ଶ୍ରୀକୃଷ୍ଣ ଜନ୍ମ ଯେଉଁ ସମୟରେ ହୋଇଥିଲା, ସେହି ସମୟରେ ହିଁ ମଥୁରା ନରେଶ କଂସଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥିଲା। ଶ୍ରୀହରି ବିଷ୍ଣୁଙ୍କ ସର୍ବକାଳଜୟୀ ଅଷ୍ଟମ ଅବତାରର ଜନ୍ମକୁଣ୍ଡଳୀ ଅଧ୍ୟନ ପରେ ଏହା ଆପଣ ଜାଣିପାରିବେ। ବସୁଦେବ ଏବଂ ଦେବକୀଙ୍କ ପୁତ୍ରଙ୍କ ଜନ୍ମ ଦ୍ବାପର ଯୁଗରେ ଭାଦ୍ରପଦ କୃଷ୍ଣ ଅଷ୍ଟମୀ ମଧ୍ୟ ରାତ୍ରିରେ ହୋଇଥିଲା। ଏହି ସମୟରେ ଚନ୍ଦ୍ରମା ରୋହିଣୀ ନକ୍ଷତ୍ରରେ ବିଦ୍ଯମାନ ହୋଇ ଆଶୀଷ ସ୍ବରୂପ ପୃଥିବୀ ଉପରେ ପଡିଥିଲେ । ଚନ୍ଦ୍ରଙ୍କ କିରଣ ଏପରି ବସୁଧା ଉପରେ ପଡୁଥିଲା, ଯେପରି ସମସ୍ତ ପାପ ସମାପ୍ତ ହୋଇଯିବ।
ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରୁଥିଲା । ପ୍ରକୃତିରାଣୀ ଉନ୍ମାଦିତ ହୋଇ ପଡ଼ିଥିଲେ । ସତେ ଯେମିତି କି ପୃଥିବୀ ପୃଷ୍ଟରେ ସର୍ବଶ୍ରେଷ୍ଠ ସମୟର ଆଗମନ ହୋଇଛି । ଖୁସିରେ ଭାବବିହ୍ବଳ ହୋଇପଡିଛି ପୃଥିବୀ ରାଣୀ । ଆଉ କଂସକୁ ନିଜ ଭୟଙ୍କର ଗର୍ଜନ କରି ଚେତେଇ ଦେଉଛି କି, ତୋ କାଳ ଆସିଗଲା ବୋଲି ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବୃଷ ଲଗ୍ନରେ ହୋଇଥିଲା। ଜାତକରେ ସୂର୍ଯ୍ଯ ଏବଂ ଚନ୍ଦ୍ର ପୂର୍ଣ୍ଣ ପ୍ରବଳତାରେ ଉପସ୍ଥିତି ରହିଥିଲେ। ଯାହା ସ୍ପଷ୍ଟ ସଂକେତ ଥିଲା କି, ଶ୍ରୀକୃଷ୍ଣ ମାତା-ପିତାଙ୍କ କଷ୍ଟ ଲାଘବ କରିବାକୁ ଆସିଛନ୍ତି । ଏହା ସହିତ କଂସ ବଧ ଘଟଣା ତିନି ଲୋକରେ ଗୁଂଜରିତ ହୋଇଥିଲା। ଶ୍ରୀକୃଷ୍ଣ ଏବଂ କଂସଙ୍କ ନାମରାଶି ମଧ୍ୟ ରାମ-ରାବଣ ଭଳି ସମାନ ରହିଥିଲା। ଯାହା ଘୋର ଶତ୍ରୁତା କିମ୍ବା ମିତ୍ରତାକୁ ବୁଝାଇଥାଏ। ଦୁଇଟି ଯାକ ସ୍ଥିତିରେ ଅନ୍ୟାୟ ଉପରେ ନ୍ୟାୟ ବିଜୟ ହେବାର ସ୍ପଷ୍ଟ ବର୍ଣ୍ଣନା ମିଳିଥାଏ।
ଶ୍ରୀକୃଷ୍ଣ କୁଣ୍ଡଳୀରେ ଗୁରୁ ଉଚ୍ଚ ରହିଥିଲେ। ପରାକ୍ରମ ଭାବରେ ବିରାଜିତ ଥିଲେ। ମହାପରାକମ୍ରୀ ହୋଇ ମଧ୍ୟ ସେ ଯୁଦ୍ଧରେ ଅସ୍ତ୍ର ଧରୁନଥିଲେ। କଂସ ହିଁ ଶ୍ରୀକୃଷ୍ଣଙ୍କୁ ମଥୁରା ଡାକି ତାଙ୍କୁ ଉସେକେଇବାରୁ କଂସର ବଧ ସମ୍ଭବ ହୋଇଥିଲା।
ଶ୍ରୀକୃଷ୍ଣଙ୍କୁ ଲୋକେ ମିଛୁଆ, ଧୂର୍ତ୍ତ, ଚରିତ୍ରହିନ ଏବଂ ଫେରାରି ଭଳି ଅନେକ ନାମ ଧରି ଡାକନ୍ତି। ହେଲେ ଏହି ସମସ୍ତ ନାମ ପଛରେ ଶ୍ରୀକୃଷ୍ଣଙ୍କର ଲୀଳା ବିଦ୍ୟମାନ ଥାଏ । ଶ୍ରୀକୃଷ୍ଣ ସମସ୍ତ ଚରାଚରକୁ ହସ, ଖୁସି, ଆନନ୍ଦ, ନ୍ୟାୟ, ପ୍ରେମ ଏବଂ ସମୃଦ୍ଧି ପ୍ରଦାନ କରିଥାନ୍ତି।