Categories: ସ୍ପେଶାଲ

ଆଳୁ ରଖିବା ପାଇଁ ଘର ତଆରି କରିବାକୁ କହିଥିଲେ ପତ୍ନୀ : ୨୩ ବର୍ଷରେ କଣ ତିଆରି କରିଦେଲେ ସ୍ବାମୀ ଦେଖନ୍ତୁ

ଆରମେନିଆର ଏକ ଗାଁ ଆରନଜି ସେଠାରେ ରହୁଥିବା ଜଣେ ମହିଳା ଫୋକ୍ଦି ଘାରିବିନ ତାଙ୍କ ସ୍ବାମୀ ଲାଭୋନ୍ ଆରଚେଲିୟାନଙ୍କୁ ଆଳୁ ରଖିବା ପାଇଁ ଏକ ଘର ତିଆରି କରିବା ପାଇଁ କହିଥିଲେ ।  ଲାଭୋନ୍ ୨୩ବର୍ଷରେ ମାଟି ଭିତରେ ଏକ ମହଲ ତିଆରି କରିଦେଲେ । ୨୦୦୮ରୁ ଲାଭୋନ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ସେ ତିଆରି କରିଥିବା ମହଲଟି ପର୍ୟ୍ୟଟକଙ୍କ ପାଇଁ ଖୁବ୍ ଚର୍ଚ୍ଚିତ ଜାଗା ପାଲଟିଯାଇଛି ।

ମାଟି ଭିତରେ ତିଆରି ହୋଇଥିବା ଏହି ମହଲମୟ ଘରଟି ଖୁବ୍ ସୁନ୍ଦର ହୋଇଛି । ମହଲରେ ଗୁମ୍ଫା ଏବଂ ଗଳି ମଧ୍ୟ ତିଆରି କରାଯାଇଛି । କବାଟ ଉପରେ ବଡ ବଡ ପଥର ଖୋଳାଯାଇ ପଥର ରଖାଯାଇଛି । ଏଠାକୁ ଆସୁଥିବା ପର୍ୟ୍ୟଟକମାନେ ଏଠିକାର ସାତଟି ଘରକୁ ବୁଲି ଦେଖିଥାନ୍ତି ।

ତୋୟା କହିଛନ୍ତି, ଲାଭୋନ୍ ଏହି ମହଲଟି ତିଆରି କରିବା ପାଇଁ ଯେତେବେଳେ ପ୍ରଥମେ ଏହି କାମଟି ଆରମ୍ଭ କରିଥିଲେ ସେତେବେଳଠୁ ସେ ଅଟକି ନଥିଲେ । ୧୯୮୫ରେ ସେ ପ୍ରଥମେ ଏହି ମହଲଟି ତିଆରି କରିବା ଆରମ୍ଭ କରିଥିଲେ । ମୁଁ ତାଙ୍କୁ ଅନେକ ଥର ଅଟକାଇବାକୁ ଚେଷ୍ଟା କରିଛି କିନ୍ତୁ ସେ ତାଙ୍କର ଯୋଜନା ଉପରେ ଏକାଗ୍ରତା ରଖିଥିଲେ । ଏହି ଘରଟି ତିଆରି କରିବା ପାଇଁ ସେ ପ୍ରତିଜ୍ଞ୍ୟା କରିଥିଲେ । ଏହି ମହଲ ତିଆରି କରିବା ପାଇଁ ତାଙ୍କୁ ୧୮ ଘଣ୍ଟା ପ୍ରତିଦିନ ଦେବାକୁ ପଡୁଥିଲା ।

କାମ କରିବା ଭିତରେ ଯଦି ତାଙ୍କୁ କିଛି ସମୟ ଫାଙ୍କା ମିଳୁ ଥିଲା ସେତେବେଳେ ସେ ଗୁମ୍ଫା ଖୋଳିବା କାମରେ ଲାଗି ଯାଉଥିଲେ । ତାଙ୍କୁ ଭରଶା ଥିଲା ଭଗବାନ୍ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି । ୨୦ବର୍ଷରୁ ଅଧିକ ସମୟ ଲାଭୋନ୍ ମାଟି ଭିତରୁ ତିନି ହଜାର ବର୍ଗଫୁଟ ଖୋଳି ସାରିଥିଲେ । ଲାଭୋନଙ୍କର ୪୪ବର୍ଷର ପୁଅ କହିଛନ୍ତି ପିଲାବେଳେ ମାଟି ଭିତରୁ କୁଢାରିର ଶଦ୍ଧ ଆସୁଥିଲା । ଆରମ୍ଭରୁ ମାଟି ଖୋଳିବା ବହୁତ କଷ୍ଟ କାମ ଥିଲା କାରଣ ଅନେକ ବଡ ବଡ ପଥର ମାଟି ତଳେ ଥିଲା ।

ଲାଭୋନଙ୍କର ପରିଶ୍ରମର ଅନ୍ଦାଜ ଏହି କଥାରୁ ଜଣା ପଡେ ସେ ଏହି ଗୁମ୍ଫାଟିକୁ ଖୋଳିବା ସମୟରେ ୬୦୦ଟ୍ରକ୍ ମାଟି ଏବଂ ପଥର ବାହାର କରିଥିଲେ । ୨୦୦୮ରେ ମହଲର ଏକ କବାଟ ଭାଙ୍ଗି ଗଲା ଏହା ଶୁଣି ଲାଭୋନଙ୍କର ହାର୍ଟଆଟାକ୍ ହୋଇଥିଲା ଏବଂ ସେ ୬୭ ବର୍ଷରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପତ୍ନୀ  ଲାଭୋନଙ୍କ ନାଁରେ ଏକ ମିୟୁଜିୟମ୍ ତିଆରି କରିଛନ୍ତି ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago