ସ୍ପେଶାଲ

ଖାଇବା ପରେ ନିଦ କାହିଁକି ଆସେ, ମଣିଷକୁ ଆଳସ୍ୟ ଓ ଥକ୍କା ଲାଗିବାର କାରଣ କ’ଣ ଜାଣନ୍ତୁ

ଶରୀରର ବିକାଶ ପାଇଁ ଆମ ସମସ୍ତଙ୍କୁ ଭୋଜନ କରିବା ବହୁତ ଆବଶ୍ୟକ । ଯାହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଆମେ ସାରାଦିନର କାମକୁ ଠିକ ଭାବେ କରିପାରନ୍ତି ନାହିଁ । କିନ୍ତ ଖାଇବା ପରେ ଅଧିକାଂଶ ସମୟରେ ଆମ ସମସ୍ତଙ୍କୁ ଅଳସୁଆ ଲାଗିବା ସହିତ ନିଦ ଆସିଥାଏ । ଅନେକ ସମୟରେ ବିବାହ, ପର୍ବପର୍ବାଣୀ, ପାର୍ଟିରେ ଭୋଜିଭାତ ଖାଇବା ପରେ ପରେ କିଛି ଲୋକଙ୍କୁୁ ନିଦ ନିଦ ଅନୁଭବ ହୋଇଥାଏ । କଣ ଆପଣ କେବେ ଭାବିଛନ୍ତି ଯେ ପ୍ରକୃତରେ ଏପରି କାହିଁକି ହୁଏ ଏବଂ ଏପରି ହେବା ପଛରେ କାରଣ କଣ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏପରି ହେବା ପଛରେ ରହିଥିବା କାରଣ ସମ୍ପର୍କରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନିଦ ଆସିବା ପଛରେ ଏକ ସାଇନ୍ସ କାମ କରୁଛି । ଏହାକୁ ଫୁଡ କୋମା କୁହାଯାଇଥାଏ । ଫୁଡ କୋମାକୁ ବିଜ୍ଞାନ ଭାଷାରେ ‘ପୋଷ୍ଟପ୍ରାଣ୍ଡିଆନ ସୋମ୍ନୋଲେନ୍ସ’ କୁହାଯାଇଥାଏ । ଯାହାର ଅର୍ଥ ହେଉଛି ଖାଇବା ପରେ ନିଦ ଆସିବା । ତେବେ ଖାଇବା ପରେ ନିଦ କାହିଁକି ଆସେ ସେନେଇ ୨୦୦୦ ଦଶକ ଠାରୁ ଏ ବାବଦରେ ରିସର୍ଚ୍ଚ ଆରମ୍ଭ କରାଯାଇଥିଲା । ଖାଇବା ପରେ ନିଦ ଆସିବା ସହ ଥକ୍କାପଣ ଅନୁଭବ କରିବାକୁ ଆମେ ଫୁଡ୍ କୋମା କହିଥାଉ । ଦ୍ୱିପ୍ରହର ସମୟରେ ଖାଇବା ପରେ ଅଧିକାଂଶ ଲୋକଙ୍କଠାରେ ଏହି ଫୁଡ କୋମା ସମସ୍ୟା ଦେଖିବାକୁ ମିଳିଥାଏ ।

ତେବେ ଫୁଡ କୋମାର ଅଲଗା ଅଲଗା ଲକ୍ଷଣ ଆପଣମାନେ ମଧ୍ୟ ଅନୁଭବ କରିଥିବେ । ନିଦ ଆସିବା, ଶାରୀରିକ ଥକ୍କାପଣ, ଉର୍ଜା ସ୍ତର ହ୍ରାସ, ଫୋକସ୍ ହରାଇବା ଆଦି ହେଉଛି ଗୋଟିଏ ଗୋଟିଏ ଲକ୍ଷଣ । ରିସର୍ଚ୍ଚ ଅନୁଯାୟୀ, ଦ୍ୱିପ୍ରହର ଭୋଜନ ପରେ ଆମର ବ୍ରେନରେ ରକ୍ତର ପ୍ରବାହ କମ୍ ହୋଇଯାଇଥାଏ । ଯେଉଁମାନେ ସକାଳେ ଜଳଖିଆ କରିନଥାନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଏଥିସହିତ ଅଧିକ ଖାଉଥିବା ଓ ପିଜ୍ଜା ଖାଉଥିବା ଲୋକମାନେ ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି ।

ଫ୍ୟାଟ ଓ ପ୍ରୋଟିନରେ ଭରପୂର ଖାଦ୍ୟ ସେବନ କରିବା ଫଳରେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଆମର ଶରୀରକୁ ଆଳସ୍ୟ କରିଦେଇଥାଏ । ଅଧିକ କାର୍ବସ ଯୁକ୍ତ ଖାଦ୍ୟ ଭୋଜନ କରିବା ଫଳରେ ରକ୍ତରେ ଆମିନୋ ଏସିଡ ଟ୍ରିପ୍ଟୋଫେନର ସ୍ତର ବଢ଼ିଯାଇଥାଏ, ଫଳରେ ନିଦ ହରମୋନ ସେରୋଟେନିର ମାତ୍ରା ବୃଦ୍ଧି ପାଇଥାଏ । ତେବେ ଫୁଡ କୋମା ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ବୋଲି ହେଲଥ ରିପୋର୍ଟରେ କୁହାଯାଇଛି ।

ଫୁଡ କୋମାକୁ ଆଜି ପର୍ଯ୍ୟନ୍ତ ବି ବୈଜ୍ଞାନିକମାନେ ସଠିକ ଭାବେ ବୁଝିପାରି ନାହାନ୍ତି । ମାତ୍ର କିଛି ସ୍ଥିତିରେ ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଖାଇବା ପରେ ଥକ୍କା ଲାଗିବା ଡାଇବେଟିସର ସଙ୍କେତ ଅଟେ । ତେବେ ଫୁଡ କୋମାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ସେବନ କରିବା ଦରକାର । ଏଥିସହିତ ମଦ୍ୟପାନକୁ ସୀମିତ କରିବା, ଦୈନିକ ସମ୍ପୂର୍ଣ୍ଣ ନିଦ୍ରା ଯିବା ନିହାତି ଜରୁରୀ । ଏଥିସହିତ ନିଜର ଡେଲି ରୁଟିନରେ ବ୍ୟାୟାମକୁ ସାମିଲ କରିବା ଦ୍ୱାରା ଭୋଜନ ପରେ ଅନୁଭବ ହେଉଥିବା ଥକ୍କାପଣ ଠାରୁ ଆପଣ ଛୁଟକାରା ପାଇପାରିବେ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଶକ୍ତି ବଢ଼ିଥାଏ ଏବଂ ଅଳସୁଆ କାମ ଥାଏ । ଏହାଦ୍ୱାରା ଆପଣ ଫିଟ୍‌ ବି ରହିବେ ଏବଂ ରାତିରେ ଭଲ ନିଦ ହେବାରେ ମଧ୍ୟ ସହାୟକ ହୋଇଥାଏ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago