ବାଘ ଶରୀରରେ କାହିଁକି ଥାଏ କଳା କଳା ପଟି, ଜାଣନ୍ତୁ ଏହାସହ ଜଡିତ ଅନେକ ରୋଚକ କଥା

ବାଘ ତ ଆପଣ ଦେଖିଥିବେ। ଫଟୋରେ ଦେଖିଥିବେ କିମ୍ବା ଭିଡିଓରେ। ନଚେତ କୌଣସି ଉଦ୍ୟାନରେ। ବାଘକୁ ଆପଣ ଦେଖିବା ସମୟରେ ନିହାତି ଲକ୍ଷ୍ୟ କରିଥିବେ ଯେ ବାଘର ଶରୀରରେ ଥିବା କଳା କଳା ଗାର। ଯାହା ବାଘକୁ ଅଧିକ ଆକର୍ଷିତ କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ବାଘ ଶରୀରରେ ଥିବା ଏହି ପଟି ସବୁ କାହିଁକି ଏମିତି ପଡିଥାଏ। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ବାଘ ଶରୀରରେ ଯେଉଁ ପଟି ପଡିଛି ତାହା ବିଷୟରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଯେଉଁଭଳି ଭାବେ ମଣିଷଙ୍କର ଫିଙ୍ଗରପ୍ରିଣ୍ଟ ତାଙ୍କୁ ଅଲଗା ଓ ବିଶେଶ କରିଥାଏ। ସେହିଭଳି ଭାବେ ସବୁ ବାଘଙ୍କ ଶରୀରରେ ଥିବା ଏହି ପଟି ବା ଗାର ମଧ୍ୟ ଅଲଗା ଅଲଗା ହୋଇଥାଏ।

ପ୍ରାକୃତିକ ବିଜ୍ଞାନ ଅନୁଯାୟୀ ବାଘଙ୍କ ଉପରେ ଥିବା ଏହି ଚିତ୍ର ବିଚିତ୍ର ଚିହ୍ନ ସେମାନଙ୍କୁ ନିଜ ଶିକାର ଖୋଜିବା ପାଇଁ ସାହାଯ୍ୟ କରିଥାଏ। ତେବେ ଆଜି ଏହି ଭିଡିଓରେ ଜାଣିବା ବାଘ ଶରୀରରେ ଥିବା ଏହି ପଟି ସହ ଜଡିତ କିଛି ରୋଚକ ତଥ୍ୟ।

ଜୀବମାନଙ୍କ ଆକାର, ରଙ୍ଗ ଏବଂ ରୂପରେ ବହୁତ ଅଧିକ ବିବିଧତା ରହିଛି। ଆଉ ଏହି ଜୀବଙ୍କ ଖାସ ଏବଂ ତାଙ୍କର ରଙ୍ଗ ସଂଯୋଜନ ତାଙ୍କ ଅସ୍ତିତ୍ୱକୁ ରକ୍ଷା କରିବାରେ ସହାୟତା କରିଥାଏ। ଏମିତି ହିଁ ଏକ ଜୀବ ହେଉଛି ବାଘ, କଣ ଆପଣ କେବେ ମନରେ ଏ ଭାବନା ଆଣିଛନ୍ତି ବାଘ ଶରୀରରେ ଏହି କଳା ପଟି କାହିଁକି ଥାଏ? ଏହି ପଟି ଗୁଡିକର ଗୁରୁତ୍ୱ କଣ ରହିଥାଏ? ଏସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଏ ଭିଡିଓରେ ଜାଣିବା।

baghaବାଘ ନିଜ ଶିକାରକୁ ଆକ୍ରମଣ କରିବାରେ ଏହା ବହୁତ ସହାୟକ କରେ। ବାଘ ସକାଳୁ ସକାଳୁ ସଚେତ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ହେବା ପରେ ଶିକାର କରିଥାଏ। ଏହି ସମୟରେ କମ୍‌ ଆଲୋକ ଥାଏ, ସେଥିପାଇଁ ଶିକାରକୁ ବାଘ ଦେଖାଯାଏନାହିଁ। ଯେଉଁଥିପାଇଁ ବାଘକୁ ବହୁତ ଫାଇଦା ମିଳିଥାଏ। ବାଘ ତେଣିକି ସୁଖିଲା ଘାସ ପଡିଆରେ ଥାଉ ଅବା ଜଙ୍ଗଲରେ ରହିଥାଉ, ତାର ଗଭୀର ନାରଙ୍ଗୀ ରଙ୍ଗ ଉପରେ ଥିବା କଳା ପଟି ବାଘକୁ ଲୁଚି ଛପି ଶିକାର କରିବାରେ ବହୁତ ସାହାଯ୍ୟ କରେ।

ଜଙ୍ଗଲରେ ବାଘ ସିଂହ ଭଳି ସମୂହରେ ଆସି ଶିକାର କରେନାହିଁ କି ବାଘଙ୍କ ପାଖରେ ଚିତା ଭଳି କ୍ଷୀପ୍ର ଗତିରେ ଦୌଡିବାର କ୍ଷମତା ରହିଛି। ଏମାନେ ଏମିତି ଶିକାରୀ ଜୀବ, ଯେଉଁମାନେ ଲୁଚି ଲୁଚି ଛଳନା କରି ଶିକାରକୁ ଶିକାର କରନ୍ତି। ଏହି ପଟି ଛଅ ପ୍ରଜାତିରେ ଅଲଗା ଅଲଗା ରହିଥାଏ।

ହରିଣ ସହିତ ଅନେକ ଅନ୍ୟ ଜୀବ ଜନ୍ତୁ ମଧ୍ୟ ସବୁ ପ୍ରକାର ରଙ୍ଗକୁ ଚିହ୍ନି ପାରନ୍ତିନାହିଁ। ଏହି ଜୀବଜନ୍ତୁ ମାନେ ବାଘ ଶରୀରରେ ଥିବା ଚକଚକ ନାରଙ୍ଗୀ ରଙ୍ଗକୁ ଚିହ୍ନି ପାରନ୍ତିନାହିଁ। ସେମାନଙ୍କ ପାଇଁ ବାଘର ରଙ୍ଗ ସବୁଜ ରଙ୍ଗ ତେଣୁ ବାଘ ଘଞ୍ଚ ଜଙ୍ଗଲରେ ଲୁଚିଗଲେ ବି ଅନ୍ୟ ଜୀବଜନ୍ତୁ ଜାଣିପାରନ୍ତିନାହିଁ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବାଘ ଶରୀରରେ ଥିବା ଏହି ପଟି ର ପାଖାପାଖି ଜାଗାରେ କେବଳ ତାଙ୍କ କେଶ ହିଁ କଳା ହୋଇନଥାଏ, ବରଂ ଏହି ସବୁ ଜାଗାର ତ୍ୱଚା ବି କଳା ହୋଇଥାଏ। ଏହି ଧାର ବା ପଟିର ଚିହ୍ନ ସବୁ ବାଘଙ୍କର ଅଲଗା ଅଲଗା ।ରହିଥାଏ। ଏହାଦ୍ୱାରା ବନବିଭାଗ ଲୋକଙ୍କୁ ସେମାନଙ୍କ ରଙ୍ଗ ଚିହ୍ନିବାରେ ସହଜ ହୋଇଥାଏ। ଏହାଦ୍ୱାରା ମଧ୍ୟ ଜନଗଣନା କରିବାରେ ସାହାଯ୍ୟ ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.