ହୋଲିରେ କାହିଁକି ପିନ୍ଧାଯାଏ ଧଳା ରଙ୍ଗର କପଡ଼ା? ଜାଣନ୍ତୁ ଏହାର କାରଣ

ରଙ୍ଗ ଏବଂ ଖୁସି ବାଣ୍ଟିବାର ପର୍ବ ହେଉଛି ହୋଲି। ଏହି ଦିନ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଥାଆନ୍ତି। ହୋଲିରେ ଅନେକ ଲୋକ ଧଳା ରଙ୍ଗର କପଡ଼ା ପିନ୍ଧିଥାଆନ୍ତି। କ’ଣ କେବେ ଆପଣ ଭାବିଛନ୍ତି କି, ଲୋକେ ଏହି ଦିନ ଧଳା ରଙ୍ଗର କପଡ଼ା କାହିଁକି ପିନ୍ଧନ୍ତି? ଏହା ପଛରେ କ’ଣ ରହିଛି ପରମ୍ପରା? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

ହୋଲିରେ ଧଳା ରଙ୍ଗର କପଡ଼ା ପିନ୍ଧିବାର ପରମ୍ପରା ରହି ଆସିଛି। ଯୁବତୀମାନେ ଧଳା ସୁଟ୍‌ ସହିତ କଲରଫୁଲ୍‌ ଓଢ଼ଣୀ ପକାଇ ଥାଆନ୍ତି। ସେପଟେ ଯୁବକମାନେ ବି ହ୍ଵାଇଟ୍‌ ଟି-ଶାର୍ଟ ନହେଲେ ହ୍ଵାଇଟ୍‌ କୁର୍ତ୍ତା କ୍ୟାରୀ କରିଥାଆନ୍ତି। ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ। ଏହି ଦିନ ସମସ୍ତେ ନିଜ ରାଗ, ରୁଷା ଭୁଲି ପରସ୍ପରକୁ ଆଲିଙ୍ଗନ କରିଥାଆନ୍ତି। ଏହି ଭାଇଚାରାକୁ ଦର୍ଶାଇବା ପାଇଁ ହୋଲି ଦିନ ସମସ୍ତେ ଧଳା ବସ୍ତ୍ର ହିଁ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି।

ଧଳା କପଡ଼ା ଉପରେ ରଙ୍ଗ ଫୁଟି ଉଠିଥାଏ। ଅବିରର ସବୁ ରଙ୍ଗ ଅଲଗା ଅଲଗା ଭାବେ ଏଥିରେ ନଜର ଆସିଥାଏ। ହୋଲି ଦିନ ଧଳା ଚିକନ୍‌ କୁର୍ତ୍ତା ଏବଂ ବ୍ଲ୍ୟୁ ଜିନ୍ସ ଆପଣ ପିନ୍ଧିପାରିବେ। ଆଜିକାଲି ଏହାର ଟ୍ରେଣ୍ଡ ଚାଲିଛି। ଏହି କମ୍ବିନେଶନକୁ ଆପଣ ଚାହିଁଲେ ଅଫିସ୍‌ ପିନ୍ଧି ବି ଯାଇପାରିବେ। ତେବେ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ହେଉଛି ହୋଲି। ହୋଲି ଉତ୍ସବ କେତେକ ଜାଗାରେ ଦୁଇଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ହୋଲିକା ଦହନ ହୋଇଥାଏ।

You might also like