ଜାଣନ୍ତୁ, ଗଛରେ କରା ଯାଇଥିବା ନାଲି ଓ ଧଳା ରଙ୍ଗର ରହସ୍ୟ

ଆମେ ପ୍ରତ୍ୟେକ ଦିନ ରାସ୍ତାରେ ଯିବା ଆସିବା କରିବା ସମୟରେ ବହୁତ୍ କିଛି ଅଜବ ଜିନିଷ ଦେଖିଥାଉ କିନ୍ତୁ ଏହା ବିଷୟରେ କେବେହେଲେ ଜାଣିବାକୁ ଚେଷ୍ଟା କରି ନଥାଉ । ନିଜ ନିଜ ଯାତ୍ରାରେ ଯିବା ସମୟରେ ଆପଣ ମାନେ ଦେଖି ଥିବେ ରାସ୍ତାରେ ଲାଗିଥିବା ଗଛର ମୂଳରେ ନାଲି ଓ ଧଳା ରଙ୍ଗ । କିନ୍ତୁ କାହିଁକି ଏମିତି କରାଯାଏ ଏହା ଆପଣଙ୍କୁ ଜଣା ହିଁ ନଥିବ ।

ନାଲିରଙ୍ଗ ଓ ଧଳାରଙ୍ଗ ପଛରେ ଥିବା ରହସ୍ୟ :

• ଗଛର ଫାଟ ଲୁଚାଇବା ପାଇଁ ଏହା ଦେହରେ ରଙ୍ଗ ଦିଆଯାଇଥାଏ । ଦେଖାଯାଏ ଗଛ ଭିତରେ ପୋକ ନିଜର ସ୍ଥାନ ବିସ୍ତାର କରିଥାନ୍ତି ଯାହା ଫଳରେ ଗଛ ଖୁବ୍ ଶୀଘ୍ର ଦୁର୍ବଳ ହୋଇଯାଏ । ରଙ୍ଗ ଦିଆଯିବା ଦ୍ବାରା ଗଛଟିର ଶରୀର ଖରାପ ହେବାରୁ ରକ୍ଷା ପାଇଥାଏ ।

• ଯଦି କୌଣସି କାରଣରୁ ଗଛର ଦେହ ଭାଙ୍ଗିବା ଉପରେ ଥାଏ ତ’ ସେହି ସମୟରେ ଗଛରେ ରଙ୍ଗ ଦିଆଯାଇଥାଏ । ଏହି ପ୍ରକାରରେ ଗଛର ଦେହକୁ ରଙ୍ଗଲଗାଇ ହାଇଲାଇଟ୍ କରିଯାଏ ।

• ନୂତନ ଗଛ ଲଗାଇବା ଠାରୁ ବହୁତ ଭଲ ପୂରୁଣା ଗଛର ଜୀବନ ବଂଚାଇବା । ତେଣୁ ଗଛରେ ରଙ୍ଗ କରାଯାଇ ଏହାକୁ ବଂଚାଇବାର ପ୍ରୟାସ କରାଯାଏ ।

• ଆମ ଦେଶର ଗଛ ମାନଙ୍କରେ ରଙ୍ଗଲଗାଇବା କାମ ବନ ବିଭାଗଙ୍କର ହୋଇଥାଏ । ଗଛ ବଣରେ ଥାଉ କି ସହରର କୋଠିବି ଥାଉ ଏ କାର୍ୟ୍ୟ କେବଳ ବନ ବିଭାଗ ହିଁ କରିଥାଏ ।

• ଗଛରେ ରଙ୍ଗ କରିବା ଦ୍ବାରା ଗଛର ଆୟୂସ ବଢିଥାଏ । ଗଛରେ ରଙ୍ଗ ଲାଗାଯିବାର ଫାଇଦା ଏହା ବନ ବିଭାଗର ସୁରକ୍ଷା ନଜରରେ ରହି ପାରିଥାଏ । ଏହି ପ୍ରକାରରେ ଗଛର ମଧ୍ୟ ସୁରକ୍ଷା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.