଲେ। ଏହାକୁ ଦେଖି କଦ୍ରୁ କହିଲେ ଯେ ଏହି ଘୋଡାର ଲାଞ୍ଜ କଳା ଅଟେ ଏବଂ ବିନତା କହିଲେ ଯେ ନାହିଁ ଏହାର ଲାଞ୍ଜ ଧଳା ଅଟେ। ଏହି କଥା ଉପରେ ଦୁଇ ଜଣ ସର୍ତ୍ତ ଲାଗାଇଲେ।
ସେତେବେଳେ କଦ୍ରୁ ନିଜ ପୁତ୍ର ନାଗକୁ କହିଲେ ଯେ ସେ ନିଜର ଆକାର ଛୋଟ କରି ଘୋଡାର ଲାଞ୍ଜରେ ଗୋଡେଇ ହୋଇଯାଉ, ଯାହା ଦ୍ବାରା ଘୋଡାର ଲାଞ୍ଜ କଳା ଦେଖାଯିବ ଏବଂ ସେ ସର୍ତ୍ତ ଜିତିଯିବେ। ଏହି ସମୟରେ କିଛି ନାଗ ପୁତ୍ର ଏମିତି କରିବା ପାଇଁ ମନା କରିଦେଲା। ସେତେବେଳେ କଦ୍ରୁ ନିଜ ପୂତ୍ରଙ୍କୁ ହିଁ ଅଭିଶାପ ଦେଇଦେଲେ ଯେ ତୁମେ ରାଜା ଜନ୍ମଞ୍ଜୟଙ୍କ ଯଜ୍ଞରେ ଭଷ୍ମ ହୋଇଯିବ। ଅଭିଶାପ କଥା ଶୁଣି ସବୁ ନାଗ ପୁତ୍ର ନିଜର ମାତାଙ୍କ କହିବାନୁଯାୟୀ ସେ ଧଳା ଘୋଡାର ଲାଞ୍ଜରେ ଗୋଡାଇ ହୋଇଗଲେ, ଯାହା ଦ୍ବାରା ସେହି ଘୋଡାର ଲାଞ୍ଜ କଳା ଦେଖିବାକୁ ଲାଗିଲା।
ଏହା ସହ ପଢ଼ନ୍ତୁ : ସୃପଣଖା ମଧ୍ୟ ଚାହୁଁଥିଲେ ନିଜ ଭାଇ ରାବଣର ସର୍ବନାଶ, ଜାଣନ୍ତୁ ରାମାୟଣକୁ ନେଇ ଏହି ଅଜଣା କଥା. . .
ଶର୍ତ୍ତ ହାରିବା କାରଣରୁ ବିନତା କଦ୍ରୁଙ୍କର ଦାସୀ ହୋଇଗଲେ। ଯେତେବେଳେ ବିନତାଙ୍କ ପୂତ୍ର ଗରୁଡଙ୍କୁ ଏହି କଥାର ସୂଚନା ମିଳିଲା ଯେ ତାଙ୍କ ମା’ ଦାସୀ ହୋଇଯାଇଛନ୍ତି। ତେବେ ସେ କଦ୍ରୁ ଏବଂ ତାଙ୍କ ନାଗ ପୁତ୍ରଙ୍କୁ ପଚାରିଲେ ଯେ ଏମିତି କେଉଁ ବସ୍ତୁ ଆଣିକି ଦେଲେ ମୋ ମା‘ ତୁମ ଦାସତ୍ବରୁ ମୁକ୍ତି ପାଇବେ। ଏହା ଶୁଣି ନାଗ ପୁତ୍ର ମାନେ କହିଲେ ଯେ ତୁମେ ଆମକୁ ସ୍ବର୍ଗରୁ ଅମୃତ ଆଣିକି ଦେଲେ ଆମେ ତୁମ ମା’କୁ ଦାସତ୍ବରୁ ମୁକ୍ତି ପାଇବେ।
ନାଗପୁତ୍ରଙ୍କ କହିନାଯାୟୀ ଗରୁଡ ସ୍ବର୍ଗରୁ ଅମୃତ କଳସ ନେଇ ଆସିଲେ ଏବଂ ସେହି କଳସକୁ କୁଶ ଘାସ ଉପରେ ରଖିଦେଲେ। ଗରୁଡ ସବୁ ନାଗଙ୍କୁ କହିଲା ଯେ ଅମୃତ ପିଇବା ପୂର୍ବରୁ ପ୍ରଥମେ ସମସ୍ତେ ସ୍ନାନ କରିକି ଆସ। ଗରୁଡଙ୍କ କଥାକୁ ସମସ୍ତେ ମାନି ସ୍ନାନ କରିବାକୁ ଚାଲିଗଲେ, କିନ୍ତୁ ସେହି ସମୟରେ ଦେବରାଜ ଇନ୍ଦ୍ର ସେଠାକୁ ଆସି ଅମୃତ କଳସକୁ ସ୍ବର୍ଗକୁ ନେଇଗଲେ।
ନିଶ୍ଚୟ ପଢ଼ନ୍ତୁ : କାହା ଅଭିଶାପରୁ ଅଯୋଧ୍ୟା ଫେରିବା ପରେ ବି ଶ୍ରୀରାମ ପତ୍ନୀ ସୀତାଙ୍କୁ ପୁଣି ହରାଇଥିଲେ, ଜାଣନ୍ତି କି ?
ଯେତେବେଳେ ସବୁ ନାଗ ସ୍ନାନ ସାରି ଆସିଲେ ଦେଖିଲେ ତ କୁଶ ଘାସ ଉପରେ ଅମ୍ରୁତ କଳସ ନାହିଁ। ଏହାଦେଖି ସାପ ମାନେ ସେହି ଘାସକୁ ହିଁ ଚାଟିବାକୁ ଲାଗିଲେ, ଯେଉଁଠି ଅମ୍ରୁତ କଳସ ରଖା ଯାଇଥିଲା। ସେମାନଙ୍କୁ ଲାଗୁଥିଲା ଯେ ଅମ୍ରୁତର କିଛି ଅଂଶ ନିଶ୍ଚୟ ପଡିଥିବ। ଏମିତି କରିବା ଦ୍ବାରା ସେମାନଙ୍କୁ ଅମ୍ରୁତ ପ୍ରାପ୍ତି ତ ହେଲା ନାହିଁ, କିନ୍ତୁ ଘାସ କାରଣରୁ ତାଙ୍କର ଜିଭ ଦୁଇ ଅଂଶରେ ଭାଗ ହୋଇଗଲା।