କାହିଁକି ଟ୍ରେନର ଆଗରେ ଓ ପଛରେ ହିଁ ଥାଏ ଜେନେରାଲ ବଗି, ମଝିରେ କାହିଁକି ନଥାଏ ଜାଣନ୍ତୁ

ଟ୍ରେନ୍ ଯାତ୍ରାରେ ଅନୁଭୂତି ବହୁତ ନିଆରା। ଆପଣଙ୍କର ବି ଟ୍ରେନ୍ ଯାତ୍ରାର ଅନୁଭୂତି ଥିବ ଏବଂ ଆପଣ ଅନେକ ଥର ଯାତ୍ରା ମଧ୍ୟ କରିଥିବେ। ତେବେ ଆପଣଙ୍କର ଏହି ଯାତ୍ରା କାଳ ମଧ୍ୟରେ କେବେ ଆପଣଙ୍କ ଦେଖିଛନ୍ତି କିମ୍ବା ଆପଣଙ୍କ ମନକୁ ଏମିତି କେବେ ପ୍ରଶ୍ନ ଆସିଛି ଯେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ କାହିଁକି? ଏହି ଜେନରାଲ ବଗି ମଝିରେ କାହିଁକି ନଥାଏ?

ଉତ୍ତର ଜଣାଇବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶନିବାର ଜଣେ ବ୍ୟକ୍ତି ଟୁଇଟ କରି ଏହି ଘଟଣାରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ରେଳବାଇକୁ ଆକ୍ଷେପ କରି କହିଥିଲେ, ‘୨୪ ବଗି ବିଶିଷ୍ଟ ଟ୍ରେନରେ ମାତ୍ର ଦୁଇଟି ବଗି ଜେନରାଲ। ଆଉ ଏହି ଦୁଇଟିକୁ ଟ୍ରେନର ଆଗରେ ଏବଂ ପଛରେ ଲଗାଯାଇଥାଏ କାହିଁକି ? କାରଣ ଯଦି କେବେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୁଏ ତେବେ କଣ ଖାଲି ଗରିବ ‌ଲୋକ ହିଁ ମରିବେ।’

train ticketଏହି ବ୍ୟକ୍ତିଙ୍କ ଟୁଇଟର ସୁନ୍ଦର ଜବାବ ଦେଇଥିଲେ ଭାରତୀୟ ରେଳ ସେବା ଅଧିକାରୀଙ୍କ ସଞ୍ଜୟ କୁମାର। ତେବେ ଏହାର କାରଣ ସ୍ପଷ୍ଟ କରିବା ପୂର୍ବରୁ ଯୁବକଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ପ୍ରଶ୍ନ କରିବା ଭଲ, କିନ୍ତୁ ଏପରି କମେଣ୍ଟ କରିବା ଠିକ୍ ନୁହେଁ।’ ରେଲୱେ ଅଧିକାରୀ ଜଣକ କହିଲେ, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ର ଆଗ ଓ ପଛରେ ଜେନେରାଲ ବଗି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରଯାଇଛି। ଜେନେରାଲ କୋଚରେ ସାଧାରଣତଃ ଅଧିକ ଭିଡ ଥାଏ। ଥରେ ଚିନ୍ତା କରନ୍ତୁ, ଯଦି ଏହି ଡବା ଟ୍ରେନ୍‌ର ମଧ୍ୟ ଭାଗରେ ରହିବ ତେବେ ପୁରା ପ୍ଲାଟଫର୍ମ ଯାତ୍ରୀଙ୍କ ବୋର୍ଡ-ଡିବୋର୍ଡ ପାଇଁ କେତେ ଜାମ ହେବ ! ଟ୍ରେନ୍‌ର ଆଗ ଓ ପଛ ବଗିକୁ ଯିବା ଯାତ୍ରୀଙ୍କୁ କଷ୍ଟକର ହୋଇ ପଡ଼ିବ।

ଟ୍ରେନ୍‌ର ଆଗ ଏବଂ ପଛରେ ଜେନରାଲ ବଗି ଲାଗିବାର ମୁଖ୍ୟ କାରଣ ହେଉଛି, ପ୍ଲାଟଫର୍ମରେ ଯାତ୍ରୀ ଭିଡ କଣ୍ଟ୍ରୋଲ କରିବା। ଏପରି ହେବା ଦ୍ୱାରା ଭିଡ ଦୁଇ ଭାଗରେ ବିଭକ୍ତ ହୋଇଯାଏ। ପ୍ଲାଟ୍‌ଫର୍ମର ମଝି ଭାଗ ଖାଲି ରହିବ। ଏପରି ହେବା ଦ୍ୱାରା ବିପଦକାଳୀନ ସ୍ଥିତିରେ ଲୋକଙ୍କୁ ବଞ୍ଚାଇବା, ଟ୍ରେନ୍‌ରୁ ବାହାର କରି ଆଣିବା ଏବଂ ସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.