ସୂର୍ଯ୍ୟଦେବ କାହିଁକି ଜାଳିଦେଇଥିଲେ ପୁତ୍ର ଶନିଦେବଙ୍କ ଘର, ପଢନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ମକର ସଂକ୍ରାନ୍ତି ପର୍ବକୁ ଅନେକ ସ୍ଥାନରେ ୧୫ ଜାନୁଆରୀରେ ମଧ୍ୟ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ ହୋଇସାରିଛି। ମକର ରାଶିର ସ୍ୱାମୀ ଶନି ଦେବ। ମକର ସଂକ୍ରାନ୍ତି ପର୍ବ ସହିତ ଶନି ଦେବଙ୍କର ସଂଯୋଗ ରହିଛି। ସଂକ୍ରାନ୍ତି ଠାରୁ ଆସନ୍ତା ଗୋଟେ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କ ସାଥିରେ ରୁହନ୍ତି। ମାନ୍ୟତା ରହିଛି ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନିଜ ପୁତ୍ରକୁ ଭେଟିବାକୁ ଆସନ୍ତି। କୁହାଯାଏ ଯେ ଏହିଦିନ ସୂର୍ଯ୍ୟଦେବ ଶନି ଦେବଙ୍କୁ ଗୋଟେ ବରଦାନ ଦେଇଥିଲେ। ତେବେ ଆସନ୍ତୁ ଆଗରେ ଜାଣିବା ପୌରାଣିକ କଥା।

ସୂର୍ଯ୍ୟ ଦେବଙ୍କୁ ମିଳିଥିଲା ଅଭିଶାପ

ଶନି କଳା ହେବା ପଛରେ କାରଣ ହେଉଛି ତାଙ୍କ ପିତା ସୂର୍ଯ୍ୟ। କାହିଁକିନା ସୂର୍ଯ୍ୟଦେବ ତାଙ୍କୁ ପସନ୍ଦ କରୁନଥିଲେ। ଯେଉଁ କାରଣରୁ ସେ ଶନିଙ୍କୁ ତାଙ୍କ ମାତା ଛାୟାଙ୍କ ଠାରୁ ଅଲଗା କରିଦେଇଥିଲେ। ଏଥିରେ ଦୁଃଖୀ ହୋଇ ଛାୟା ସୂର୍ଯ୍ୟଦେବଙ୍କୁ କୁଷ୍ଠ ରୋଗର ଅଭିଶାପ ଦେଇଥିଲେ। ଯାହାପରେ ସୂର୍ଯ୍ୟ କୁଷ୍ଠ ରୋଗରେ ପୀଡିତ ହୋଇଗଲେ। ସୂର୍ଯ୍ୟଦେବଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଯମରାଜ ନିଜର ତପ ଦ୍ୱାରା ସୂର୍ଯ୍ୟଦେବଙ୍କୁ ସୁସ୍ଥ କରିଥିଲେ।

ସୂର୍ଯ୍ୟ ଦେବ ଜଳାଇଦେଇଥିଲେ ଶନି ଦେବଙ୍କ ଘର

କୁଷ୍ଠ ରୋଗରୁ ମୁକ୍ତି ହେବା ପରେ ସୂର୍ଯ୍ୟଦେବ କ୍ରୋଧିତ ହୋଇ ଶନି ଏବଂ ଛାୟାଙ୍କ ଘର କୁମ୍ଭକୁ ଜଳାଇଦେଇଥିଲେ। ଯେଉଁ କାରଣରୁ ଛାୟା ଏବଂ ଶନି ଦେବ ବହୁତ ଦୁଃଖିତ ହେଲେ। ସେହିପରି ଅନ୍ୟପଟେ ଯମରାଜ ସୂର୍ଯ୍ୟଦେବଙ୍କୁ ଛାୟା ଏବଂ ଶନିଦେବଙ୍କ ସହ ଏପରି ନକରିବାକୁ ପରାମର୍ଶ ଦେଲେ। ଯାହାପରେ ସୂର୍ଯ୍ୟ ଦେବଙ୍କ କ୍ରୋଧ ଶାନ୍ତ ହେଲା। ଏହାପରେ ଗୋଟେ ଦିନ ସୂର୍ଯ୍ୟଦେବ ଶନି ଏବଂ ଛାୟାଙ୍କ ଘରକୁ ଗଲେ।

ଶନିଦେବଙ୍କୁ ମିଳିଲା ବରଦାନ

ସୂର୍ଯ୍ୟଦେବ ଦେଖିଲେ ଯେ ଶନି ଏବଂ ଛାୟାଙ୍କ ଘର ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଛି। ଶନି ଦେବଙ୍କ ଘର କେବଳ କଳା ରାଶି ହିଁ ପଡିଥିଲା। ଏମିତି ପରିସ୍ଥିତିରେ ଶନିଦେବ କଳା ରାଶିରେ ହିଁ ନିଜ ପିତାଙ୍କୁ ସ୍ୱାଗତ କଲେ। ଏହା ଦେଖି ସୂର୍ଯ୍ୟଦେବ ପ୍ରସନ୍ନ ହେଲେ, ଏବଂ ଦ୍ୱିତୀୟ ଘର ମକର ପ୍ରଦାନ କଲେ। ଏହାସହିତ ଏହା ବରଦାନ ବି ଦେଲେ ଯେ ଯେତେବେଳେ ସେ ମକର ସଂକ୍ରାନ୍ତିରେ ମକର ରାଶିରେ ପ୍ରବେଶ କରିବେ ସେତେବେଳେ ତାଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ଯେଉଁ ବି ବ୍ୟକ୍ତି ଏହି ଦିନ କଳା ରାଶିରେ ସୂର୍ଯ୍ୟଦେବଙ୍କୁ ପୂଜା କରିବେ, ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ।