ଜାଣିଛନ୍ତି କି ଆମକୁ ଆମ ନିଜର ରେକର୍ଡିଂ ହୋଇଥିବା ଭଏସ୍ କାହିଁକି ପସନ୍ଦ ଆସେନି ? ପଢନ୍ତୁ ଏହାର ବୈଜ୍ଞାନିକ କାରଣ

ଯେତେବେଳେ ଆମେ କଥା ହେଉ ସେତେବେଳେ ଆମେ ଆମ ନିଜ ଧ୍ବନି ବା ଭଏସ୍ ଦୁଇ ପ୍ରକାର ଶୁଣିଥାଉ । ଗୋଟିଏ ହେଲା ଶବ୍ଦ ଆମ ମୁହଁରୁ ବାହାରି କାନକୁ ଯାଇଥାଏ । ଆଉ ଗୋଟିଏ ହେଉଛି ଭଏସ୍ ଆମ vocal cords ଦେଇ ମସ୍ତିସ୍କର ହାଡ ବାଟ ହୋଇ କାନରେ ପହଂଚିଥାଏ । ଏହାକୁ  bone conduction କୁହାଯାଏ । ଯାହା ଫଳରେ ଆମ ଭଏସ୍ ସର୍ବଦା ମିଶ୍ରଣ ପରି ଲାଗେ ।

ଯେତେବେଳେ ଆମେ ରେକର୍ଡିଂ ହୋଇଥିବା ନିଜର ଭଏସ୍ ଶୁଣିଥାଉ ତାହା ଗୋଟିଏ ସ୍ରୋତ ହୋଇ ଆସିଥାଏ । ଏହାର ଆଉ ଏକ କାରଣ ହେଉଛି ଆମକୁ ଆମ ନିଜ ଭଏସ୍ ଶୁଣିବାର ଅଭ୍ଯାସ ନଥାଏ । ବୈଜ୍ଞାନିକ ମାନେ କରିଥିବା ଏକ ଗବେଷଣାରୁ ଜଣା ପଡିଥିଲା ମାତ୍ର ୩୮ ପ୍ରତିଶତ ଲୋକ ହିଁ ନିଜ ଭଏସ୍ ଚିହ୍ନିପାରିଥିଲେ ।

You might also like