ସ୍ପେଶାଲ

କାହିଁକି ପାଳନ ହୁଏ ବୁଦ୍ଧ ପୂର୍ଣ୍ଣିମା?

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ମାନ୍ୟତା ଅନୁସାରେ ଆଜିର ଦିନରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ଏହି କାରଣରୁ ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ । ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ବୁଦ୍ଧ ପୂର୍ଣ୍ଣିମା କାହିଁକି ପାଳନ କରଯାଏ ଏହା ପଛରେ କଣ ନିୟମ ରହିଛି ।

ଗୌତମ ବୁଦ୍ଧଙ୍କ ଜନ୍ମ ୬୨୩ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା । ପିଲାବେଳେ ପିତାମାତା ତାଙ୍କ ନାଁ ସିଦ୍ଧାର୍ଥ ଦେଇଥିଲେ । ନେପାଳର ଲୁମ୍ବିନି ଗାଁରେ ହୋଇଥିଲା ତାଙ୍କ ଜନ୍ମ । ଜନ୍ମର ମାତ୍ର ୭ ଦିନ ପରେ ହିଁ ବୁଦ୍ଧଙ୍କ ମା’ ଇହଧାମ ତ୍ୟାଗ କରିଥିଲେ । ମା’ଙ୍କ ମୃତ୍ୟୁ ପରେ ତାଙ୍କ ମାଉସୀ ଗୌତମୀ ତାଙ୍କ ଲାଳନପାଳନ କରିଥିଲେ । ସେ ଗୁରୁ ବିଶ୍ଵାମିତ୍ରଙ୍କ ଠାରୁ ଉପନିଷଦ, ରାଜକାର୍ଯ୍ୟ ତଥା ଯୁଦ୍ଧବିଦ୍ୟା ଆଦି ଶିକ୍ଷାଗ୍ରହଣ କରିଥିଲେ । ସମାଜରେ ତଥା ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁ କିଛି ଖାସ ଉପଦେଶ ଦେଇଛନ୍ତି ମହାତ୍ମା ବୁଦ୍ଧ।

ପୁରାଣ ରେ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ଭାବରେ ବିବେଚନା କରାଯାଇଛି। ବୌଦ୍ଧ ଧର୍ମର ଲୋକମାନେ ଏହି ଦିନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଉପବାସ ରଖବା ସହ ଏହି ଦିନକୁ ପର୍ବ ଭାବେ ପାଳନ କରିଥାଆନ୍ତି। ବୌଦ୍ଧ ଧର୍ମାବଲମ୍ବୀ ମାନେ ଧାର୍ମିକ ସ୍ଥାନରେ ଏକତ୍ରିତ ହୋଇ ପୂଜା ପାଠ ସହ ଦାନ ଦେଇଥାଆନ୍ତି । ଉଭୟ ବୌଦ୍ଧ ଓ ହିନ୍ଦୁ ଧର୍ମର ଲୋକମାନେ ବୁଦ୍ଧ ପୂର୍ଣ୍ଣିମାଙ୍କୁ ଅତି ଭକ୍ତିର ସହ ପାଳନ କରନ୍ତି। ବୁଦ୍ଧ ପୂର୍ଣ୍ଣିମା ବୁଦ୍ଧ ଧର୍ମର ଆଦର୍ଶ ଓ ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବା ସହ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଥାଏ ।

ବୌଦ୍ଧ ଧର୍ମର ଅନୁଗାମୀମାନେ ପୂଜାପାଠ କରିବାକୁ ଏହି ଦିନ ବୋଧଗୟା ଦର୍ଶନ କରନ୍ତି। ଏହି ଦିନ ବୋଧି ବୃକ୍ଷକୁ ପୂଜା କରାଯାଇଥାଏ । ବର ଗଛକୁ ବୋଧି ବୃକ୍ଷ ବୋଲି କୁହାଯାଏ । ଏହି ଦିନ କ୍ଷୀର ଓ ଅତର ସହିତ ମିଶ୍ରିତ ପାଣିକୁ ବର ଗଛର ମୂଳରେ ଅର୍ପଣ କରାଯାଇଥାଏ । ଏହାସହ ଗଛ ମୂଳରେ ସୋରିଷ ତେଲ ଦୀପ ଜଳାଯାଇଥାଏ ।

ବୌଦ୍ଧ ପୂର୍ଣ୍ଣିମାରେ ମହାତ୍ମା ବୁଦ୍ଧଙ୍କ ଜୀବନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ରହିଛି । ସେଥିପାଇଁ ପ୍ରତିବର୍ଷ ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ବାସ୍ତବରେ, ଯେତେବେଳେ ଭଗବାନ ବୁଦ୍ଧ ପାପ, ହିଂସା ଓ ମୃତ୍ୟୁ ବିଷୟରେ ଜାଣିଲେ, ସେତେବେଳେ ସେ ମୋହ ମାୟା ତ୍ୟାଗ କରିଥିଲେ । ନିଜ ପରିବାର ତ୍ୟାଗ କରିବା ସହ ସେ ସମସ୍ତ ସାଂସାରିକ ମୋହ ମାୟାରୁ ମୁକ୍ତ ହୋଇ ସତ୍ୟର ସନ୍ଧାନରେ ବାହାରିଥିଲେ। ଶେଷରେ ସେ ସତ୍ୟର ଜ୍ଞାନ ପାଇଥିଲେ । ଏହି କାରଣରୁ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନଟି ବିଶେଷ ହୋଇଥାଏ । କୁହାଯାଏ ଏହି ଦିନ ଗୌତମ ବୁଦ୍ଧଙ୍କ ସ୍ମୃତି ଜୀବନରେ ସୁଖ, ଗୌରବ ଓ ସମୃଦ୍ଧତା ଆଣିଥାଏ ।

ଓଡ଼ିଶାରେ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ପାଳନ କରାଯାଏ । ଭାରତ ବାହାରେ ମଧ୍ୟ କରାଯାଇଥାଏ ପାଳନ। ଭାରତ ବ୍ୟତୀତ ବହୁ ଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ । ସିଙ୍ଗାପୁର, ନେପାଳ, ସିଙ୍ଗାପୁର, ଥାଇଲ୍ୟାଣ୍ତ, ଜାପାନ, ଶ୍ରୀଲଙ୍ଗା, ଇଣ୍ତୋନେସିଆ, ମାଲେସିଆ, କାମ୍ବୋଡ଼ିଆ ଆଦି ଦେଶରେ ବେଶ ଧୁମଧାମରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏହି ଅବସରରେ ଏକ ମେଳାର ମଧ୍ଯ ଆୟୋଜନ କରାଯାଇଥାଏ ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago